ଓଡିଆରେ ଇଞ୍ଜିନିୟରିଙ୍ଗ ପଢ଼ାହେବାକୁ ନେଇ ଏଆଇସିଟିଇର ବଡ଼ ଅପଡେଟ, ଡେରି ନ କରି ଶୀଘ୍ର ଜାଣନ୍ତୁ

ଏବେ ଭାଷାକୁ ଗୁରୁତ୍ୱ ଦିଆଯାଇଛି ଯାହା ଫଳରେ ଶିକ୍ଷାକୁ ଉନ୍ନତି ମୂଳକ କରିବା ପାଇଁ ଏବେ ସରକାର ଏକ ନୂଆ ଯୋଜନା କରିଛନ୍ତି ଯାହା କାର୍ଯ୍ୟକାରୀ ହେବା ଦ୍ଵାରା ଆସନ୍ତା ବର୍ଷରୁ ୧୧ଟି ଭାଷାରେ ଇଞ୍ଜିନିୟରିଙ୍ଗ ପଢ଼ାଯିବ ଵୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଗୁଜୁରାତି, କନ୍ନଡ଼, ତେଲଗୁ, ତାମିଲ ,ହିନ୍ଦୀ, ମରାଠୀ, ବଙ୍ଗଳା, ଅହମିୟା, ଓଡ଼ିଆ,ମାଲାୟାଲମ, ପଞ୍ଜାବୀ ଭାଷାରେ ବି ଟେକ ପାଠ ପଢ଼ାଯିବ ବୋଲି ଏଆଇସିଟିଇ ପକ୍ଷରୁ ସୂଚନା ମିଳିଛି।

Google

ଏହା ସହିତ ଆଠଟି ରାଜ୍ୟରେ ୧୪ ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଙ୍ଗ କଲେଜ ଖୋଲାଯିବା ପାଇଁ ନିସ୍ପତି ନିଆଯାଇଛି ଯାହାକୁକି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି। ସେ ଏପରି ଏକ କାର୍ଯ୍ୟ ଭଲ ଅଟେ ବୋଲି କହିଛନ୍ତି ଓ ଆଗକୁ ସବୁ ଶିକ୍ଷା ପାଇଁ ଆଞ୍ଚଳିକ ଭାଷା ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି। କହିରଖିବୁକି ଶନିବାରକୁ ଏକ ବୈଠକ ହୋଇଥିଲା ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ସହ ଡାକ୍ତର ସୁବାସ ସରକାର, ରଞ୍ଜନ ରାଜକୁମାର, ଅନ୍ନପୂର୍ଣା ଦେବୀ ଆଦି ଉପରାଷ୍ଟ୍ରପତିଙ୍କ ସହ ଭେଟ କରି ଶିକ୍ଷା ଉପରେ ଏକ ଗୁରୁତ୍ୱପୁର୍ଣ ବୈଠକ କରିଥିଲେ।

ଏହା ପରେ ସବୁ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଙ୍ଗ ପଢ଼ାଯିବାର ଟ୍ୱିଟ ପ୍ରକାଶ ପାଇଥିଲା। ଇଞ୍ଜିନିୟରିଙ୍ଗର ସମ୍ବନ୍ଧୀୟ ସମସ୍ତ ଭିଡ଼ିଓ ୮ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇଥିବା ଏଆଇସିଟିଇ ପକ୍ଷରୁ କୁହାଯାଇଛି। ଏବେ ଏହା ଓଡିଶା, ଆସାମ ଓ ପଞ୍ଜାବରେ ମଧ୍ୟ କାର୍ଯ୍ୟକାରୀ ହୋଇଯିବ। ସମସ୍ତ ଆଞ୍ଚଳିକ ଭାଷାରେ କିପରି ବହି ଜଲ୍ଦି ବାହାରିବ ତାହା ନେଇ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ପ୍ରଫେସର ସହସ୍ରବୁଦେଧ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *