ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଆମ ଗହଣରେ ନାହାନ୍ତି । ସେ ଆତ୍ମହତ୍ୟା କରିଦେଇଛନ୍ତି । ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଠିକ ଭାବରେ ଜଣ ପଡିନି । ଦିନକୁ ଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତାଙ୍କୁ ଆତ୍ମହତ୍ୟା କରିବାକୁ ତାଙ୍କ ପ୍ରେମିକା ରିହା ଚକ୍ରବର୍ତ୍ତୀ ଉସୁକାଉଥିଲେ ବୋଲି ବିହାର କୋର୍ଟରେ ଏକ ମାମଲା ରୁଜୁ ହୋଇଛି ।
ମୁଜାଫରପୁର ସ୍ଥିତ ପଠାଇର ଏକ ବାସିନ୍ଦା କୁନ୍ଦନ କୁମାର ଅଭିଯୋଗ କରିଛନ୍ତି । ସେ ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଛି ବୋଲି ଜଣ ପଡିଛି । କୁନ୍ଦନ କୁମାର ହେଉଛନ୍ତି ସୁଶାନ୍ତଙ୍କର ଏକ ବଡ ପ୍ରଶଂସକ ।

କୁନ୍ଦନ କୁମାରଙ୍କ ଅଭିଯୋଗ ଅନୁସାରେ ରିହା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଆର୍ଥିକ ଓ ମାନସିକ ସ୍ଥର ବହୁତ ନିର୍ଯାତନା ଦେଉଥିଲେ । ସୁଶାନ୍ତ ବିଷାଦଗ୍ରସ୍ତ ରହୁଥିବାର ମୁଖ୍ୟ କାରଣ ହେଉଛନ୍ତି ରିହା । ନିଜ ସ୍ୱାର୍ଥ ହାସଲ ପରେ ସୁଶାନ୍ତଙ୍କୁ ଧୋକା ଦେଇ ଦେଇଥିଲେ ରିହା ଚକ୍ରବର୍ତ୍ତୀ ବୋଲି କୁନ୍ଦନ ଅଭିଯୋଗ କରିଛନ୍ତି ।
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମୁମ୍ବାଇ ପୋଲିସ ତାଙ୍କ ସହ ଜଡିତ ଥିବା ଅନେକ ଲୋକଙ୍କୁ ଜେରା କରି ସାରିଛି । କିଛି ଦିନ ଆଗରୁ ରିହା ଚକ୍ରବର୍ତ୍ତୀଙ୍କୁ ବି ଜେରା କରିଥିଲା ପୋଲିସ । ରିହାକୁ ଦୀର୍ଘ ୯ଘଣ୍ଟା ଧରି ପୋଲିସ ଜେରା କରିଥିଲା ।
ପୋଲିସ ଜେରାର ରିହା ଅନେକ ସତ ସ୍ୱୀକାର କରିଛନ୍ତି । ସେ ଜେରାର ମାନିଛନ୍ତି ଯେ ସେ ସୁଶାନ୍ତଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଲକ ଡାଉନ ସମୟରେ ସେ ସାଥି ହୋଇ ଗୋଟିଏ ଆପାର୍ଟମେଣ୍ଟ ରେ ରହୁଥିଲେ । ଦିନେ ରାତିରେ ଝଗଡା ହେବାପରେ ସେ ସେହି ଆପାର୍ଟମେଣ୍ଟ ଛାଡିକି ପଳାଇଥିଲେ । କିନ୍ତୁ ତା ପରଦିନ ଦୁହେଁ ଫୋନ ଓ ମେସେଜ ରେ କଥା ହୋଇଥିଲେ ବୋଲି ରିହା କହିଛନ୍ତି ।

ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଏକ ପ୍ଲାନ ଥିଲା ।
କିନ୍ତୁ ଜେରାର ରିହା ଚକ୍ରବର୍ତ୍ତୀ ବହୁତ କଥା ପୋଲିସ କୁ ଲୁଚେଇଛନ୍ତି । ସେଥିପାଇଁ ପୋଲିସ ତାକୁ ଆଉଥରେ ଜେରା ପାଇଁ ଡାକିଛି । ସୁଶାନ୍ତ ୨୦୧୮ ରେ ଏକ କମ୍ପାନୀ ଷ୍ଟାର୍ଟ କରିଥିଲେ ଭରଚୁଆଲ ରିଆଲିଟି । ପରେ ରେହା ଚକ୍ରବର୍ତ୍ତୀ ତାଙ୍କ ଜୀବନରେ ଆସିଲାପରେ ଆଉ ରିହା କହିଲା ପରେ ଆଉ ଗୋଟେ ନୂଆ କମ୍ପାନୀ କରିଥିଲେ ଭିଭିଡରେଜ ରିହାଆଲିଟିକ୍ସ ନାମରେ । ସେଥରେ ରିହା ଆଉ ରିହାଙ୍କ ଭାଇକୁ ଡ଼ାଇରେକ୍ଟର ମଧ୍ୟ ବନାଇଥିଲେ । ରିହା ପୋଲିସ କୁ ଜେରା ରେ କିଛି କହିନଥିଲେ, ସେଥିପାଇଁ ପୋଲିସ ତାଙ୍କୁ ଆଉ ଥରେ ଡାକିଛି । କିନ୍ତୁ ରିହା ଆଉ ରିହାଙ୍କ ଭାଇ କିଛି ବି ପଇସା ଦେଇନଥିଲେ କମ୍ପାନୀ ପାଇଁ । ଏବେ ପୋଲିସ ସିଦ୍ଧାର୍ଥ ପିଠାନୀଙ୍କ ସାମ୍ନାରେ ରିହା କୁ ଜେରା କରିବ ବୋଲି ସୂଚନା ମିଳିଛି । ରିହା ଚକ୍ରବର୍ତ୍ତୀ କଥାରେ କିଛି ଲୁଚାଉଥିବା ଜଣା ପଡୁଛି । ସିଦ୍ଧାର୍ଥ ପିଠାନୀ ହେଉଛନ୍ତି ସୁଶାନ୍ତଙ୍କ ପୁରୁଣା ସାଙ୍ଗ ।
ରିହା ଚକ୍ରବର୍ତ୍ତୀ କହୁଛନ୍ତି ଯେ ସୁଶାନ୍ତ ଡିପ୍ରେସନ୍ ରେ ଥିଲେ ଆଉ ସେ ତାଙ୍କୁ ଡାକ୍ତର ପାଖକୁ ନେଇଥିଲେ । ଡ଼ କେଶରୀ ଛାବଡା ଯିଏ ମହେଶ ଭଟ୍ଟଙ୍କ ପୁରୁଣା ସାଙ୍ଗ । ଆଉ ମହେଶ ଭଟ୍ଟ ସୁଶାନ୍ତଙ୍କ ସାଇକୋ ଘୋଷଣା କରିଦେଇଥିଲେ ଯେତେବେଳେ ସୁଶାନ୍ତ ତାଙ୍କ ଫିଲ୍ମ କରିବାକୁ ମନ କରିଥିଲେ । ଡ଼ କେଶରୀ ଛାବଡାଙ୍କ ପାଖକୁ ଯାଇଥିବା ଆଉ ଜଣେ ଅଭିନେତ୍ରୀ କହିଛନ୍ତି ଯେ, ଡ଼ କେଶରୀ ଛାବଡା ଅଧିକ ପାୱାର ମେଡ଼ିସିନ ଦେଇକି ଅଧିକା ଅସୁବିଧାରେ ପକାଇଦେଉଛନ୍ତି । ଯାହାଦ୍ଵାରା ତାଙ୍କୁ ସେ ଡାକ୍ତରଙ୍କୁ ଛାଡିବାକୁ ପଡିଥିଲା । ସେ କହୁଛନ୍ତି ଯେ ସେ ସୁଶାନ୍ତ ସେମିତି ଅସୁବିଧା ରେ ପକାଇଥିଲେ । ସେ କହୁଛନ୍ତି ଯେ ଏହା ସୁଶାନ୍ତଙ୍କ ପଛରେ ଏକ ପ୍ଲାନ ଥିଲା ।
ରିହା ଚକ୍ରବର୍ତ୍ତୀ ଆଉ ମହେଶ ଭଟ୍ଟଙ୍କର ଏବେ ସୋସିଆଲ ମେଡିଆ ରେ ଭାଇରଲ ହେଉଥିବା ଫଟୋରୁ ଜଣା ପଡୁଛି ତାଙ୍କ ଦୁହିଁଙ୍କର ସମ୍ପର୍କ କଣ ଥିଲା । ମହେଶ ଭଟ୍ଟଙ୍କର ଆଗରୁ ମଧ୍ୟ ଏମିତି ଅନେକ କାରନାମା ରହିଛି । ଯିଏ ନିଜ ଝିଅ ପୂଜା ଭଟ୍ଟଙ୍କୁ ବି କହିଥିଲେ ଯେ ଯଦି ପୂଜା ତାଙ୍କ ଝିଅ ହୋଇନଥାନ୍ତା ତାହାଲେ ତାଙ୍କୁ ବାହା ହେଇଥାନ୍ତେ ।

ଏବେ ଦେଶ ସାରା କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରୁଛନ୍ତି ଆଉ ସୁଶାନ୍ତ ସିଂ ରାଜପୁତ କୁ ନ୍ୟାୟ ଦେବାପାଇଁ ପାଇଁ ଦାବି କରୁଛନ୍ତି । ସୁଶାନ୍ତଙ୍କ ପ୍ରଶଂସକ ଦାବି କରୁଛନ୍ତି ଯେ ଏହା ଆତ୍ମାହତ୍ୟା ନାହିଁ, ତାଙ୍କୁ ହତ୍ୟା କରାଯାଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।