ବ୍ୟୁରୋ ରିପୋର୍ଟ: ଆପଣ ମାନେ ଜାଣିଥିବେ କି ଓଡ଼ିଶାରେ ପ୍ରତ୍ୟେକ ବର୍ଷ ବାତ୍ୟା ଆସିବା ଏକ ସ୍ବାଭାବିକ କଥା ହୋଇ ଗଲାଣି।ଓଡ଼ିଶାକୁ ବାତ୍ୟା ଆସିବା ଏତେ ସ୍ବାଭାବିକ ହୋଇ ଗଲାଣି କି ଓଡ଼ିଶା ରାଜ୍ୟ ମାନଙ୍କ ଭିତରୁ ବାତ୍ୟା ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ସମସ୍ତ ରାଜ୍ୟ ମାନଙ୍କ ଭିତରୁ ଏକ ନମ୍ବର ସ୍ଥାନରେ ଅଛି। ସବୁ ବର୍ଷ ପରି ଓଡ଼ିଶାକୁ ଚଳିତ ବର୍ଷ ମଧ୍ୟ ଏକ ବାତ୍ୟା ଆସିବାକୁ ଯାଉଛି ଏହା ବିଷୟରେ ତ ଆପଣ ମାନେ ପ୍ରାୟ ସମସ୍ତେ ଜାଣିଥିବେ। ଚଳିତ ବର୍ଷ ଜୁନ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାତ୍ୟାର ରୂପ ନେଇଛି। ଏହି ଲଘୁଚାପ ଏବେ ଧିରେ ଧୀରେ ଧୀରେ ଅଧିକ ଘନୀଭୂତ ହେବାକୁ ଲାଗିଛି ଏବଂ ସ୍ଥଳଭାଗ ଆଡ଼କୁ ଗତି କରୁଛି।
ଏହି ବାତ୍ୟା ଆସନ୍ତା ୬ ରୁ ୧୦ ତାରିଖ ଭିତରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରା ଯାଉଛି। ଏହି ବାତ୍ୟାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲା ମାନଙ୍କରେ କାଳବୈଶାଖୀ ବର୍ଷା ହେବାକୁ ଯାଉଛି ଏବଂ ସେହି ସବୁ ଜିଲ୍ଲା ମାନଙ୍କୁ ୟେଲୋ ସଂକେତ ମଧ୍ୟ ପାଣିପାଗ ବିଭାଗ ତରଫରୁ ଦିଆ ଯାଇଛି। ଏଥି ସହ କିଛି ସ୍ଥାନ ମାନଙ୍କରେ ଅଳ୍ପ ବେଗରେ ପବନ ମଧ୍ୟ ପ୍ରବାହିତ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ବର୍ଷା ହେବ ଏବଂ କେଉଁ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଂ ଦିଆ ଯାଇଛି ଆସନ୍ତୁ ଜାଣିବା ଏହା ବିଷୟରେ।

ଆଜି ଓଡ଼ିଶାର ୨୦ଟି ଜିଲ୍ଲାରେ ହୋଇପାରେ କାଳବୈଶାଖୀ ବର୍ଷା,ଯେଉଁ ଜିଲ୍ଲାରେ ବର୍ଷା ହେବାର ଅଛି। ସେହି ଜିଲ୍ଲା ମାନଙ୍କୁ ଦିଆ ଯାଇଛି ହଳଦିଆ ସଂକେତ। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ମାତ୍ରାରେ କାଳବୈଶାଖୀ ବର୍ଷା ହେବାକୁ ଯାଉଛି ।
ଏହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି,ରାୟଗଡ଼ା,କୋରାପୁଟ,ଗଜପତି,ଗଞ୍ଜାମ,କନ୍ଧମାଳ,ନୟାଗଡ଼,ଅନୁଗୁଳ
,ଢେଙ୍କାନାଳ,ପୁରୀ,କଟକ,ଖୋର୍ଦ୍ଧା,ଜଗତସିଂହପୁର,କେନ୍ଦ୍ରାପଡ଼ା,ଭଦ୍ରକ,ଯାଜପୁର,ମୟୁରଭଂଜ,ବାଲେଶ୍ଵର ଏବଂ ସୁନ୍ଦରଗଡ଼।ଏହି ସବୁ ଜିଲ୍ଲାରେ ବିଜୁଳି ଏବଂ ଘଡଘଡି ସହ ପ୍ରବଳ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି ଏବଂ ଗୋଟିଏ କି ଦୁଇଟି ସ୍ଥାନରେ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏହି ସବୁ ଜିଲ୍ଲା ମାନଙ୍କୁ ହଳଦିଆ ସଂକେତ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।