PUBG ପରେ ଏବେ BGMI ବି ହେଲା ବ୍ୟାନ? ହଟିଲା ପ୍ଲେ ଷ୍ଟୋରରୁ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: କଣ ପବଜି ପରେ ତାର ନୂଆ ଭର୍ସନ ବିଜିଏମଆଇ ମଧ୍ୟ ଇଣ୍ଡିଆରେ ବ୍ୟାନ ହୋଇଯାଇଛି?ଏହି ଖବର ଦ୍ଵାରା ଖେଳୁଥିବା ଖେଳାଳି ମାନେ ନିରାଶ ହୋଇପାରନ୍ତି। କହିରଖିବୁ ବିଜିଏମଆଇକୁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲଷ୍ଟୋରରୁ ହଟାଯାଇଛି।ଗୁରୁବାରକୁ ଅଚାନକ ଏହା ହଟାଯାଇଛି,ଯାହା ପରେ ଏହି ମାମଲା ଟ୍ୱିଟରରେ ମଧ୍ୟ ଟ୍ରେଣ୍ଡ ହେଉଛି। କହିରଖିବୁ ପବଜି ବ୍ୟାନ ପରେ ପୂର୍ଵ ବିଜିଏମଆଇକୁ ଲଞ୍ଚ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହେଇନାହିଁକି ବିଜିଏମଆଇକୁ ଇଣ୍ଡିଆରେ ବ୍ୟାନ କରାଯାଇଛିକି ନାହିଁ। ଏବେ ଏହି ଆପ ଆପଲ ଓ ଗୁଗୁଲ ପ୍ଲେ ଷ୍ଟୋରରେ ନାହିଁ।

Google

ବିଜିଏମଆଇ ଭାରତରେ ବ୍ୟାନ ନା ନାହିଁ?

ବର୍ତ୍ତମାନ ଏଣ୍ଡରୋୟେଡ଼ ଓ ଆଇଓଏସ ୟୁଜର୍ସ ବିଜିଏମଆଇକୁ ଡାଉନଲୋଡ଼ କରିପାରିବେ ନାହିଁ।ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋର ଦୁଇଟି ଯାକରୁ ଏକା ବେଳେ ଏହାକୁ ହଟାଯିବା ଦ୍ଵାରା ପ୍ରଶ୍ନ ସୃଷ୍ଟି ହୋଇଛି। କଣ କାମ୍ପାନି କୌଣସି ବଡ଼ ଅପଡେଟ ଆଣିବ ବା ପବଜି ଭଳି ଏହାକୁ ମଧ୍ୟ ବ୍ୟାନ କରାଯାଇଛି। ଏହା ମଧ୍ୟ ହୋଇପାରେ ଏହି ଆପ ଗୁଗୁଲ ପ୍ଲେ ଷ୍ଟୋରଓ ଆପଲ ଷ୍ଟୋରର କୌଣସି ପଲିସ ଉଲଘଂନ କରିଥାଇପାରେ ଯେଉଁଠି ପାଇଁ ଏହାକୁ ହଟାଯାଇଛି। ଏବେବି ଥର୍ଡ ପାର୍ଟି ଏପିକେ ୱେବସାଇଟରେ ଏହାକୁ ଏଣ୍ଡରୋୟେଡ଼ ୟୁଜର୍ସ ଡାଉନଲୋଡ଼ କରିପାରିବେ। କିନ୍ତୁ ଆଇଫୋନରେ ଏହାକୁ ଡାଉନଲୋଡ କରାଯାଇପାରିବନାହିଁ।

Google

ରାଜ୍ୟସଭାରେ ଉଠିଥିଲା ବିଜିଏମଆଇର ମାମଲା:

ବିଜିଏମଆଇକୁ ଆପଲ ଷ୍ଟୋର ଓ ଗୁଗୁଲ ପ୍ଲେ ଷ୍ଟୋରରୁ ଅଚାନକ ହଟାଯିବା ଏଥିପାଇଁ ମଧ୍ୟ ପ୍ରଶ୍ନ ଉଠୁଛି କାରଣ ଏହି ଆପ ଉପରେ ରାଜ୍ୟସଭାରେ ମଧ୍ୟ ଆଲୋଚନା ହୋଇଥିଲା। ସଂସଦ ସଦସ୍ୟ ଏହା ଉପରେ ଆଲୋଚନା କରିଥିଲେକି କଣ ଏହି ଗେମର ପ୍ରଭାବ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଉପର ସଦନ ଏକ ମିଡ଼ିଆ ରିପୋର୍ଟ ଉପରେ ଚର୍ଚା କରୁଥିଲା ଯେଉଁଥିରେ କୁହାଯାଇଥିଲା ,”ଜଣେ ପିଲା ପବଜି ଗେମ ଖେଳି ନିଜ ବାପା ମାଙ୍କୁ ମାରିଦେଇଥିଲା”। ଏହି ଘଟଣା ପୂର୍ଵ ମାସରେ ଲକ୍ଷନଉରେ ଘଟିଥିଲା।

Google

ପିଟିଆଇ ଅନୁସାରେ କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ୨୨ ଜୁଲାଇକୁ କହିଥିଲେ କାନୁନ ପ୍ରବର୍ତ୍ତନ ଏଜେନ୍ସି ମାମଲାର ଯାଞ୍ଚ କରୁଛି। ମନ୍ତ୍ରୀ ଏହା ମଧ୍ୟ ଆସସନା ଦେଇଥିଲେକି ଏହାର ପୂର୍ଵ ଭର୍ସନ ପବଜି ୨୦୨୦ରେ ଇଣ୍ଡିଆର ବ୍ୟାନ କରାଯାଇଥିଲା। ଏହା ମଧ୍ୟରେ କାମ୍ପାନିର ଜଣେ ପ୍ରତିନିଧି ଇଣ୍ଡିଆ ଟୁଡେକୁ କହିଛନ୍ତି,”ଆମେ ସ୍ପଷ୍ଟ କରୁଛୁକି କିପରି ଏହାକୁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ହଟାଯାଇଛି। ସୂଚନା ମିଳିବା ପରେ ଲୋକଙ୍କୁ କମ୍ପାନି ତରଫରୁ ସୂଚନା ଦିଆଯିବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *