ରାଜ୍ୟରେ ଗରମରେ ପ୍ରଭାବ! ପ୍ରାୟ ୨୮ ସହର ଆଜି ୪୦° ଉପରେ, ଏହି ୫ଟି ଜିଲ୍ଲାକୁ ଜାରି ହିଟ ୱେଭ ୱାର୍ନିଂ!

ବ୍ୟୁରୋ ରିପୋର୍ଟ: ରାଜ୍ୟରେ ଗରମର ପ୍ରଭାବ। ଝାଞ୍ଜି ସହ ଖରାର ପ୍ରଭାବକୁ ନେଇ ରାଜ୍ୟରେ ଲୋକମାନେ ତାତି ସହୁଛନ୍ତି। ତେବେ ବିଶେଷ ରିପୋର୍ଟ ଅନୁସାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ନିଂ ଜାରି ହୋଇଛି।

Google

ତେବେ ଏହି ହିଟ ୱେଭ ଜିଲ୍ଲା ଲିଷ୍ଟରେ ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ, ସୋନପୁର, କଳାହାଣ୍ଡି ଅନ୍ତର୍ଭୁକ୍ତ ଅଛି। ହେଲେ ସମ୍ପୂର୍କ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏହା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଲର୍ଟ ଜାରିକରିଛନ୍ତି। ଏହା ସହ ବିଶେଷ ସୂତ୍ରରୁ ଜଣା ଯାଇଛି କି ଆବଶ୍ୟକ ପଦକ୍ଷେପ ନେବାକୁ ନେଇ ନିର୍ଦେଶନାମା ଜାରି କରିଛନ୍ତି।

ସୋନପୁରରେ ସବୁଠୁ ଅଧିକ ଆଜି ୪୩.୦୮° ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ଏବଂ ୪୩.୦୩° ସେଲସିୟସ ଭୁବନେଶ୍ୱରରେ ଅଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

Google

ତାପମାତ୍ରା ଆଲୋଚନା କରିବା ତ ଜଗତସିଂହପୁରରେ-୪୧.୦୪°, ତାଳଚେରରେ-୪୩°, ଅନୁଗୁଳରେ-୪୩.୦୧°, ଯାଜପୁରରେ-୪୧.୦୨°, ବାରିପଦା ଓ ବୌଦ୍ଧରେ-୪୨°,କଟକରେ-୪୧.୦୧°,ଖୋର୍ଦ୍ଧାରେ-୪୧°, ପାରଳେଖାମୁଣ୍ଡି ଏବଂ ଭଦ୍ରକରେ-୪୦.୦୫°, ଝାରସୁଗୁଡ଼ାରେ-୪୨.୦୨°,ବରଗଡ଼-୪୧.୦୫°, ସୁନ୍ଦରଗଡ ଓ ନୟାଗଡ଼ରେ-୪୧.୦୫°।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *