ବଡ଼ ଖବର: ୧୨ ରୁ କାଚିବ ବର୍ଷା, ଏହି ଏହି ଜିଲ୍ଲାରେ ଅଛି ବର୍ଷାର ସମ୍ଭାବନା! ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ବ୍ୟୁରୋ ନ୍ୟୁଜ:ବର୍ଷ ୨୦୨୧ ଆରମ୍ଭରୁ ରାଜ୍ୟରେ ବହୁତ କମ ବର୍ଷା ହୋଇଥିଲା ଯାହା ଯୋଗୁ ପ୍ରାୟ ମରୁଡିର ସମ୍ଭାବନା ଦେଖାଯାଉଥିଲା। କିନ୍ତୁ ଏହା ପରେ ରାଜ୍ୟରେ ଗୋଟେ ପରେ ଗୋଟେ ଲଘୁଚାପ ହୋଇ ଚାଲିଲା ଆବଶ୍ୟକ ଠାରୁ ଏତେ ଅଧିକ ବର୍ଷା ହେଲା ଯେ କୃଷକଙ୍କ ଫସଲ ନଷ୍ଟ ହେବା ସହ ବାତ୍ୟା ପରିସ୍ଥିତି ଉପୁଜିଲା। ଧାନ କଟା ସମୟ ପୁଣି ବର୍ଷ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। କହିରଖିବୁ ଆଗକି ୨ ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗ କହିବା ଅନୁସାରେ ୯-୧୦ ତାରିଖ ରବିବାର ଓ ସୋମବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି ୧୧-୧୨ ସୋମବର ଓ ମଙ୍ଗଳବାର ବର୍ଷାର ପରିମାଣ ଅଳ୍ପ ବଢ଼ିପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡ଼ସୁଗୁଡା, ନୂଆପଡା, ସୁନ୍ଦରଗଡ, ବରଗଡ଼ରେ ରବିବାରକୁ ଅଳ୍ପ ବର୍ଷା ହୋଇପାରେ। ସେହିପରି କୋରାପୁଟ, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, ଗଜପତି ,ଯାଜପୁର,ଭଦ୍ରକ ଓ ବାଲେଶ୍ଵରରେ ବର୍ଷାର ପରିମାଣ ଅଳ୍ପ ଅଧିକ ରହିପାରେ।

Google

ଏହା ସହ ରାଜ୍ୟରେ ଆସନ୍ତା କିଛି ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ଏହା ସହ ଅନେକ ସ୍ଥାନରେ ବର୍ଷାର କାରଣରୁ କୁହୁଡିର ପରିମାଣ ମଧ୍ୟ ବଢିବାର ଚାନ୍ସ ଅଛି। ବଲାଙ୍ଗୀର, ଝାଡ଼ସୁଗୁଡା,ନୂଆପଡାଜ଼ ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ଓ ସୋନପୁରରେ ୧୦ ତାରିଖରେ ସ୍ୱଳ୍ପ ବର୍ଷା ହେବ। ସେହିପରି ୧୧ ତାରିଖ ମଙ୍ଗଳବାର ଦିନ ସୋନପୁର,ସମ୍ବଲପୁର, ବଲାଙ୍ଗୀର, ଦେବଗଡ, ବରଗଡ଼ ଓ ସୁନ୍ଦରଗଡରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେବା ସହ ସତର୍କ ଦେଇଛି। ସେହିପରି ୧୨ ତାରିଖରେ ବୌଦ୍ଧ, ଅନୁଗୁଳ, କଟକ ,କନ୍ଧମାଳ, ଓ ନୟାଗଡ଼ର କିଛି ସ୍ଥାନରେ ବର୍ଷା ହୋଇପାରେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *