ବ୍ୟୁରୋ ରିପୋର୍ଟ: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ କମୁଛି କିଛି ସ୍ଥାନରେ ଶୀତର ପ୍ରକୋପ ଅଧିକ ରହିଛି। ଏହା ମଧ୍ୟରେ ପାଣିପାଗ ବିଭାଗର ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ଆସନ୍ତା ୨୧ ରୁ ପୁଣି ରାଜ୍ୟର ବର୍ଷାର ସମ୍ଭାବନା ଅଛି। ଏହି ବର୍ଷା ୨୨ ତାରିଖରୁ କିଛି ଅଞ୍ଚଳରେ ଅଧିକ ହେବାର ମଧ୍ୟ ସମ୍ଭାବନା ଅଛି। ଏହା ସହ ୧୩ ତାରିଖରୁ ଶୀତର ପ୍ରକୋପ କମିଯିବାର ସମ୍ଭାବନା ଅଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ରାଜ୍ୟରେ ଟ୍ରଫ ପ୍ରଭାବରୁ ପାଗରେ ପରିବର୍ତ୍ତନ ହୋଇ କୋହଲା ପାଗ ରହିବ। ସେହିପରି ଦକ୍ଷିଣ ଓଡ଼ିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ୨୨ ତାରିଖରୁ ଲଗାତର ତିନିଦିନ ବର୍ଷାର ପ୍ରକୋପ ଅଧିକ ରହିବ। ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ ରିପୋର୍ଟ ସ୍ପଷ୍ଟ ହୋଇନଥିବା ସେ କହିଛନ୍ତି।

ଏହା ପ୍ରଭାବ ଦ୍ଵାରା ୧୩ ତାରିଖରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା ବଢିବାକୁ ଯାଉଛି ଓ ଶୀତର ପ୍ରକୋପ କମିକମି ଆସିବ। ସମ୍ବଲପୁର, ଝାଡ଼ସୁଗୁଡା, ସୁନ୍ଦରଗଡ ରେ ୧୪ ରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୧୨-୧୭ ରୁ ପୁଣି ଆଭ୍ୟନ୍ତରଣ ଓଡିଶାରେ ଅଳ୍ପ ତାପମାତ୍ରା କମିପାରେ। ଆଗାମୀ କିଛି ଦିନରେ ରାଜ୍ୟରେ ହାରାହାରି ୬ ଡିଗ୍ରୀ ତାୟମାତ୍ର ବଢିଯିବ ଓ ଶୀତର ପ୍ରକୋପ କମିବାର ଚାନ୍ସ ଅଛି। ଏହା ଦ୍ଵାରା ଟିଟିଲାଗଡ଼ ଓ ବଲାଙ୍ଗୀରରେ ତାପମାତ୍ରା ୩୪ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ପହଁଚିପାରେ।
ଶନିବାର ଦିନ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା କମିଥିଲା। କେନ୍ଦୁଝରରେ ୧୦.୪ ଡିଗ୍ରୀ, ସୋନପୁରରେ ୧୦.୨ ଡିଗ୍ରୀ, ଝାଡ଼ସୁଗୁଡାରେ ୯.୬ ଡିଗ୍ରୀ,ଫୁଲବାଣୀ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ତାପମାତ୍ରା ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।