ବଡ଼ ସୁଯୋଗ: ଯଦି ଆପଣ ଟୀକା ନେଇଛନ୍ତି ତେବେ ଆପଣ ମଧ୍ୟ ହୋଇପାରିବେ କୋଟିପତି। ଜାଣନ୍ତୁ ସମ୍ପୂର୍ଣ୍ଣ

ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି।ଏହା ପ୍ରଥମ ଲହରୀ ଅପେକ୍ଷା ଅଧିକ ସଂକ୍ରମଣ କରିବା ସହ ଅଧିକ ଲୋକଙ୍କ ପ୍ରାଣ ନେଉଛି। ଏହା ମଧ୍ୟରେ ଭାରତରେ ଟୀକାକରଣ ମଧ୍ୟ ଜୋରସୋର ଚାଲିଛି। ବିଭନ୍ନ ସ୍ଥାନରେ ଲୋକଙ୍କୁ ଟୀକା ଦିଆଯାଉଛି। ଟୀକାକୁ ନେଇ ଅନେକ ସ୍ଥାନରେ ମିଛ ଗୁଜବ ମଧ୍ୟ ହେଉଛି ଟୀକା ନେବାପରେ ଏମିତି ହେଇଯିବ ସେମିତି ହେଇଯିବ। ଅନେକ ସ୍ଥାନରେ ଏହି ଗୁଜବ ପାଇଁ ଲୋକମାନେ ଟୀକା ନେବାକୁ ଡରୁଛନ୍ତି।ଏହିପରି ଏକ ଘଟଣା ଘଟିଥିଲା ଉତ୍ତରପ୍ରଦେଶରେ ଯେଉଁଠି ଟୀକା ଆସିବା ପରେ ଗ୍ରାମର ଲୋକ ନଇକୁ ଡେଇଁ ପଡିଥିଲେ କିନ୍ତୁ ଏବେ ଟୀକା ନେଇ ଆପଣ ଲଟେରୀରେ ଭାଗ ନେଇ କୋଟି ପତି ମଧ୍ୟ ହୋଇ ପାରିବେ। 

Google

ଆପଣଙ୍କୁ କହିରଖିବୁ ଏପରି ଆମେରିକାରେ କରାଯାଇଛି। ଏହା ଦ୍ୱାରା ଲୋକ ଉତ୍ସାହିତ ହୋଇ ଟୀକା ନେବେ ଵୋଲି ଏପରି କରଯାଇଛି। ଆମେରିକାର ଓହିୟୋ ଗଭର୍ଣ୍ଣର ଏହି ଅଫରକୁ ଘୋଷଣା କରିଛନ୍ତି। ଏହା ଦ୍ଵାରା ଯିଏ ଟୀକା ନେବ ସେ ଲଟେରୀରେ ସାମିଲ ହୋଇଯିବ। କହିରଖିବୁ ଦି ଗାର୍ଜୀଆନ ଖବର କାଗଜରେ ମିଳିଥିବା ସୂଚନା ଅନୁସାରେ ଏହି ଲଟେରୀ ଯିଏ ଜିତିବ ତାକୁ ୧୦ ଲକ୍ଷ ଡ଼ଲାର ବା ୭ କୋଟି ୨୦ ଲକ୍ଷ ଟଙ୍କା ଦିଆଯିବ। ଗର୍ଭନରଙ୍କ କହିବା ଅନୁସାରେ ଏପରି କରିବା ଦ୍ୱାରା ବହୁତ ଲୋକ ଯେଉଁମାନେ ଟୀକା ନେବାକୁ ଚାହୁଁନଥିଲେ ସେମାନେ ପଇସା ଜିତିବା ଆଶାରେ ଟୀକା ନିଶ୍ଚୟ ନେବେ ଓ ଏହି ଲଟେରୀ ଦ୍ଵାରା ପ୍ରତି ସପ୍ତାହରେ ୫ ଜଣ ବିଜେତା ହେବେ ବୋଲି ଜଣା ଯାଇଛି।

ଓହିୟୋ ଗଭର୍ଣ୍ଣର ହେଉଛନ୍ତି ମାଇକ ଏଡିନ। ସେ ସବୁ ବୟସର ପିଲାଙ୍କ ପାଇଁ ଭିନ୍ନ ଲଟେରୀ ବ୍ୟବସ୍ଥା କରିଛନ୍ତି ବୋଲି ଜଣା ଯାଇଛି। ମୁଖ୍ୟ ଲଟେରୀ ପାଇଁ ଆପଣଙ୍କ ବୟସ ୧୮ ରୁ ଉର୍ଦ୍ଧ ହେଇଥିବା ଦରକାର ଅଟେ। ଏହା ସହ ସେ ୧୨-୧୭ ବର୍ଷ ପିଲାଙ୍କ ପାଇଁ ଆଉ ଏକ ଲଟେରୀ ମଧ୍ୟ ଘୋଷଣା କରିଛନ୍ତି।

Google

ଏହା ଦ୍ଵାରା ପିଲା ମଧ୍ୟ ଖୁସି ହୋଇ ଟୀକା ନେବେ କିନ୍ତୁ ପିଲାଙ୍କୁ ଲଟେରୀରେ ଚାରିବର୍ଷର ମାଗଣା ସ୍କଲାରସିପ ମିଳିବ। ଏଥିରେ ମାଗଣା ଟ୍ୟୁସନ ମଧ୍ୟ ଅନ୍ତର୍ଭୁକ୍ତ। ଯାହାର ଖର୍ଚ୍ଚ ସରକାର କରିବେ।

ଓହିୟୋରେ ଏହି କାମ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁ ଦେଶରେ ଏହାକୁ ଏକ ଭଲ ଉପାୟ କହିଛନ୍ତି କିନ୍ତୁ ଏହା ଟୀକାକରଣ ଉପରେ ପ୍ରଭାବ ପକାଉଛିକି ନାହିଁ ଏହା ଦେଖିବା ବାକିରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *