ଆସୁଛି ବଡ଼ ଖବର। କୋଭିଡ ମାମଲା କଣ୍ଟ୍ରୋଲ ହେବାରୁ ମଧ୍ୟପ୍ରଦେଶ ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି। ଏହା ସହିତ ବିଶେଷ ରିପୋର୍ଟରୁ ଯାହା ଜଣା ଯାଉଛି ଖୋଲିବ ସ୍କୁଲ, କଲେଜ ଏବଂ ହଷ୍ଟେଲ। ହେଲେ ନାଇଟ କର୍ଫ୍ୟୁ ରହିବ। ରାଜ୍ୟରେ ସାଂସ୍କୃତିକ,ରାଜନୈତିକ,ମନୋରଞ୍ଜନ,ଧାର୍ମିକ, ସମସ୍ତ ସାମାଜିକ, ମେଳା ତଥା କ୍ରୀଡାର ଆୟୋଜନ ହେଇପାରିବ।

କଲେଜ ଏବଂ ସ୍କୁଲ ଖୋଲିବ। ଅନ୍ତିମ ସଂସ୍କାର ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ରାଜ୍ୟ ଗୃହ ବିଭାଗ ତରଫରୁ ଏହି ଅର୍ଡର ଜାରି ହୋଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ସରକାର ବାହାଘରର କଟକଣା ଉଠାଇଥିଲେ।
ନାଇଟ କର୍ଫ୍ୟୁ ରାତ୍ର ୧୧ ରୁ ସକାଳ ୫ ଯାଏ ରହିବ । କୋଭିଡ ମାମଲାକୁ ଦେଖି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାର ନିୟମ ପାଳନ ହେବ। ଜିଲ୍ଲା ପ୍ରଶାସନ ଇଚ୍ଛା କଲେ ଦରକାର ବେଳେ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରିପାରିବ। ଏହା ସହ କିଛି ପ୍ରତିକାର ମୂଳକ ପଦକ୍ଷେପ ସମେତ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।