ବିଶିଷ୍ଟ ସଙ୍ଗୀତଜ୍ଞ କେକେଙ୍କ ପରଲୋକ! ତାଙ୍କର ଗୀତରେ ଥିଲା ଏକ ନିଆରା ଅନ୍ଦାଜ

ବ୍ୟୁରୋ ରିପୋର୍ଟ: ମହୀଶୂର ସଙ୍ଗୀତଜ୍ଞ କେକେ ଆଉ ଏ ଦୁନିଆରେ ନାହାଁନ୍ତି। କୋଲକାତାର ଏକ ଲାଇଭ କନସର୍ଟରେ ସେ ଗୀତ ଗାଉଥିବା ସମୟରେ ତାଙ୍କ ଦେହ ଖରାପ ହୋଇଥିଲା। ହଠାତ ସେ ଅସୁସ୍ଥତା ଅନୁଭବ କରୁଥିବାରୁ ତାଙ୍କୁ ମେଡିକାଲ ନିଆ ଯାଇଥିଲା। ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ମୃତ୍ୟୁର କାରଣ କାର୍ଡିଆକ ଆରେଷ୍ଟ ବୋଲି କୁହା ଯାଉଛି। ଏହା ସମ୍ବନ୍ଧରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା କାରଣରୁ ତାଙ୍କ ପୋଷ୍ଟ ମର୍ଡମ ରିପୋର୍ଟକୁ ଅପେକ୍ଷା କରା ଯାଇଛି।

 

କୃଷ୍ଣ କୁମାର କନ୍ନାଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ସାରା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ଫିଲ୍ମ ଜଗତର ସମସ୍ତ ସଦସ୍ୟ ଶୋକରେ ମ୍ରିୟମାଣ ହୋଇ ପଡିଛନ୍ତି। ସମସ୍ତ ସମର୍ଥକମାନଙ୍କ ମନରେ ଦୁଃଖର ବାଦଲ ଘେରି ଯାଇଛି। ଅଭିନେତା ଅକ୍ଷୟ କୁମାର ତାଙ୍କ ମୃତ୍ୟୁରେ ଭାଙ୍ଗି ପଡି ଟୁଇଟ କରିଛନ୍ତି ଯେ, ତାଙ୍କ ବିୟୋଗ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ଏହା ଭାରତୀୟଙ୍କ ପାଇଁ ସବୁଠାରୁ ବଡ଼ କ୍ଷତି ଅଟେ। ସେହିପରି ଆଇପିଏଲ ଫ୍ରାଞ୍ଚାଇଜ କୋଲକତା ନାଇଟ ରାଇଡ଼ର୍ସ ନିଜ ଟୁଇଟର ହ୍ୟାଣ୍ଡେଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଆତ୍ମାକୁ ସଦଗତି ପ୍ରାପ୍ତ ହେଉ ବୋଲି ଜଣାଇଛନ୍ତି।

ତାଙ୍କର ଗୀତ ଅନେକଙ୍କ ମନକୁ ଛୁଇଁଥାଏ। ସେ ଏକ ନିଆରା ଅନ୍ଦାଜରେ ଗୀତ ଗାଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *