ବ୍ୟୁରୋ ନ୍ୟୁଜ: ପ୍ରାୟ ଗତ ଦୁଇ ବର୍ଷ ହେବ କେତେକ ଦେଶରେ ମହାମାରୀ କରୋନା ନିଜ କାୟା ବିସ୍ତାର କରିଛି। ଏହାର ଦୁଇଟି ଲହରୀ ଦେଶରେ ବହୁତ କ୍ଷତି ଘଟାଇଥିଲା ଓ ଅନେକ ଲୋକଙ୍କ ପ୍ରାଣ ନେଇଥିଲା। କିଛି ମାସ ହେବ ଧୀରେ ଧୀରେ ଏହାର ଦ୍ୱିତୀୟ ଲହରୀ ନିୟନ୍ତ୍ରଣକୁ ଆସିଥିଲା କିନ୍ତୁ ଏହାର ତୃତୀୟ ଲହରୀ ଆରମ୍ଭ ହୋଇଗଲାଣି। ଏହା ସହ ଏହାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନରେ ମଧ୍ୟ ଦେଶରେ ଦେଢ଼ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କଲାଣି। ଏହା ମଧ୍ୟରେ ଦେଶରେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି।

ଆଗକୁ ଯେପରି ତୃତୀୟ ଲହରୀ ଅଧିକ ଭୟାନକ ନହେଉ ଏହା ପାଇଁ ସରକାର ଆଗକୁ କଡା ପଦକ୍ଷେପ ଗ୍ରହଣ କଲେଣି ଓ ଅନେକ ନିୟମ ଲାଗୁକଲେଣି। କହିରଖିବୁ ଦ୍ୱିତୀୟ ଲହରୀରେ ମଧ୍ୟ ମାୟା ନଗରୀ ମୁମ୍ବାଇରେ ଅଧିକ ଲୋକ ସଂକ୍ରମଣ ହୋଇଥିଲେ ଏବେ ପୁଣି ମୁମ୍ବାଇରେ ସଂକ୍ରମଣର ହାର ହୁ ହୁ ହୋଇ ବଢିଚାଲିଛି। ଏହା ପାଇଁ ମୁମ୍ବାଇ ସରକାର ଆଗୁଆ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ମୁମ୍ବାଇ ବିଏମସି ଘୋଷଣା କରିଛିକି ଜାନୁଆରୀ ୩୧ ପର୍ଯ୍ୟନ୍ତ ୧-୯ ଶ୍ରେଣୀ ବିଦ୍ୟାଳୟ ବନ୍ଦ ରହିବ। କିନ୍ତୁ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ଓ ୧୦ ଶ୍ରେଣୀ ପିଲାଙ୍କ ପାଠପଢା ଜାରିରହିବ।
ଏବେ ମୁମ୍ବାଇରେ ସଂକ୍ରମଣ ହାର ଅତି ଜୋରେ ମାଡିବା ଆରମ୍ଭ ହୋଇଗଲାଣି ଯଦି ଏବେଠୁ ଏହାକୁ ଅଟକାନଜାଏ ଏହା ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି କରିବ। ରିପୋର୍ଟ ଅନୁସାରେ ରବିବାର ଦିନ ମୁମ୍ବାରେ କେବଳ ୮ ହଜାର ଲୋକ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଏବେ ବିଏମସି ଅଧିକାରୀ କହିଛନ୍ତି କରୋନା ସଂକ୍ରମଣ କମିଥିବାରୁ ୧-୮ ଖୋଲିବା ଫଇସଲା ନିଆଯାଇଥିଲା କିନ୍ତୁ ଏଭଳି ସଂକ୍ରମଣ ହାର ବଢିବା କାରଣରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ୧-୯ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟା ପଢା ବନ୍ଦ କରାଯାଇଛି।

ଏହାର ମୁଖ୍ୟ କାରଣ ହେଉଛି ୯ ମ ପର୍ଯ୍ୟନ୍ତ ପିଲା ଟୀକା ନେଇନାହାନ୍ତି। ଏବେ ୧୫-୧୮ ବର୍ଷର ପିଲାଙ୍କ ଟୀକାକରଣ ଆରମ୍ଭ ହୋଇସାରିଛି। ଏହି ଜାନୁଆରୀ ମାସ ମଧ୍ୟରେ ସମସ୍ତ ୪.୫ ଲକ୍ଷ ପିଲା ଯେପରି ଟୀକା ନେବେ ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇରେ ସଂକ୍ରମଣ ହାର ୧%ରେ ପହଁଚିଥିଲା ଯାହା ଅଚାନକ ବଢି ଏବେ ୧୭% ହୋଇଗଲାଣି। ରିପୋର୍ଟ ଅନୁସାରେ ମୁମ୍ବାଇରେ ନଭେମ୍ବର ମାସରେ ମାତ୍ର ୬୧୨୫ ଜଣ ସଂକ୍ରମଣ ହୋଇଥିବା ଜଣାପଡିଥିଲା କିନ୍ତୁ ଡିସେମ୍ବରରେ ୨୧୫୮୫ ଜଣ ସଂକ୍ରମଣ ହୋଇଥିଲେ। ତୃତୀୟ ଲହରୀର ସମ୍ଭାବନା ଦେଖାଗଲାଣି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।