ବଡ଼ ଖବର: ୟୁଜବେନ୍ଦ୍ର ଚହଲ ଓ କୃଷ୍ଣପା ଗୌତମ ପଜେଟିଭ ଚିହ୍ନଟ, ମୋଟ ଏହି ୩ ଜଣ ଖେଳାଳି ସଂକ୍ରମିତ

ଟିମ ଇଣ୍ଡିଆ ଶ୍ରୀଲଙ୍କା ଗ୍ରସ୍ତର ଲିମିଟେଡ଼ ଓଭର ସିରିଜ ଖେଳିବା ପାଇଁ ଯାଇଥିଲା। ଗୁରୁବାରକୁ ହୋଇଥିବା ଟି-୨୦ ମ୍ୟାଚରେ ଭାରତକୁ ଶ୍ରୀଲଙ୍କା ୭ ୱିକେଟରେ ହରାଇଲା। ଟି-୨୦ ସିରିଜରେ ଶ୍ରୀଲଙ୍କା ୨-୧ରେ ବିଜୟ ହାସଲ କରିଛି। କ୍ରୁନାଲ ପାଣ୍ଡ୍ୟା ପଜେଟିଭ ହେଲା ପରେ ଆଉ ୮ ଜଣ ଖେଳାଳି ଆଇସୋଲେସନରେ ରହିଥିଲେ ଓ ଶେଷ ୨ ଟି ଟି-୨୦ ମ୍ୟାଚ ଖେଳିପାରିନଥିଲେ କିନ୍ତୁ ରିପୋର୍ଟ ଆସିବା ପରେ ଜଣାପଡିଛି ଆଉ ଦୁଇଜଣ ଖେଳାଳି ପଜେଟିଭ ମିଳିଛନ୍ତି।

Google

କ୍ରିକବଜର ଖବର ଅନୁସାରେ ୟୁଜବେନ୍ଦ୍ର ଚହଲ ଓ କୃଷନପା ଗୌତମ କରୋନାରେ ସଂକ୍ରମିତ ହୋଇଛନ୍ତି। ଟେଷ୍ଟ ପରେ ଏହା ସାମ୍ନାକୁ ଆସିଛି। ଏହା ପୂର୍ବରୁ ପୃଥୀ ସ୍ୱ, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କୃଷ୍ଣପା ଗୌତମ, ମନୀଷ ପାଣ୍ଡେ,ଇସାନ କିସନ, ୟୁଜବେନ୍ଦ୍ର ଚହଲ ଓ ଦୀପକ ଚାହାର ଆଇସୋଲେସନରେ ଥିଲେ। କ୍ରୁନାଲ ପାଣ୍ଡ୍ୟା ଏହି ଖେଳାଳିଙ୍କ ସମ୍ପର୍କରେ ଆସିଥିବା ଜଣାପଡିଥିଲା। ଟିମ ଇଣ୍ଡିଆ ଆଜି ଶ୍ରୀଲଙ୍କାରୁ ବାହାରିବ। ଆଇସୋଲେସନରେ ଥିବା ଅନ୍ୟ ଖେଳାଳି ହାର୍ଦିକ ପାଣ୍ଡ୍ୟା, ପୃଥୀ ସ୍ୱ, ସୂର୍ଯ୍ୟକୁମାର ଯାଦବ,ଦୀପକ ଚାହାର, ମନୀଷ ପାଣ୍ଡେ ଓ ଇଶାନ କିସନ ନେଗେଟିଭ ଆସିବା ପରେ ସେମାନେ ମଧ୍ୟ ଟିମ ସହିତ ସ୍ବଦେଶ ଫେରିଆସିବେ।

୧୦ ଦିନ ଆଇସୋଲେସନରେ ରହିବାକୁ ହେବ: ଶ୍ରୀଲଙ୍କା ସରକାରଙ୍କ ପ୍ରୋଟୋକଲ ଅନୁସାରେ ପଜେଟିଭ ଆସିଥିବା ଖେଳାଳିଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ହେବ। ଏହା ପରେ ନେଗେଟିଭ ଆସିବା ପରେ ହିଁ ସେ ସ୍ବଦେଶ ଫେରିପାରିବେ। ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ୭ ଦିନ ଆଇସୋଲେସନରେ ରହିବାକୁ ପଡିବ। ୟୁଜବେନ୍ଦ୍ର ଚହଲ ଓ କୃଷ୍ଣପା ଗୌତମଙ୍କ ପଜେଟିଭ ଖବର ଶୁକ୍ରବାରକୁ ଆସିଛି। ସେଥିପାଇଁ ତାଙ୍କୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବାକୁ ହେବ।

Google

ପୃଥୀ ସ୍ୱ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସୂଚନା ନାହିଁ: କିଛି ଦିନ ତଳେ ବିସିସିଆଇ ପୃଥୀ ସ୍ୱ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ଗ୍ରସ୍ତରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବାଛିଥିଲା କିନ୍ତୁ ଶ୍ରୀଲଙ୍କାରେ କରୋନା ସଂକ୍ରମଣ ଖବର ଆସିବା ପରେ ବିସିସିଆଇ ଦୁଇ ଖେଳାଳିଙ୍କୁ ନେଇ କୌଣସି ସୂଚନା ଦେଇନାହିଁ। ରିପୋର୍ଟ ଅନୁସାରେ ଦୁଇ ଖେଳାଳିଙ୍କ ଜାଗାରେ ଅନ୍ୟ ଖେଳାଳିଙ୍କୁ ଇଂଲଣ୍ଡ ପଠାଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *