ବ୍ୟୁରୋ ରିପୋର୍ଟ: ମୟଙ୍କ ଅଗ୍ରୱାଲ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ଶୁକ୍ରବାରକୁ ମହାରାଜା ଟ୍ରଫିର ଏକ ମ୍ୟାଚରେ ନଟଆଉଟ ଶତକ ଲଗାଇ ଟିମକୁ ଜିତାଇଛନ୍ତି। ସେ ୪୯ ବଲରେ ୧୦୨ ରନର ପାରି ଖେଳିଥିଲେ। ସେ ୨୦୮ ରନର ଷ୍ଟାଇକରେଟରେ ରନ କରିଥିଲେ। ଏଥିରେ ତାଙ୍କର ୧୦ ଟି ଚୌକା ଓ ୬ ଟି ଛକା ସାମିଲ ଥିଲା।ମ୍ୟାଚରେ ଷ୍ଟ୍ରାଇକର୍ସ ପ୍ରଥମେ ବ୍ୟାଟିଙ୍ଗ କରି ୨ ୱିକେଟ ହରାଇ ୧୭୩ରନ କରିଥିଲା। କିନ୍ତୁ ବେଙ୍ଗଲୁରୁ ବ୍ଲାଷ୍ଟର ଲକ୍ଷ୍ୟକୁ ମାତ୍ର ୧୫.୪ ଓଭରରେ ହାସଲ କରିନେଇଥିଲେ। ମ୍ୟାଚକୁ ପରେ ୧୯ ଓଭରର କରିଦିଆଯାଇଥିଲା ମାନେ ୨୦ ବଲ ଆହୁରି ବାକିଥିଲା।

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ବେଙ୍ଗଲୁରୁ ଭଲ ଆରମ୍ଭ କରିଥିଲା। ମୟଙ୍କ ଅଗ୍ରୱାଲ ଓ ଏଲଆର ଚେତନ ପ୍ରଥମ ୱିକେଟ ପାଇଁ ୫ ଓଭରରେ ୬୯ର ପାର୍ଟନରସିପ କରିଥିଲେ।ଚେତନ ୧୫ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଏଥିରେ ସେ ୪ ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ଏହା ପରେ ନମ୍ବର ୩ରେ ଓହ୍ଲାଇଥିବା କେବି ଅନିଶଙ୍କ ସହିତ ମୟଙ୍କ ୧୦୭ ରନର ପାର୍ଟନରସିପ କରି ଟିମକୁ ବିଜୟ ଦେଇଥିଲେ। ଅନିସ ୩୦ ବଲରେ ୩୫ ରନ କରି ନଟ ଆଉଟ ରହିଥିଲେ ଓ ୩ ଟି ଚୌକା ମାରିଥିଲେ। କୃଷ୍ଣପା ଗୌତମ ୪ ଓଭରରେ ୪୫ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
ଭରତ ଓ କଦମଙ୍କ ଅର୍ଦ୍ଧଶତକ:
A great day in the field. ? Hungry for more.
We march on? #KBBlasters pic.twitter.com/4pN6sL97cI— Mayank Agarwal (@mayankcricket) August 13, 2022
ଏହା ପୂର୍ବରୁ ସିବମୋଗା ଷ୍ଟାଇକର୍ସ ମ୍ୟାଚରେ ସୁନ୍ଦର ଆରମ୍ଭ କରିଥିଲେ। ଓପନର ବ୍ୟାଟ୍ସମ୍ୟାନ ରୋହନ କଦମ ଓ କେସର ଭରତ ପ୍ରଥମ ୱିକେଟ ପାଇଁ ୧୪.୨ ଓଭରରେ ୧୧୬ ରନର ପାର୍ଟନରସିପ କରିଥିଲେ। ଦୁହେଁ ଅର୍ଦ୍ଧଶତକ ଲଗାଇଥିଲେ,ଭରତ ୪୫ ବଲରେ ୫୧ ରନ କରିଥିଲେ ଯେଉଁଥିରେ ୫ ଟି ଅର୍ଦ୍ଧଶତକ ସାମିଲ ଥିଲା। ସେହିପରି ରୋହନ ୫୨ ବଲରେ ୧୬୨ ଷ୍ଟାଇକ ରେଟରେ ୮୪ ରନ କରିଥିଲେ।ସେ ଏହି ପାରିରେ ୮ ଟି ଚୌକା ଓ ୩ ଟି ଛକା ମାରିଥିଲେ। କୃଷ୍ଣପା ଗୌତମ ୧୨ ବଲରେ ୧୮ ରନ କରି ନଟ ଆଉଟ ରହିଥିଲେ। ଯେ ସୂଚିତ ସୁନ୍ଦର ବୋଲିଙ୍ଗ କରିଥିଲେ ସେ ୪ ଓଭରରେ ୨୪ ରନ ଦେଇ ୧ ଟି ୱିକେଟ ନେଇଥିଲେ।
ଆଇପିଏଲରେ ରହିଥିଲେ ଅସଫଳ:
Mayank Agarwal scored a century in 48 balls with 10 fours and 6 sixes for Bengaluru Blasters against Shivamogga Strikers in the KSCA Maharaja Trophy.
— Mufaddal Vohra (@mufaddal_vohra) August 12, 2022
ଆଇପିଏଲ ୨୦୨୨ରେ ପଞ୍ଜାଵ କିଙ୍ଗସ ମୟଙ୍କ ଅଗ୍ରୱାଲଙ୍କୁ ଅଧିନାୟକ କରିଥିଲେ। ପୂର୍ଵ ଅଧିନାୟକ କେ ଏଲ ରାହୁଲ ଲକ୍ଷନୌ ସୁପର ଜାଏଣ୍ଟସ ସହ ଯୋଡିହୋଇଯାଇଥିଲେ। ମୟଙ୍କ ୧୩ ମ୍ୟାଚରେ ୧୬ ଔସତରେ ୧୯୬ ରନ କରିଥିଲେ। ମାତ୍ର ଗୋଟେ ଅର୍ଦ୍ଧଶତକ ଲଗାଇଥିଲେ, ଓ ଷ୍ଟାଇକରେଟବି ୧୨୩ର ରହିଥିଲା। ଆଇପିଏଲ ୨୦୨୧ରେ ମୟଙ୍କ ୧୨ ମ୍ୟାଚରେ ୪୦ର ଔସତରେ ୪୪୧ ରନ କରିଥିଲେ। ସେଥିରେ ୪ ଟି ଅର୍ଦ୍ଧଶତକ ସାମିଲ ଥିଲା ଓ ଷ୍ଟାଇକରେଟ ୧୪୦ ର ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।