ବ୍ୟୁରୋ ରିପୋର୍ଟ: ଆପଣ ପ୍ରାୟ ଜାଣିଥିବେ ଅନେକ ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଦ୍ଵନ୍ଦ ଚାଲିଛି। ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହା ହେଇଛି ରୁଷର ରାଷ୍ଟ୍ରପତି ପୁତିନ ଏବେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏହି ଘଟଣା ଏବେ ସବୁ ସୀମା ପାର କରିଦେଇଛି ଓ ଏହା ଏକ ବଡ଼ ଯୁଦ୍ଧ ଆଡ଼କୁ ମୁହାଁଉଛି। ଯୁଦ୍ଧ ଘୋଷଣା କରିବା ସହ ରାଷ୍ଟ୍ରପତି ପୁତିନ ୟୁକ୍ରେନ ସୈନ୍ୟଙ୍କୁ ସତର୍କ କରାଇଦେଇଛନ୍ତି କି ଯିଏ ଭଲରେ ଘରକୁ ଫେରିବା ପାଇଁ ଚାହୁଁଛନ୍ତି ସେମାନେ ଅସ୍ତ୍ର ତ୍ୟାଗକରି ପଳାନ୍ତୁ ଅଥବା ଏହାର ପରିଣାମ ଭୟାନକ ହେବ।
ପୁତିନ କଡା ଚେତାବନୀ ସହ ୟୁକ୍ରେନ ସୈନ୍ୟଙ୍କୁ କହିଛନ୍ତି କି ଯଦି ତୁମେ ନିଜେ ପରିବାରକୁ ଦେଖିବାକୁ ଚାହୁଁଛ ଅସ୍ତ୍ର ତ୍ୟାଗ କର ଆମେ ତମକୁ କୌଣସି କ୍ଷତି ନକରି ଯିବାକୁ ଦେବୁ। ଯଦି ତୁମେ ଏପରି ନକର ତେବେ ଜୀବନ ଦେବାକୁ ପଡିବ। ପୁତିନଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନର ବୈଦେସିକ ମନ୍ତ୍ରୀ ମଧ୍ୟ ଏହା ଜଣାଇଛନ୍ତି ଓ ପୁତିନଙ୍କୁ ଯୁଦ୍ଧରୁ ଓହରିଯିବାରୁ ବୁଝାଇବା ପାଇଁ ବିଶ୍ୱକୁ ଅନୁରୋଧ କରିଛନ୍ତି।
Russian President Vladimir Putin announces a "special military operation" and says his troops will take action in Donbas region of Ukraine. https://t.co/guRnpqWHtP
— CNN Breaking News (@cnnbrk) February 24, 2022
ଏହା ସହ ୟୁକ୍ରେନର ରାଜଧାନୀ କଳିଯୁଗରେ ଅନେକ ବଡ଼ ଧରଣର ବିସ୍ପୋରଣ ଦେଖିବାକୁ ମିଳିଲାଣି। ଆପଣଙ୍କୁ କହିରଖିବୁ ପୁତିନ ବିଶ୍ୱକୁ ସତର୍କ କରାଇଛନ୍ତି ଏହି ଯୁଦ୍ଧରେ ଯିଏବି ଆମ ସାମ୍ନାକୁ ଆସିବ ତାକୁ ମଧ୍ୟ ଖରାପ ପରିଣାମ ସହିବାକୁ ହେବ। ୟୁକ୍ରେନର କାର୍ଯ୍ୟ ରୁଷ ପାଇଁ କ୍ଷତିକାରକ ବୋଲି ରାଷ୍ଟ୍ରପତି ପୁତିନ କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।