ବ୍ୟୁରୋ ରିପୋର୍ଟ: ଜି-୭ ବୈଠକରେ ଭାଗ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀ ପହଁଚିସାରିଛନ୍ତି। ବିଶ୍ୱ ନେତାମାନଙ୍କ ସହ ଭେଟ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀରେ ଥିବା ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି। ସେ ଭାରତର ନୂଆ ଶକ୍ତିର ପରିଚୟ କରାଇ କହିଛନ୍ତି ଆପଣ ସମସ୍ତେ ଭାରତର ସଫଳତାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ୯ ମହତ୍ତ୍ୱପୂର୍ଣ୍ଣ ତଥ୍ୟ:
୧-ଆଜି ୨୧ ଦଶକର ଭାରତ ଚତ୍ରୁର୍ଥ ଶିଳ୍ପ କ୍ରାନ୍ତିରେ ,ଇଣ୍ଡଷ୍ଟ୍ରି ୪.୦ ରେ ଅଛି। ପଛରେ ରହିବା ଵାଲା ନୁହେଁ ବରଂ ଶିଳ୍ପକୁ ବିକାଶ କରିବା ଵାଲା ଅଟେ। ସୁଚାନ ଶିଳ୍ପରେ ,ଡିଜିଟାଲ ଟେକ୍ନୋଲୋଜିରେ ଭାରତ ବହୁତ ଆଗକୁ ଯାଇଛି।
୨-ଆଜିର ଭାରତ,”ଏହିପରି ଅଟେ ଓ ଆଗକୁ ଚାଲିବ ମଧ୍ୟ”ଏହି ମାନସିକତାରୁ ବାହାରି ଯାଇଛି। ଆଜିର ଭାରତ”କରିବାର ଅଛି ଓ ଆଜି କରିବାର ଅଛି”ର ସଂକଳ୍ପ ରଖିଛି।
Landed in Munich to participate in the G-7 Summit. I look forward to fruitful discussions with world leaders during the Summit. pic.twitter.com/ahajucILW2
— Narendra Modi (@narendramodi) June 26, 2022
୩ -କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଭାରତୀୟ ଲୋକଙ୍କ ସାହସ ଆମର ସବୁଠୁ ବଡ଼ ଶକ୍ତି ଅଟେ।ପୂର୍ଵ ବର୍ଷ ଆମେ ବହୁତ କିଛି ପ୍ରସ୍ତୁତ କରିଛୁ ଯାହାର ପ୍ରମାଣ ଏହା ଅଟକି ଆମ ନିର୍ମାତା ପ୍ରସ୍ତୁତ ହୋଇଯାଇଛନ୍ତି ଓ ଦୁନିଆ ମଧ୍ୟ ଆମ ଉପରେ ବିଶ୍ୱାସ ଦେଖାଉଛି।
୪-ଆଜିର ଭାରତରେ ପ୍ରାୟତଃ ସବୁ ଗ୍ରାମରେ ବିଜୁଳି ଓ ରାସ୍ତା ପହଁଚିଛି। ୯୯% ଭାରତୀୟଙ୍କ ପାଖରେ କ୍ଲିନ ଗ୍ୟାସ ବୁକିଙ୍ଗ ବ୍ୟବସ୍ଥା ଅଛି। ସବୁ ପରିବାର ବୁକିଙ୍ଗ ବ୍ୟବସ୍ଥା ସହ ଯୋଡି ହୋଇଅଛି।

୫-ଆଜି ଜଳବାୟୁ ପରିବର୍ତ୍ତନ ଭାରତରେ କେବଳ ସରକାରୀ ନୀତିର ମାମଲା ନୁହେଁ। ଭାରତର ଯୁବପିଢ଼ି ଇଭି ଓ ଏହିପରି ଅନ୍ୟ ଜଳବାୟୁ ପକ୍ଷରେ ନିବେଶ କରୁଛି।ଟେକ୍ନୋଲୋଜିରେ ନିବେଶ କରୁଛି।
୬-ଭାରତୀୟ ଲୋକ ଲୋକତନ୍ତ୍ରକୁ ନଷ୍ଟକରିବାର ଚକ୍ରାନ୍ତର ଜବାବ ଲୋକତାନ୍ତ୍ରିକ ପ୍ରଣାଳୀରେ ଦେଇଛନ୍ତି। ଆମେ ଭାରତୀୟ ଯେଉଁଠିବି ରହିଲେ ଆମ ଲୋକତନ୍ତ୍ର ଉପରେ ଗର୍ବ କରିଥାଉ। ପ୍ରତ୍ୟେକଟି ହିନ୍ଦୁସ୍ଥାନୀ ଗର୍ବରେ କହିଥାଏ ଭାରତ ମଦର ଅଫ ଡେମୋକ୍ରାସି ଅଟେ।
୭-ଭାରତର ୯୦% ବୟସ୍କ ବ୍ୟକ୍ତିଙ୍କୁ ଭାକ୍ସିନର ଡ଼ବଲ ଡୋଜ ଦିଆଯାଇସାରିଛି। ୯୫% ବ୍ୟକ୍ତିଙ୍କୁ କମସେକମ ଗୋଟେ ଡୋଜ ଦିଆଯାଇସାରିଛି। ଏହା ସେହି ଭାରତ ଅଟେ ଯାହାକୁ ନେଇ କୁହାଯାଇଥିଲା ଏତେ ଲୋକଙ୍କୁ ଭାକ୍ସିନ ଦେବା ପାଇଁ ୧୦-୧୫ ବର୍ଷ ଲାଗିଯିବ।
An early morning touchdown in Munich…
PM @narendramodi will participate in the G-7 Summit.
Later this evening, he will also address a community programme in Munich. pic.twitter.com/firI9zI3yo
— PMO India (@PMOIndia) June 26, 2022
୮-ଆଜିର ଦିନ ୨୬ ଜୁନକୁ ଆହୁରି ଏକ କଥା ପାଇଁ ଜଣାଯାଇଥାଏ। ଯେଉଁ ଲୋକ ତନ୍ତ୍ର ଆମର ଗୌରବ,ଯେଉଁ ଲୋକତନ୍ତ୍ର ଆମ ଡିଏନରେ ଅଛି ଆଜଠୁ ୪୭ ବର୍ଷ ପୂର୍ବରୁ ଏହାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଥିଲା।
୯- ଦୁନିଆ ସାରାରେ ରହୁଥିବା ଭାରତୀୟ ନିଜ ଭିତରେ ଏକ ସଫଳତାର ଷ୍ଟୋରୀ ଅଟନ୍ତି। ଆପଣ ସମସ୍ତେ ଭାରତର ସଫଳତାର ବ୍ରାଣ୍ଡ ଆମ୍ବାସଡ଼ର ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।