ପାଖାପାଖି ଦୁଇ ବର୍ଷ ଭିତରେ ପ୍ରାୟ ଦିନିକିଆ କ୍ରିକେଟ ଖେଳ ବନ୍ଦ ହୋଇଯିବ। ତେଣୁ ୨୦୨୩ ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଏହାର ଶେଷ ବିଶ୍ୱକପ ହେଇପାରେ। ଆଉ T-20 ଖେଳ ପାଇଁ ଯେଭଳି ଖେଳାଳି ମାନଙ୍କର ମନ ଯାଉଛି। ଦିନିକିଆ ଖେଳି ଖେଳାଳି ମାନେ ଅଧିକ ଥକି ପଡୁଛନ୍ତି ତେଣୁ କୁହା ଯାଇପାରେ କି କିଛି ଦିନ ଭିତରେ ଦିନିକିଆ କ୍ରିକେଟ ଖେଳ ବନ୍ଦ ହୋଇ ଯାଇପାରେ।

ଏପରି ମାତ୍ର ଦୁଇ ବର୍ଷ ମଧ୍ୟରେ ଦିନିକିଆ ଖେଳ ବନ୍ଦ ହୋଇଯିବ ବୋଲି କହିଛନ୍ତି ଇଂଲଣ୍ଡର ଜଣେ ଅଲରାଉଣ୍ଡର ଖେଳାଳି। ତାଙ୍କର କହିବା ଅନୁସାରେ ଯଦି ସମୟ ଥାଉ ଥାଉ କିଛି କରା ନ ଗଲା। ତାହେଲେ ଦୁନିଆରେ କେବଳ ୨ ପ୍ରକାର ହିଁ ଖେଳା ବଞ୍ଚିବ। ସେହି ଖେଳ ଗୁଡିକ ହେଉଛି ଟେଷ୍ଟ ଆଉ ଟି-୨୦। ତେବେ ଆସନ୍ତୁ ଜାଣିବା କିଏ ହେଉଛି ଏହି ଅଲରାଉଣ୍ଡର ଆଉ ସେ କାହିଁକି ଏମିତି ଏକ ଅନୁମାନ କରିଛନ୍ତି।

ଇଂଲଣ୍ଡ ଆଉ ଆଇପିଏଲ ଟିମ ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ମୋଇନ ଅଲ୍ଲୀ ଦିନିକିଆ ଖେଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି କି ସବୁ ଦେଶର ଖେଳାଳି ଯେପରି ନିଜ ଦେଶରେ ହେଉଥିବା ଟି-୨୦ ଲିଗ ଉପରେ ଅଧିକା ସମୟ ଦେଉଛନ୍ତି। ସେହିଦିନ ଦୂରରେ ନୁହଁ କି ଦିନିକିଆ ଖେଳ ଏକ ଅତୀତ ହୋଇ ରହିଯିବ। ତାଙ୍କର କହିବା ଅନୁସାରେ ଏହି ଦିନ ଖୁବ ଶୀଘ୍ର ଦେଖିବାକୁ ମିଳିପାରେ। ତାଙ୍କର ଅନୁସାରେ ଏହି ଦିନ ୨ ବର୍ଷ ମଧ୍ୟରେ ଆସିପାରେ ବୋଲି ସେ କହିଛନ୍ତି।

ସେ କହିଛନ୍ତି କି ତାଙ୍କର ଡର ହେଉଛି କି ଆମେ ଦିନିକିଆ କ୍ରିକେଟକୁ ହରେଇ ଦେଇ ପାରନ୍ତି କାରଣ ଏହା ଏକ ଲମ୍ବା ଆଉ ବୋରିଂ ଖେଳ। ଟି-୨୦ ନିଜ ଜାଗାରେ ସୁରକ୍ଷିତ ଅଛି ଆଉ ଆପଣଙ୍କ ପାଖରେ ଟେଷ୍ଟ କ୍ରିକେଟ ମଧ୍ୟ ଅଛି। ତେଣୁ ଏହି ଦୁଇ ଜଣଙ୍କ ମଧ୍ୟରେ ୫୦ ଓଭର ବିଶିଷ୍ଟ ଖେଳକୁ କିଛି ମହତ୍ୱ ମିଳି ପାରୁନାହିଁ। ତାଙ୍କୁ ବ୍ୟକ୍ତିଗତ ଭାବରେ ଲାଗୁଛି କି ବହୁତ ଖେଳ ଖେଳା ଯାଉଛି। ଆଉ ସେ କହିଛନ୍ତି ଏହା ବ୍ୟକ୍ତିଗତ ଭାବରେ ବହୁତ ଭଲ। ମାତ୍ର ଏହା ଦ୍ଵାରା ଅନ୍ତରାଷ୍ଟ୍ରୀୟ ଖେଳରେ ବାଧା ସୃଷ୍ଟି ଯେପରି ନ ହେଉ।
କିଛିଦିନ ପୂର୍ବରୁ ତାଙ୍କର ସାଥି ଖେଳାଳି ବେନ ଷ୍ଟୋକସ୍ ଦିନିକିଆ ଖେଳରୁ ଅବସର ନେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।