କ୍ୟାପଟେନ କୋହଲିଙ୍କୁ ନେଇ ସନ୍ତୁଷ୍ଟ ନାହାଁନ୍ତି ବିସିସିଆଇ ଅଧିକାରୀ? ହିଟମାନ ରୋହିତ ହୋଇପାରନ୍ତି କ୍ୟାପଟେନ!

ଆସୁଥିବା ଟି-୨୦ ବିଶ୍ୱକପକୁ ନେଇ ହୋଇସାରିଛି ଦଳ ଘୋଷଣା। ଯେଉଁଥିରେ କ୍ୟାପଟେନ ଭାବରେ ଅଛନ୍ତି ବିରାଟ କୋହଲି। ଏହି ଟି-୨୦ ବିଶ୍ୱକପ କୋହଲିଙ୍କ ପାଇଁ କର ବା ମର ପରିସ୍ଥିତି ଭଳି ଅଟେ। କାରଣ ଏହା ଯେ ଏଯାଏ କ୍ୟାପଟେନ ଭାବରେ କୋହଲିଙ୍କ ହାତରେ ଲାଗିନି ବିଜୟୀ ଆଇସିସି ଟ୍ରଫି। ଏପଟ ପକ୍ଷରେ କିଛି ବିସିସିଆଇର ମେମ୍ବର ରୋହିତଙ୍କୁ କ୍ୟାପଟେନ ହେବାର କଥା କହିଲେଣି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

Google

ଆପଣଂକୁ କହିରଖିବୁ କ୍ରିକେଟ ଏଡିତର ଡଟକମର ଏକ ତଥ୍ୟ ଅନୁଯାୟୀ, ଆସୁଥିବା ଟି-୨୦ ବିଶ୍ୱକପ କୋହଲିଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସେ ଆଇସିସି ଟ୍ରଫି ଭାରତକୁ କ୍ୟାପଟେନ ହିସାବରେ ଜିତାଇବାରେ ବିଫଳ ରହିଛନ୍ତି। ଯାହା ଫଳରେ ସେ ଅନେକ ସମାଲୋଚନାର ବି ସାମ୍ନା କରିଥିଲେ। ଯଦି ଏହି ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଫେଲ ହୋଇଯାଏ ତେବେ ଏହା କୋହଲିଙ୍କ ନିମନ୍ତେ କ୍ୟାପଟେନ ଭାବରେ ଶେଷ ହୋଇଯାଇପାରେ।

କ୍ରିକେଟ ଏଡିଟର ୱେବସାଇଟ ମୁତାବକ ବିସିସିଆଇର କିଛି ଅଧ୍ୟକ୍ଷ ମଧ୍ୟ ଏଥିରେ ଖୁସି ନାହାନ୍ତି। ଏହା ପ୍ରାୟତଃ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ପରାଜିତ ହେବା ପରେ ଏମିତି ହୋଇଛି ବୋଲି ଅନୁମାନ କରାଯାଉଛି। ଶୀର୍ଷ ଅଧିକାରୀଙ୍କ ମତ ଯେ ଫାଇନାଲ ମ୍ୟାଚରେ କୋହଲିଙ୍କ ଟିମ ସିଲେକ୍ସନ ଠିକ ନଥିଲା।

Google

ଦିନିକିଆ ଏବଂ ଟି-୨୦ ରେ ଭାରତର କ୍ୟାପଟେନ ରୋହିତ ଶର୍ମାଙ୍କୁ କରିବା ପାଇଁ ଏହି ଶୀର୍ଷ ଅଧିକାରୀ ମାନେ ମତ ଦେଇଛନ୍ତି। ହିଟମାନ ରୋହିତଙ୍କ ଅଧିନାୟକତ୍ୱରେ ଆଇପିଏଲରେ ମୁମ୍ବାଇ ଭଲ ଖେଳୁଛି ଏବଂ ୫ ଥର ଟ୍ରଫି ନିଜ ନାମରେ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *