ବ୍ୟୁରୋ ରିପୋର୍ଟ: ଏବେ ଆମେ ଆପଣଙ୍କୁ ଯେଉଁ ପ୍ରେମ କାହାଣୀ କହୁଛୁ ତାହା ଶୁଣିଲା ପରେ ଆପଣଙ୍କ ଆଖିରୁ ମଧ୍ୟଲୁହ ଆସିଯିବ ଆଉ ଆପଣ କହିବେ ସତରେ ପ୍ରେମ ଏମିତି ହେବା ଆବଶ୍ୟକ। କଲରେ “ସରୋଜ ,ହାଲୋ ରାନୀ ଦେହ କେମିତି ଅଛି।ରାନି,ହଁ ବାବା ଦେହ ଭଲ ଅଛି। ସରୋଜ,ତମକୁ ଗୋଟେ କଥା କହିବି,ଏହି କଥ ତମକୁ କେମିତି ଲାଗିବ ମତେ ଜଣାନାହିଁ କିନ୍ତୁ ଏହି କଥା ସତ ଆମ ଦୁହିଁଙ୍କ ଭିତରେ ଯେଉଁ ସମାନତା ଅଛି ତାକୁ ମୁଁ ସବୁ ଦିନ ପାଇଁ ରଖିବାକୁ ଚାହୁଁଛି।ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି। ଏହି କଥା ଶୁଣି ରାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ କିଛି ସମୟପରେ କହିଥିଲେ,” ନା ସରୋଜ ମୁଁ ଏତେ ସ୍ୱାର୍ଥପର ହୋଇପାରିବିନି ମୁଁ ଏବେ ଅନ୍ଧ ଓ ମୋର ଶରୀରର ୮୦% ପୋଡିଯାଇଛି ତମେ କଣ ପାଇଁ ମୋ ପାଇଁ ଏତେ କଷ୍ଟ ସହିବ”।
କିନ୍ତୁ ସରୋଜ ଏକାଜିଦି କରିଥିଲେ ଓ ରାନୀ ଶେଷରେ କହିଥିଲେ ଠିକ ଅଛି କିନ୍ତୁ ଯଦି ମୋ ଦୃଷ୍ଟିଶକ୍ତି ଫେରେ ଓ ମୁଁ କାର୍ଯ୍ୟ ସବୁ କରିପାରିବି ତେବେ ତୁମକୁ ବିବାହ କରିବି। ଏହି ସତ୍ୟ ଘଟଣା ଟି ହେଉଛି ଏସିଡ ପିଡ଼ିତା ପ୍ରମୋଦିନଙ୍କ କଥା।କହିରଖିବୁ ଯେବେ ୨୦୦୯ରେ ପ୍ରମୋଦିନ +୨ ପଢୁଥିଲେ ସେବେ ସନ୍ତୋଷ କୁମାର ବେଦାନ୍ତ ବୋଲି ଜଣେ ଯୁବକ ତାଙ୍କୁ ଏକତରଫା ଭଲ ପାଉଥିଲେ। ଓ ଶେଷରେ ପ୍ରମୋଦିନ ରାଜି ନହେବା ଦ୍ଵାରା ସେ ସେହି ବର୍ଷ ଏପ୍ରିଲ ୧୮ରେ ରାଗରେ ତାଙ୍କ ସହ ଅନୀଲଙ୍କ ସହଯୋଗରେ ପ୍ରମୋଦିନଙ୍କ ଉପରକୁ ଏସିଡ ପକାଇଥିଲେ।

ସେ ବଂଚିଯାଇଥିଲେ କିନ୍ତୁ ତାଙ୍କ ଶରୀରର ୮୦% ପୋଡିଯାଇଥିଲା ଓ ତାଙ୍କୁ ଦେଖା ମଧ୍ୟ ଯାଉନଥିଲା। ସେ କଟକ ମେଡିକାଲରେ ୨୦୧୪ରେ ସରୋଜଙ୍କୁ ଭେଟିଥିଲେ। ସରୋଜ ଜଣେ ମଧ୍ୟବିତ ପରିବାରର ହୋଇଥିବାରୁ ଗ୍ରାଜୁଏସନ ପରେ ଗୋଟେ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ। ପ୍ରମୋଦିନକୁ ଦେଖିବା ପରେ ସେ ତାଙ୍କ ଦୁଃଖ ନଦେଖିପାରି ତାଙ୍କ ସବୁ ଅବସ୍ଥା ବୁଝୁଥିଲେ। ଶେଷରେ ଦୁହେଁ ୨୦୨୧ ରେ ସମାଜକି ଖାତିରି ନକରି ବିବାହ କରିଥିଲେ। ୨୦୧୭ରେ ତାଙ୍କ କେସ ପୁଣି ଓପନ ହୋଇଥିଲା ଓ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ଅନୀଲ ଦଳିସିଂରାୟକଙ୍କୁ ଗତକାଲି ୧୪ ବର୍ଷର କାରାଦଣ୍ଡ ଶୁଣାଯାଇଛି। ପ୍ରମୋଦିନ କହିଛନ୍ତି ଜଣେ ପୁରୁଷ ମୋ ଜୀବନ ନଷ୍ଟ କରିଥିଲା ଓ ଆଉ ଜଣେ ଦେବଦୂତ ସାଜି ମୋତେ ନୂତନ ଜୀବନ ଦେଇଥିଲେ। ସେ ନଥିଲେ ହୁଏତ ଆଜି ମୁଁ ବି ନଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।