ବ୍ୟୁରୋ ରିପୋର୍ଟ: ଆପଣମାନେ ପ୍ରାୟ ଜାଣିଥିବେ ଗତ କିଛି ଦିନ ହେବ କରୋନା କାରଣରୁ ସବୁକିଛି ପ୍ରାୟ ପଛେଇ ଯାଇଛି। ବେସି କ୍ଷତି ହୋଇଛି ଶିକ୍ଷାକ୍ଷେତ୍ର। କାରଣ ଅନେକ ଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କାରଣରୁ ପିଲାଙ୍କ ପାଠ ପଢ଼ାରେ ବହୁତ ଅସୁବିଧା ହେଉଛି। ଅନ୍ଲାଇନ ପାଠ ପଢା ହୋଇଥିଲେ ମଧ୍ୟ ଅନେକ ପିଲା ମୋବାଇଲ ନଥିବାରୁ ଏଥିରୁ ବଞ୍ଚିତ ହୋଇଥିଲେ। ଧୀରେ ଧୀରେ ପରିସ୍ଥିତି ସ୍ୱଭାବିକ ହେଉଛି।

ଏବେ ପିଲାଙ୍କୁ ପାଠ ପଢିବା ପାଇଁ ବହୁତ Bସମୟର ଆବଶ୍ୟକତା ରହିଛି ତେଣୁ ଖରାଦିନ ଛୁଟି ଯଦି ଅଧିକ ଦିନ ହୁଏ ତେବେ ପିଲାଙ୍କୁ ପାଠ ପଢିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ। ତେଣୁ ଏଥର ପିଲାଙ୍କୁ ଖରାଦିନ ଛୁଟି ଗୋଟେ ମାସ ପରିବର୍ତେ ୧୦ ଦିନ ହୋଇପାରେ। ଏହାର ମୁଖ୍ୟ କାରଣ ହେଉଛି ଦୁଇ ବର୍ଷର ପୁରୁଣା ପାଠ ପାଇଁ ଅଧିକ ସମୟର ଆବଶ୍ୟକ ରହିଛି। କହିରଖିବୁ ସରକାର କହିଛନ୍ତି ନୂତନ ବର୍ଷର ପାଠପଢା ପୂର୍ବରୁ ଦୁଇ ବର୍ଷର ପୂର୍ଵ ପାଠପଢ଼ା ପିଲାଙ୍କୁ ପଢ଼ାଯିବ କାରଣ ଦୁଇ ବର୍ଷ ହେବ ପିଲା ପାଠ ଭଲସେ ପଢିପାରିନାହାଁନ୍ତି।
ଆପଣଙ୍କୁ କହିରଖିବୁ ମିଳିଥିବା ସୂଚନା ଅନୁସାରେ ମଇ ୬ ରୁ ୧୬ ପର୍ଯ୍ୟନ୍ତ ଖରାଦିନ ଛୁଟି ହୋଇପାରେ। ଏହି ଛୁଟି ପରେ ଆରମ୍ଭ ହେବ ନୂତନ ପାଠପଢା। ଆପଣ ଜାଣିଥିବେ ଆଗରୁ ଦେଢ଼ ମାସ ପର୍ଯ୍ୟନ୍ତ ମଧ୍ୟ ଖରାଦିନ ଛୁଟି ହେଉଥିଲା କିନ୍ତୁ ଏବେର ପରିସ୍ଥିତି ପାଇଁ ଏହାକୁ କମାଯାଇଛି।ଏହାକୁ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱାଗତ କରିଛନ୍ତି।ଅନେକ ଶିକ୍ଷାବିତ କହିଛନ୍ତି ପିଲାଙ୍କୁ ଠିକ ଭାବେ ସବୁ ପଢ଼ାଯିବା ଆବଶ୍ୟକ ଯେପରି ପିଲା ସବୁ ଭଲ ସେ ଜାଣିପାରିବେ। କିନ୍ତୁ ଏହି କଥାରେ ଅଭିଭାଵକ ସଂଘ ଆପତ୍ତି ଜଣାଇଛନ୍ତି କି ଛୋଟ ପିଲା ଖରାରେ କିପରି ଯିବେ। ଏବେ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ପରୀକ୍ଷା ହେବକି ନାହିଁ ଏହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।