IND VS ENG:ବିରାଟ କୋହଲିଙ୍କ ଗୋଟେ ନିଷ୍ପତି ଦ୍ୱାରା କେତେକ ବଡ଼ ଖେଳାଳୀଙ୍କ ଉପରେ ବିପଦ,୭ମାସ ପରେ ଟି୨୦ ୱାର୍ଲଡ଼ କପ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଅଧିନାୟକ ବିରାଟ କୋହଲିଙ୍କ ଏକ ଫଇସଲା କେତେକ ଖେଳାଳୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। କୋହଲି ପଞ୍ଚମ ଟି୨୦ରେ ଓପନିଙ୍ଗ କରିବାକୁ ଓହ୍ଲାଇଥିଲେ ଓ ଶାନଦାର ୮୦ ରନର ପାଳି ମଧ୍ୟ ଖେଳିବାର ନଜର ଆସିଥିଲେ। ତାଙ୍କର ଏହି ପାଳି ଦମରେ ଭାରତୀୟ ଦଳ ଟି୨୦ ସିରିଜରେ ୩-୨ରେ ନିଜ ନାମରେ ନାମିତ କଲା। ମ୍ୟାଚ ପରେ ସେ କହିଲେ କି ସେ ଭବିଷ୍ୟତରେ ରୋହିତ ଶର୍ମାଙ୍କ ସହ ଓପନିଙ୍ଗ କରିବା ପାଇଁ ଓହ୍ଲାଇ ପାରନ୍ତି। ଯଦି ଏପରି ହୁଏ ତେବେ ଭରତୀୟ ଦଳ ପାଇଁ ଓପନିଙ୍ଗ କରୁଥିବା ଅନ୍ୟ ଖେଳାଳୀଙ୍କର କଣ ହେବ। ଟି୨୦ ୱାର୍ଲଡ଼ କପରେ କେବଳ ୭ମାସ ବାକି ରହିଛି। ୱାର୍ଲଡ଼ କପ ମୁକାବିଲା ଅକ୍ଟୋବର-ନଭେମ୍ବରରେ ଭାରତରେ ହିଁ ହେବ।

Google

ବିରାଟ କୋହଲି ପଞ୍ଚମ ଟି୨୦ ମ୍ୟାଚ ପରେ କହିଲେ କି ସେ ଆଇପିଏଲ ୨୦୨୧ରେ ମଧ୍ୟ ଓପନିଙ୍ଗ କରିବାକୁ ଯାଉଛନ୍ତି।କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ଅଟନ୍ତି। ଯଦିଓ ସେ ଟି୨୦ ଲିଗରେ ପ୍ରଥମେ ମଧ୍ୟ ଓପନିଙ୍ଗ କରିସାରିଛନ୍ତି। ଲିଗ ମୁକାବିଲା ୯ ଏପ୍ରିଲରୁ ଆରମ୍ଭ ହେଉଅଛି। ଯଦି କୋହଲି ବର୍ତ୍ତମାନ ସଂସ୍କରଣରେ ଓପନର ଭାବରେ ସଫଳ ରହିବେ ତେବେ ସେ ଟି୨୦ ୱାର୍ଲଡ଼ କପରେ ମଧ୍ୟ ଖେଳିବାର ଦେଖା ଯାଇପାରନ୍ତି।

ଇଂଲଣ୍ଡ ବିରୁଦ୍ଧରେ ଶେଷ ହୋଇଥିବା ଟି୨୦ ସିରିଜର ପ୍ରଥମ ଚାରୋଟି ମ୍ୟାଚରେ ଓପନିଙ୍ଗ ଯୋଡି କିଛି ଖାସ ଖେଳ ଦେଖେଇପାରିନଥିଲେ। ୨୧ ରନର ସବୁଠାରୁ ଅଧିକ ପାର୍ଟନରସିପ ଥିଲା। କିନ୍ତୁ ଅନ୍ତିମ ମ୍ୟାଚରେ ବିରାଟ କୋହଲି ଓ ରୋହିତ ଶର୍ମା ୯୪ ର ରନର ଭଲ ପାର୍ଟନରସିପ ନିଭେଇଥିଲେ। ଏହା ବଳରେ ଭାରତୀୟ ଦଳ ୨୨୪ରନର ବଡ଼ ସ୍କୋର କରିବାରେ ସକ୍ଷମ ରହିଲା। ଉତ୍ତରରେ ଇଂରାଜି ଦଳ ୧୮୮ରନ ହିଁ କରିଲା। ଏହି ପରି ଭାବରେ ଭାରତୀୟ ଦଳ ମ୍ୟାଚ ୩୬ ରନରେ ନିଜ ନାମରେ କଲା।

Google

ଶିଖର ଧୱନ ଓ କେଏଲ ରାହୁଲଙ୍କର କଣ ହେବ?: ଶିଖର ଧୱନଙ୍କୁ ଇଂଲଣ୍ଡ ବିରୁଦ୍ଧରେ କେବଳ ଗୋଟିଏ ମ୍ୟାଚରେ ସୁଯୋଗ ମିଳିଲା ଯେବେକି କେଏଲ ରାହୁଲଙ୍କୁ ଚାରୋଟି ମ୍ୟାଚରେ ଓହ୍ଲାଯାଇଥିଲା। ଦୁହିଁଙ୍କର ଓପନିଙ୍ଗ ରେକର୍ଡ ଟି୨୦ରେ ଭଲ ଅଛି। ଏମିତିରେ ଯଦି କୋହଲି ଓପନର ଭାବରେ ଓହ୍ଲାନ୍ତି ତେବେ ଏହି ଦୁହିଁ ଖେଳାଳୀଙ୍କର କଣ ହେବ। ରାହୁଲ ନିମ୍ନକ୍ରମରେ ମଧ୍ୟ ଖେଳନ୍ତି କିନ୍ତୁ ସେଠାରେ ମଧ୍ୟ ସୂର୍ଯ୍ୟକୁମାର ଯାଦବ,ରିଷବ ପନ୍ତ, ଶ୍ରେୟସ ଅୟର,ହାର୍ଦିକ ପାଣ୍ଡ୍ୟା, ଇଶାନ କିଷାନଙ୍କ ଭଳି ଭଲ ଖେଳାଳୀ ଉପସ୍ଥିତ ଅଛନ୍ତି। ଇଶାନ କିଷାନ ଅନ୍ତଃରାଷ୍ଟ୍ରୀୟ ପ୍ରଦାର୍ପଣ ଏହି ସିରିଜରେ ଓପନର ଭାବରେ କରିଥିଲେ ଓ ଶାନଦାର ଅର୍ଦ୍ଧଶତକୀୟ ପାଳି ଖେଳିବାର ନଜର ଆସିଥିଲେ । ଏମିତିରେ ସେ ମଧ୍ୟ ଓପନିଙ୍ଗ ରେସରେ ରହିଥିଲେ।

Google

କୋହଲି ୫ଜଣ ଖେଳାଳୀଙ୍କ ସହ ଓପନିଙ୍ଗ କରିଛନ୍ତି:ବିରାଟ କୋହଲିଙ୍କ କ୍ୟାରିୟର କଥା କୁହାଯିବ ତେବେ ୮ ଥର ଟି୨୦ ଅନ୍ତଃରାଷ୍ଟ୍ରୀୟରେ ଓପନର ଭାବରେ ଓହ୍ଲାଇଛନ୍ତି। ସେ ୫ଜଣ ଖେଳାଳୀଙ୍କ ସହ ଓପନିଙ୍ଗ କରିସାରିଛନ୍ତି। କୋହଲି ସବୁଠାରୁ ଅଧିକ ଚାରି ଥର କେଏଲ ରାହୁଲଙ୍କ ସହ ଓପନିଙ୍ଗ କରିବାର ନଜର ଆସିଛନ୍ତି। ୨୩ର ଔଷତରେ ୯୪ ରନର ପାର୍ଟନରସିପ କରିଛନ୍ତି। ରୋହିତଙ୍କ ସହ ଗୋଟିଏ ପାଳିରେ ୯୪ ରନ,ଶିଖର ଧାୱନଙ୍କ ସହ ଗୋଟିଏ ପାଳିରେ ୬୪ ରନ,ଗୌତମ ଗମ୍ଭୀରଙ୍କ ସହ ଗୋଟିଏ ପାଳିରେ ୨୬ ରନ ଓ ମୁରଲୀ ବିଜୟଙ୍କ ସହ ଗୋଟିଏ ପାଳିରେ ୧୮ ରନର ପାର୍ଟନରସିପ କରିସାରିଛନ୍ତି। ଓପନର ଭାବରେ ବିରାଟ କୋହଲି ୮ଟି ପାଳିରେ ୨୭୮ ରନ କରିସାରିଛନ୍ତି। ୨ଟି ଅର୍ଦ୍ଧଶତକ ଲଗାଇଛନ୍ତି ଓ ଷ୍ଟ୍ରାଇକ ରେଟ ପାଖାପାଖି ୧୪୯। ଟି୨୦ରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳୀଙ୍କ କଥା କହିବା ତେବେ କୋହଲି ପ୍ରଥମ ଓ ରୋହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏମିତିରେ ଦୁହିଁଙ୍କର ଟି୨୦ ରେକର୍ଡ ବି ବହୁତ ଭଲ ରହିଛି। ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକଲ ୱନ ଓ ଭାରତୀୟ ଦଳର ପୂର୍ବ ଅଧିନାୟକ ସୁନୀଲ ଗଭାସ୍କର ମଧ୍ୟ ରୋହିତ ଓ କୋହଲିଙ୍କର ଓପନିଙ୍ଗ କମ୍ବୋକୁ ପ୍ରଶଂସା କରିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *