ବ୍ୟୁରୋ ରିପୋର୍ଟ: ଓଡ଼ିଶାରେ ଗରମର ପରିସ୍ଥିତି। ପ୍ରାୟ କେତେକ ସହରରେ ୪୦° ତାପମାତ୍ରା ଟଚ କରୁଛି। ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର। ତେବେ ଯାହା ବିଶେଷ ରିପୋର୍ଟରୁ ଜଣା ଯାଇଛି କି ୨ ମଇ ତାରିଖ ପର୍ଯ୍ୟନ୍ତ ପ୍ରାୟ ପାଗରେ ଚେଞ୍ଜ ହେବନି। ହେଲେ କହିରଖିବୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧିବାରୁ ଜଲଦି ମୁକ୍ତି ମିଳିପାରେ।
ତେବେ ଯାହା ବିଶେଷ ରିପୋର୍ଟରୁ ଜଣା ଯାଇଛି କି ମଇ ୪ ରାତି କିମ୍ବା ୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ କ୍ଷେତ୍ରରେ ଲଘୁଚାପ ସୃଷ୍ଟି ହେବାର ଚାନ୍ସ ଅଛି। ତେବେ IMD ର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣିଙ୍କ ଅନୁସାରେ ଏହି ଲଘୁଚାପ ଫଳରେ ଗରମକୁ ମୁକ୍ତି ମିଳିବାର ଚାନ୍ସ ଅଛି।

ଘୁର୍ଣ୍ଣିବଳୟ ମଇ ୪ ରୁ ସୃଷ୍ଟି ହେବାର ଅଛି। ଲଘୁଚାପ ରୂପ ନେବାର ସମ୍ଭାବନା ମଇ ୫ ରେ ଅଛି। ତେବେ ଦେଶରେ ଦିଲ୍ଲୀ, ହରିୟାଣା, ମଧ୍ୟ ପ୍ରଦେଶ ଗରମରେ ଉତ୍ତପ୍ତ। ବିଶେଷ ରିପୋର୍ଟ ଅନୁସାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫° ଉପରେ। ପ୍ରାୟ ପଶ୍ଚିମା ପବନ ନିମନ୍ତେ ଗ୍ରୀଷ୍ମପ୍ରବାହ ବଢୁଛି। ରାଜସ୍ଥାନ, ଆଫଗାନିସ୍ଥାନ, ପାକିସ୍ତାନ ପଟୁ ଆସୁଥିବା ପବନ ତାତିର ପ୍ରକୋପ ବଢ଼ାଉଛି। ତେବେ ଆସନ୍ତାକାଲି ଯାଏ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠୁ ୩ ରୁ ୫° ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତାପମାତ୍ରା ମଇ ପହିଲାରୁ କମିବ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।