ପଞ୍ଜାବ ଟିମର କୋଚ ଅନୀଲ କୁମ୍ବଲେ ଟିମରୁ ବାହାରି ଯାଇ ପାରନ୍ତି। ପଞ୍ଜାବ କିଙ୍ଗସ୍ ନିଜର ୨୦୨୩ ଆଇପିଏଲ ପାଇଁ ନୂଆ କୋଚର ଘୋଷଣା କରିପାରେ। କୋଲକାତା ଟିମ ନିଜର କୋଚ ମ୍ୟାକୁଲମ ବାହାରି ଯିବା ପରେ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ନିଜର କୋଚ ଘୋଷଣା କରିଛନ୍ତି। ରିପୋର୍ଟ ଯାହା ଆସୁଛି ପଞ୍ଜାବ କିଙ୍ଗସ୍ କୁମ୍ବଲେଙ୍କ ସହିତ କଣ୍ଟ୍ରାକ୍ଟ ପାଇଁ ମନା କରି ଦେଇଛନ୍ତି।ଅନୀଲ କୁମ୍ବଲେ ୨୦୨୦ ଆଇପିଏଲ ପୂର୍ବରୁ ପଞ୍ଜାବ ଦଳ ସହିତ ଜଡିତ ହୋଇଥିଲେ।

ଦଳ ତାଙ୍କ ଅଧୀନରେ ୩ ଟି ଯାକ ସିଜନରେ ପୁରା ଖରାପ ପ୍ରଦର୍ଶନ କରିଛି।ତାଙ୍କ କୋଚରେ ପଞ୍ଜାବ ନିଜର ୪୨ ଟି ମ୍ୟାଚରୁ ମାତ୍ର ୧୯ ଟି ମ୍ୟାଚରେ ବିଜୟ ଲାଭ କରିଛି। ତେଣୁ ପଞ୍ଜାବ ତାଙ୍କୁ ଦଳରୁ ହଟାଇବା ପାଇଁ ନିଷ୍ପତ୍ତି ନେଇପାରେ।ପଞ୍ଜାବ କିଙ୍ଗ ଦଳ ୨୦୧୯ ଦିନିକିଆ ବିଶ୍ୱକପ ଦଳର ବିଜେତା ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗନ ଆଉ ଇଂଲଣ୍ଡର ପୂର୍ବ ଖେଳାଳି ଟ୍ରାଭସ ବେଲିସଙ୍କ ସହିତ ସମ୍ପର୍କ କରୁଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି ।

ମୁଖ୍ୟ କୋଚ ପାଇଁ ଭାରତୀୟ ପୂର୍ବ କୋଚଙ୍କ ସହିତ ବି ସମ୍ପର୍କ କରାଯାଉଛି। ଏବେ ପର୍ଯ୍ୟନ୍ତ ନୂଆ କୋଚଙ୍କ ନାମ ଘୋଷଣା କରିନାହାନ୍ତି। କୋଚ ହିସାବରେ ଅନୀଲ କୁମ୍ବଲେ ଯେଉଠିକି ବି ଗଲେ ସେ ବିବାଦରେ ରହିଲେ। ଅନୀଲ କୁମ୍ବଲେ ଭାରତୀୟ ଦଳର କୋଚ ବି ଛାଡିଥିଲେ।
#PunjabKings to part ways with head coach #AnilKumble, may approach #EoinMorgan: Reportshttps://t.co/Z43rZ3n4tP
— DNA (@dna) August 19, 2022
ଏବେ କାର ଜମାନାରେ ପ୍ରାୟ କେତେ ଜଣ ବୋଧ ହୁଏ ଏପରି କୋଚ ଖୋଜୁଛନ୍ତି ଯିଏ କି ସେମାନଙ୍କର କଥା ବୁଝିବ ଆଉ ତାଙ୍କ ସହିତ ସାଙ୍ଗ ଭାବରେ ସବୁ କାମରେ ସହାୟତା କରିବ।
ଏହା ଅନୀଲ କୁମ୍ବଲେଙ୍କ ପାଖରେ ଦେଖିବାକୁ ମିଳୁନାହିଁ।ଏବେ ଅନୀଲ କୁମ୍ବଲେ ପଞ୍ଜାବରୁ ବାହାରି ପାରନ୍ତି ଏବଂ ପଞ୍ଜାବ ଦଳକୁ ନୂଆ କୋଚ ମିଳିପାରେ। ସମସ୍ତ ଦଳର ଏକତା କୋଚଙ୍କ ଉପରେ ହିଁ ନିର୍ଭର କରିଥାଏ ତେଣୁ ଜଣେ ଭଲ କୋଚ ହିଁ ଏକ ଦଳକୁ ଭଲ ପ୍ରଦର୍ଶନ କରାଇବାରେ ସହାୟକ ହୋଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।