ବ୍ୟୁରୋ ରିପୋର୍ଟ: ଭାରତୀୟ ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଏବେ ଗୁରୁବାରକୁ କରୋନା ପଜେଟିଭ ହୋଇଛନ୍ତି। ଏବେ ତାଙ୍କର ୨୯ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ଖେଳିବା ସନ୍ଦେହ ଜନକ ଅଟେ। ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି ବୋର୍ଡ ସହିତ ଶୀର୍ଷ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ରାହୁଲ ଗୁରୁବାରକୁ ଏନସିଏରେ ଲେବଲ-୩ କୋଚ ସାର୍ଟିଫିକେସନ ନେବାକୁ ଆସି ପ୍ରସଂସକଙ୍କୁ ସମ୍ବୋଧିତ କରିଥିଲେ।

ତାଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୨୨ ଜୁଲାଇରୁ ଆରମ୍ଭ ଏକଦିବସିୟ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଗାଙ୍ଗୁଲି ଏହା ମଧ୍ୟ ସୂଚନାଦେଇଛନ୍ତିକି ରାଷ୍ଟ୍ରମଣ୍ଡଳ ଖେଳ ପାଇଁ ଯିବାକୁ ଥିବା ଭାରତୀୟ ମହିଳା ଟିମର ଜଣେସଦସ୍ୟ ମଧ୍ୟ ପିଜେଟିଭ ହୋଇଛନ୍ତି।
ରାହୁଲ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ପୂର୍ବରୁ ଆଘାତ ହୋଇଥିଲେ। ଏହାପରେ ସେ ଜର୍ମାନୀ ଯାଇଥିଲେ। ଏହି ମାସରେ ସେ ଫେରି ଏନସିଏରେ ଅଭ୍ୟାସ କରୁଥିଲେ।
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭାରତୀୟ ଟିମ:
ଶିଖର ଧାୱନ(ଅଧିନାୟକ),ଋତୁରାଜ ଗାୟକୱାଡ଼ ,ଶୁଭମନ ଗିଲ,ଦୀପକ ମିଶ୍ରଙ୍କହୁଡାଜ଼ ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର,ଇସାନ କିସନ, ସଞ୍ଜୁ ସାମସନ,ରବିନ୍ଦ୍ର ଜାଡେଜା, ସାରଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ,ଆଭେସ ଖାନ, ପ୍ରସିଦ୍ଧ କ୍ରିଷ୍ଣା,ମହମ୍ମଦ ସିରାଜ, ଅର୍ସଦୀପ ସିଂ।
KL Rahul has tested positive for COVID19. (Reported by PTI).
— Mufaddal Vohra (@mufaddal_vohra) July 21, 2022
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ:
ରୋହିତ ଶର୍ମା( ଅଧିନାୟକ),ଇସାନ କିସନ, ସୂର୍ଯ୍ୟକୁମାର ଯାଦବ, କେ ଏଲ ରାହୁଲ,ଦୀପକ ହୁଡ୍ଡା, ଶ୍ରେୟସ ଅୟର, ଦିନେସ କାର୍ତିକ,ରିଷଭ ପନ୍ତ,ହାର୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,ଅକ୍ସରପଟେଲ, ଆର ଅଶ୍ୱିନୀ, ରବି ବିସ୍ନୋଇ,କୁଲଦୀପ ଯାଦବ, ଭୁବନେଶ୍ୱର କୁମାର,ଆଭେଶ ଖାନ, ହର୍ଷଲ ପଟେଲ,ଅର୍ସଦୀପ ସିଂ।
ଏସିଆକପ ଶ୍ରୀଲଙ୍କା ବଦଳରେ ୟୁଏଇରେ ହେବ:
ଏହା ସହ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତିକି ଏସିଆକପ ୟୁଏଇରେ ହେବ ଯାହା ପୂର୍ବରୁ ଶ୍ରୀଲଙ୍କାରେ ଆୟୋଜନ ହେବାର ଥିଲା। ଗାଙ୍ଗୁଲି ବୈଠକପରେ ମିଡ଼ିଆରେ କହିଛନ୍ତି,”ଏହି ସେହି ଜାଗା ଯେଉଁଠି ଏବେ ବର୍ଷା ହେଉନଥିବ”।

ଶ୍ରୀଲଙ୍କା କ୍ରିକେଟ ବୁଧବାରକୁ ଏସିଆ କ୍ରିକେଟ ପରିଷଦକୁ ଜଣାଇଥିଲାକି ଦେଶର ଏଭଳି ପରିସ୍ଥିତିରେ ଦେଶ ଏସିଆକପର ଆୟୋଜନ କରିପାରିବ ନାହିଁ। ଏସିଆକପର ଆୟୋଜନ ୨୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାର ଅଛି।
ତେବେ ରାହୁଲ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। IPL 2022 ରେ ସେ ଲକ୍ଷନୌ ଟିମର କ୍ୟାପଟେନ ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।