ବ୍ୟୁରୋ ରିପୋର୍ଟ: ଉତ୍ତର ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ୨୪ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ଅଛି। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଏହାର ପ୍ରଭାବ ଯୋଗୁଁ ୨୩ ରୁ ବଢିବ ବର୍ଷା। ୨୬ ତାରିଖ ଯାଏ ଉତ୍ତର ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ତେବେ ବୁଧବାର ଦିନ ରାଜ୍ୟରେ କେତେକ ଜାଗାରେ ବର୍ଷା ହୋଇଛି।
ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ମଙ୍ଗଳବାର ମଧ୍ୟ ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ସନ୍ଧ୍ୟା ୮.୩୦ ସୁଦ୍ଧା ବୌଦ୍ଧରେ ୬୩ ମିଲିମିଟର, ରାୟଗଡାରେ ୩୦.୮, କଳାହାଣ୍ଡିରେ ୨୯.୫, କନ୍ଧମାଳରେ ୨୫.୬, ନବରଙ୍ଗପୁରରେ ୩୦.୨ , ଗଂଜାମରେ ୨୫.୪, ନୟାଗଡ଼ରେ ୨୩.୧, ମାଲକାନଗିରିରେ ୨୪.୯।

ଖୋର୍ଦ୍ଧାରେ ୨୦.୧, ଜଗତସିଂହପୁରରେ ୧୩.୪, ସୋନପୁରରେ ୨୯.୨, ଯାଜପୁରରେ ୨୮.୯ ଏବଂ ଢେଙ୍କାନାଳରେ ୩୨.୮ ମିଲିମିଟର ବର୍ଷା ହୋଇଥିବା IMD ତଥ୍ୟ ଦେଇଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ୨୨ ରୁ ୨୫ ଯାଏ ପ୍ରବଳ ବର୍ଷାର ସମ୍ଭାବନା।
ତେବେ ବର୍ଷା ସମୟରେ ବାହାରକୁ ବାହାରନ୍ତୁ ନାହିଁ। ବର୍ଷା ଦିନ ଆସୁଛି ତେବେ ଆବଶ୍ୟକ ଜିନିଷ ଆଣି ଘରେ ଆଗରୁ ରଖନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।