ଜାରି ହେଲା ପାଣିପାଗ ବିଭାଗର ସତର୍କ ସୂଚନା! ଏହି ୯ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା!

ବ୍ୟୁରୋ ରିପୋର୍ଟ: ପୁଣି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ପାଣିପାଗ ବିଭାଗ ସୂଚନା ଦେଇଛନ୍ତି କି ପୁଣି ରାଜ୍ୟରେ ଅନେକ ଦିନ। ପରେ ବର୍ଷା ହେବାକୁ ଯାଉଛି। ଆସନ୍ତା ତିନିଦିନ ଲଗାତର ବର୍ଷା ହେବାର ସମ୍ଭାବନା ଅଛି। ଆପଣଙ୍କୁ କହିରଖିବୁପାଣିପାଗ ବିଭାଗ ଅନୁସାରେ ଆଜିଠୁ ୮ ଏପ୍ରିଲ ଶୁକ୍ରବାରଠୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଖାସ କରି ୯ ଟି ଜିଲ୍ଲା ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର,କୋରାପୁଟ, ମାଲକାନଗିରି, ଗଞ୍ଜାମ,ନବରଙ୍ଗପୁର, ରାୟଗଡା, ଗଜପତିରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି।

ଏହି କାରଣରୁ ଏହି ୯ ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରିକରି ପାଣିପାଗ ବିଭାଗ ୟେଲୋ ୱାରନିଙ୍ଗ ଜାରି କରିଛି। ପାଣିପାଗ ବିଭାଗ କହିବା ଅନୁସାରେ ଏବେ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଲଘୁଚାପର ରୂପ ନେବାର ସମ୍ଭାବନା ଅଛି। ଏହାକୁ ନେଇ ଅଧିକ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି,” ୮ ତାରିଖ ଦିନ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ,ଗଞ୍ଜାମ, କନ୍ଧମାଳ,ନବରଙ୍ଗପୁର, ଗଜପତି,ବାଲେଶ୍ଵର, କୋରାପୁଟ,ମାଲକାନଗିରି, ରାୟଗଡାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଅଛି”। ୯ ଓ ୧୦ ତାରିଖରେ ଏହି ସବୁ ଜିଲ୍ଲା ମାନଙ୍କରେ ଅଧିକ ବର୍ଷାର ସମ୍ଭାବନା ଅଛି।

Google

ସେହି ପରି ପାଣିପାଗ ବିଭାଗ କହିଛି ଆସନ୍ତା କିଛି ଦିନ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ବେଳା ବଢିବ। ୭ ତାରିଖ ଦିନ ରାଜ୍ୟର ୫ ଜିଲ୍ଲାର ତାପମାତ୍ର ୪୦ ଉପରେ ଥିଲା ଓ ୪୧.୫ ଡିଗ୍ରୀ ସହ ବଲାଙ୍ଗିର ଉତ୍ତପ୍ତ ସହର ଥିଲା। ଏବେ ବର୍ଷା ଆସିବାର ଥିବାରୁ ଲୋକ ଚିନ୍ତାରେ କାରଣ ଏବେ ମୁଗଜ, ବିରି ଆଦି ଫସଲର ଅମଳର ସମୟ। ପୂର୍ଵ ବର୍ଷ ମଧ୍ୟ ଅଧିକ ବର୍ଷା ଲାଗିରହିଥିଲା ଯାହା ଯୋଗୁ ଅନେକ ଫସଲ ନଷ୍ଟ ହୋଇଥିଲା। ଯାହା ଦ୍ୱାରା ଚାଷୀ ଭାଇ ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *