ଗ୍ରାମକୁ ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ୧୨ କିଲୋମିଟର ବୋହି ବୋହି ନେଲେ ପରିବାର ଲୋକ, ଜାଣନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଜିର ସମୟରେ ସରକାର ଲୋକଙ୍କୁ ପାଇଁ ଅନେକ ଯୋଜନା କରିଛନ୍ତି ଯେଉଁଥିରେ ଲୋକ ଯେପରି ଉପକୃତ ହେବେ। କିନ୍ତୁ ବାସ୍ତବରେ ସବୁ ଅଞ୍ଚଳର ଲୋକ ଏହି ସୁବିଧା ପାଇପାରୁ ନାହାଁନ୍ତି ଅବହେଳା ହେଉଛି। କିନ୍ତୁ ଏପରି ସ୍ଥାନ ଅଛ ଯେଉଁଥିରେ ଲାଇନ , ପାଣି କିମ୍ବା ରାସ୍ତାର ସୁବିଧା ନାହିଁ ଯାହା ଦ୍ୱାରା ଲୋକ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଅନେକ ଥର ଏପରି ଖବର ଆପଣ ଶୁଣୁଥିବେ ଦେଖୁଥିବେକି ଗ୍ରାମକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ବା ଅସୁସ୍ଥ ରୋଗୀଙ୍କ ପାଖକୁ ଆମ୍ବୁଲାନ୍ସ ଆସିପାରୁନାହିଁ।

ଅନେକ କିଲୋମିଟର ରୋଗୀଙ୍କୁ ବୋହିକି ନେବାକୁ ପଡୁଛି। ଏହିପରି ଘଟଣାଟିଏ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ। ଏହି ଘଟଣାଟି ହେଉଛି ମାଲକାନଗିରିର ଖଇରପୁଟ ବ୍ଲକର ବଣ୍ଡା ଘାଟିର ଅଟେ। ମିଳିଥିବା ସୂଚନା ଅନୁସାରେ ସେଠିକାର ସମ୍ବାରି କୀର୍ସାନିଙ୍କ ଦେହ ଅତ୍ୟାଧିକ ଖରାପ ହେବାଦ୍ଵାରା ମେଡିକାଲ ନେବାର ଆବଶ୍ୟକତା ପଡିଲା। ଗ୍ରାମରେ ମୋବାଇଲ ସୁବିଧା ନଥିଲା କି ରାସ୍ତା ଭଲ ନଥିଲା ଯେଉଁଠି ପାଇଁ ପରିବାର ଲୋକ ତାଙ୍କୁ ୧୨ କିଲୋମିଟର ବୁହାଇ ନେଇଥିଲେ।

Google

ଏହା ପରେ ତାଙ୍କୁ ନେଇ ପରିବାର ଲୋକମୁଦୁଲିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ ଦ୍ଵାରା ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ସେ ଚିକିତ୍ସା ହୋଇଥିଲେ ଓ ଏବେ ଠିକ ଥିବା ସୂଚନା ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *