ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନେଇ ଆସିଲା ବଡ଼ ଅପଡେଟ, ପଢନ୍ତୁ ସମ୍ପୂର୍ଣ ଖବର

ଆପଣ ଜାଣିଥିବା ମାର୍ଚ୍ଚ ୨୦୨୦ରେ ହଠାତ୍ ସଂମ୍ପୁର୍ଣ ବିଶ୍ୱକୁ ମାଡିଆସିଥିଲା କରୋନା ରୂପକ ଭୟାବହ ରୋଗ ଯାହା ଧୀରେ ଧୀରେ ଭୟାନକ ରୂପ ଧାରଣ କରିଥିଲା। ଏହା ଭାରତରେ ଏତେ ମାତ୍ରାରେ ମାଡିଯାଇଥିଲାଯେ ବାଧ୍ୟ ହୋଇ ସରକାର ଲକଡାଉନ ଘୋଷଣା କରିଥିଲେ। ଏହି ଲକଡାଉନ ସେହି ପରି ଅନେକ ମାସ ପର୍ଯ୍ୟନ୍ତ ଲାଗିରହିଥିଲା। ଏଥିରେ ଅର୍ଥନୀତ କମିବା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତର ପ୍ରଭାବ ପଡିଥିଲା। ସେବେଠୁ ସ୍କୁଲ ଖୋଲିପାରିନଥିଲା। ପରିସ୍ଥିତି ଏତେ ଖରାପ ହେଲା ଯେ ମାଟ୍ରିକ ଯୁକ୍ତ୨ ପରୀକ୍ଷା ମଧ୍ୟ ହୋଇପାରିଲା ନାହିଁ। ଏହା ପରେ ପୁଣି ଆସିଥିଲା କରୋନାର ଦ୍ୱିତୀୟ ଲହରୀ ଯାହା ଆହୁରି ସାଂଘାତିକ ରୂପ ଧାରଣ କରିଥିଲା। ଏବେ ଦ୍ୱିତୀୟ ଲହରୀର ପରିସ୍ଥିତି ସ୍ୱାଭାବିକ ହେବା ପରେ ସରକାର ଧୀରେ ଧୀରେ ସବୁ ଖୋଲିଛନ୍ତି।

Google

ସରକାର ଏବେ ଗାଇଡଲାଇନ ଅଳ୍ପ କୋହଳ କରିଛନ୍ତି ଯାହା ଦ୍ୱାରା ଧୀରେ ଧୀରେ ସବୁ ଖୋଲିବାରେ ଲାଗିଛି। ପ୍ରଥମେ ରାଜ୍ୟ ସରକାର ୨୬ ଜୁଲାଇରୁ ଦଶମ ଓ ଯୁକ୍ତ୨ କ୍ଳାସ ଖୋଲିଥିଲେ ହା ପରେ ପୁଣି ୧୬ ଅଗଷ୍ଟରେ ନବମ ଶ୍ରେଣୀ ମଧ୍ୟ ଖୋଲାଯାଇଥିଲା। ପରିସ୍ଥିତି ସ୍ୱାଭାବିକ ରହିଲେ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ମଧ୍ୟ ଖୋଲିଯିବ। ଏବେ ପରିସ୍ଥିତି ଅଳ୍ପ ଭଲ ରହିଥିବାରୁ ଶିଶୁଆୟୋଗ ରାଜ୍ୟ ସରକାରଙ୍କୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ କ୍ଳାସ ଖୋଲିବାକୁ କହିଛନ୍ତି। ଏବେ ଦେଖିବା ବାକି ରହିଲା ଏହାକୁ ନେଇ ରାଜ୍ୟସରକାର କଣ ନିସ୍ପତି ନେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *