ବ୍ୟୁରୋ ରିପୋର୍ଟ: ଆପଣ ପ୍ରାୟ ଜାଣିଥିବେ ୟୁକ୍ରେନ ଓ ଋଷ ମଧ୍ୟରେ ମହାଯୁଦ୍ଧ କିଛି ଦିନ ଧରି ଚାଲିଥିଲା ଯାହାର ପ୍ରଭାବ ପୁରା ବିଶ୍ୱ ଉପରେ ପଡୁଛି। ଏହି ଯୁଦ୍ଧକୁ ପାଖାପାଖି ୧୩ ଦିନ ହୋଇଗଲାଣି। ଏହା ମଧ୍ୟରେ ଭଲ ଖବର ଆସିଛି ଜଲ୍ଦି ହିଁ ଏହି ଯୁଦ୍ଧ ଶେଷ ହେବାକୁ ଯାଉଛି। କାରଣ ୟୁକ୍ରେନର ରାଷ୍ଟ୍ରପତି ଏବେ ହାରମାନିଛନ୍ତି ଓ ଋଷର ସବୁ ସର୍ତ୍ତରେ ରାଜିହେବେ ବୋଲି କହିଛନ୍ତି।

ଆପଣଙ୍କୁ କହିରଖିବୁ ପ୍ରାୟ ଫେବୃଆରୀ ୨୬ ରୁ ଋଷ ୟୁକ୍ରେନ ଉପରେ ଯୁଦ୍ଧ ଆରମ୍ଭ କରିଦେଇଥିଲା ଯାହା ପରେ ଗୋଟେ ପରେ ଗୋଟେ ଦିନରେ ୟୁକ୍ରେନ କ୍ଷୟ ଘଟାଇଚାଲିଥିଲା ଋଷ ସେନା। ଏହାର ମୁଖ୍ୟ କାରଣ ଥିଲା ୟୁକ୍ରେନର ନାଟୋରେ (NATO) ମିଶିବା । ତେବେ କହିଛନ୍ତି ଏବେ ଏବିସି ନ୍ୟୁଜରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନିସ୍କ କହିଛନ୍ତି ସେ ଆଉ କ୍ଷତି ଚାହୁଁନାହାଁନ୍ତି ଓ ନାଟୋରେ ମିଶିବାକୁ ମଧ୍ୟ ଆଉ ଚାହୁଁନାହାଁନ୍ତି। ସେ ଋଷ ସର୍ତ୍ତରେ ରାଜି ହେବେ। ସେ ଋଷ ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି।ଋଷ ଚାହୁଁଥିବା ଦୁଇ ଅଞ୍ଚଳକୁ ସ୍ୱାଧୀନ ମାନ୍ୟତା ଦେବାପାଇଁ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ରାଜି ହୋଇଯାଇଛନ୍ତି।
ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି କି ଆମେ ଭଲ ସେ ଜାଣିସାରିଲୁଣି କି କେହି ମଧ୍ୟ ୟୁକ୍ରେନକୁ ନାଟୋରେ ମିଶାଇବାକୁ ଚାହୁଁନାହଁନ୍ତି କି ଋଷ ବିପକ୍ଷରେ ରହିବାକୁ ଚାହିଁନାହାଁନ୍ତି। ସେ ଏହା ମଧ୍ୟ କହିରଖିବୁ କି ଋଷ ରାଷ୍ଟ୍ରପତି ପୁତିନ ଚାହୁଁଥିବା ଡୋନେସ୍କ ଓ ଲୁହାଂସ୍କ ନାମକ ଦୁଇ ଅଞ୍ଚଳକୁ ସ୍ୱାଧିନତା ଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।