N,D,K ନାମର ଲୋକ ବଲିଉଡ଼ କଳାକାର ଡ୍ରଗ୍ସ ମାମଲାରେ ସାମିଲ, ଚାଟିଂରୁ ସାମ୍ନାକୁ ଆସିଲା ବଡ ତଥ୍ୟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଏନସିବି ଯେମିତି ନିଜ ଯାଞ୍ଚ ଆଗକୁ ବଢ଼ାଉଛି ପ୍ରତି ଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ଏବେ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ବଲିଉଡର ଅନେକ ବଡ଼ ବଡ଼ ନାମ ସାମ୍ନାକୁ ଆସିଛି ଯେଉଁମାନଙ୍କୁ ବହୁତ ଶୀଘ୍ର ପଚରାଉଚୁରା ପାଇଁ ଡକାଯିବ। ଏହା ସହିତ କିଛି ଆଶ୍ଚର୍ଯ୍ୟଜନକ ଚାଟ ମଧ୍ୟ ସାମ୍ନାକୁ ଆସିଛି ବୋଲି ଜଣା ପଡ଼ିଛି। ଏହି ଚାଟ ସାମ୍ନାକୁ ଆସିବା ପରେ ବଲିଉଡ଼ରେ ଭୂକମ୍ପ ହୋଇଛି। ଏହା ଦ୍ଵାରା ବଲିଉଡର ଅନେକ ବଡ଼ କଳାକାର ଫସି ପାରନ୍ତି।

Google

ବଲିଉଡ଼ର ଆଗଧାଡ଼ିର ୫ଜଣ କଳାକାରଙ୍କ ନାମ ଆସିଛି ସାମ୍ନାକୁ:-

N,D,K ନାମ ଲୋକ ହେଉଛନ୍ତି ବଡ଼ କଳାକାର। ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ସାଥି ମାନଙ୍କ ଭିତରେ ଚାଟ ହୋଇଥିଲା।ଏହି ଚାଟରେ ବଲିଉଡ଼ର ୫ଜଣ ବଡ଼ କଳାକାରଙ୍କ ନାମ ସାମ୍ନାକୁ ଆସିଛି। କିନ୍ତୁ ଚାଟରେ ଯେଉଁ ନାମ ସବୁ ଲେଖାଯାଇଛି ସେସବୁ ନାମ ସମ୍ପୂର୍ଣ ଲେଖାନଯାଇ (N,J,S,D,K) ଏହିଭଳି ଲେଖାଯାଇଛି। ଏହି ଚାଟରେ ଡ୍ରଗ୍ସ ନେବା ଦେବାର କଥା ହୋଇଥିଲା। ଏହି ୫ ଟି ନାମକୁ ନେଇ କୁହାଯାଉଛି N,D,K ନାମ ବଲିଉଡ଼ର ବଡ଼ କଳାକାର ଅଟନ୍ତି।

ଡ୍ରଗ୍ସକୁ ନେବା ଦେବାର ଚାଟରେ ଲେଖାଯାଇଥିବା ଦେଖାଯାଉଛି “କଣ ତୁମ ପାଖରେ ମାଲ ଅଛି? ଯାହା ପରେ ‘K’ କହୁଛି ହଁ ମୋ ପାଖରେ ଘରେ ଅଛି। ମୁଁ ବାନ୍ଦ୍ରାରେ ଅଛି ‘K’ କହିଛି ଆପଣ ଚାହିଁଲେ ମୁଁ ‘A’ କୁ ପଚାରିବି। ‘D’ ଉତ୍ତର ଦେଇଥାଏ ହଁ ,ଦୟାକରି। ସେ ପୁଣି କହିଥାଏ ‘A’ ନେଇକି ଯାଉଛି। ‘D’ କହିଥାଏ କୌଣସି ଜଲ୍ଦି ନାହିଁ”।

ଆପଣଙ୍କୁ କହିରଖିବୁ ଏହି ଡ୍ରଗ୍ସ ଚାଟ ୨୦୧୭ ର ଅଟେ।ଏହିପରି ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ ଚାଟ ଜଣାପଡିଛି।ଯେଉଁଥିରେ ଡ୍ରଗ୍ସ କିଣା ବିକାକୁ ନେଇ କଥା ହୋଇଛି।

ଏହି ଅଭିନେତ୍ରୀଙ୍କୁ ହୋଇପାରେ ପଚରାଉଚୁରା:

ଦୀପିକା ପାଦୁକୋନ ଓ ସାରା ଅଲ୍ଲୀ ଖାନଙ୍କ ଛଡା ଅଭିନେତ୍ରୀ ଏନସିବି ରକୁଲ ପ୍ରୀତି ସିଂ ,ଶ୍ରଦ୍ଧା କପୁର ଓ ଡିଜାଇନର ସିମୋନ ଖଂବାଟାଙ୍କୁ ବି ପଚରାଉଚୁରା କରିପାରେ।

Google

ଆପଣଙ୍କୁ କହିରଖିବୁ ସାରା ଅଲ୍ଲୀ ଖାନ ଫିଲ୍ମ ‘କେଦାରନାଥ’ ରେ ସୁଶାନ୍ତଙ୍କ ସହିତ ଅଭିନୟ କରିଥିବା ବେଳେ ଶ୍ରଦ୍ଧା କାପୁର ଫିଲ୍ମ ‘ଛିଚୋରେ’ ରେ ସୁଶାନ୍ତଙ୍କ ସହିତ ଅଭିନୟ କରିଥିଲେ।

ଆପଣଙ୍କୁ କହିରଖିବୁ ସୁଶାନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ହଟାତ ଆତ୍ମହତ୍ୟା କରିଥିଲେ। ତାଙ୍କ ଶବ ତାଙ୍କ ନିଜ ମୁମ୍ବାଇର ବ୍ରାନ୍ଦ୍ରା ଠାରେ ଥିବା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହି ମାମଲାକୁ ସିବିଆଇ ଯାଞ୍ଚ କରୁଛି। ତାହା ମଧ୍ୟରେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ୧୫ କୋଟି ଗାଏବ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ ଯାହା ପରେ ଏନସିବି ରିୟାଙ୍କୁ ଗିରଫ କରି ତଦନ୍ତ କରିବାରୁ, ଆହୁରି ବଲିଉଡର ଆଶ୍ଚର୍ଯ୍ୟଜନକ କଥା ସବୁ ସାମ୍ନାକୁ ଆସିବାରେ ଲାଗିଛି ବଲିଉଡ଼ରେ ଅନେକ ମାତ୍ରାରେ ଡ୍ରଗ୍ସ ସେବନ ହେଉଥିବା ଜଣାପଡିଛି,ଏବେ ସମସ୍ତେ ଆଶ୍ଚର୍ଯ୍ୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *