ଏସିଆ କପକୁ ନେଇ ଆସିଲା ବଡ଼ ଅପଡେଟ! ତାରିଖରେ ହେଲା ପରିବର୍ତ୍ତନ, ପଢ଼ନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କାରେ ଚାଲୁଥିବା ରାଜନୈତିକ ଏବଂ ଅର୍ଥ ନୈତିକ ପରିସ୍ଥିତି ସତ୍ତ୍ଵେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ବଡ଼ ଖବର ଏସିସି ଦଳର ସଦସ୍ୟ ଏବଂ ବିସିସିଆଇ ଅନୁମତି ଦେଲେ ଏସିଆ କପ କରିବା ପାଇଁ।ତେବେ ସବୁ ବର୍ଷ ପରି ମଧ୍ୟ ଏ ବର୍ଷ ମଧ୍ୟ ଶ୍ରୀଲଙ୍କା ଏସିଆ କପ ଆୟୋଜନ କରିବ। ତେବେ ବର୍ତ୍ତମାନର ଶ୍ରୀଲଙ୍କାର ପରିସ୍ଥିତି ଦୃଷ୍ଟିରେ ରଖି ଏସିଆ କପ ହେବ କି ନାହିଁ ବଡ଼ ଚିନ୍ତାର ବିଷୟ ଥିଲା କିନ୍ତୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏବଂ ଶ୍ରୀଲଙ୍କା ସରକାରଙ୍କ ପ୍ରତିଶ୍ରୁତି ପରେ ଏସିଆ କପ ଆୟୋଜନ ହେବ ବୋଲି ନିଷ୍ପତି ନିଆ ଯାଇଛି।

Google

ତେବେ ଚଳିତ ବର୍ଷ ଆଇପିଏଲ ଫାଇନାଲ ଯାହାକି ଅହମ୍ମଦାବାଦରେ ଖେଳା ଯାଇଥିଲା ସେହି ମ୍ୟାଚରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କୁ ବିସିସିଆଇ ଉପ ଅଧ୍ୟକ୍ଷ ଜୟ ସାହା ଏବଂ ଏସିୟ କାଉନସିଲ ର ଚେୟରମେନ ନିମନ୍ତ୍ରଣ ପଠାଇ ଥିଲେ।ନିମନ୍ତ୍ରଣ ପାଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତରଫରୁ ଆସିଥିବା ସଦସ୍ୟ ମାନଙ୍କ ସହ ଏସିଆ କପ ବିଷୟରେ ଏକ ବୈଠକ ବସିବା ପରେ ଏହି ବିଷୟରେ ମଞ୍ଜୁରୀ ମିଳିଥିଲା।

ତେବେ ଚଳିତ ବର୍ଷ ଏସିଆ କପ ଅଗଷ୍ଟ ୨୭ରୁ ଆରମ୍ଭ ହୋଇ ୧୧ ସେପ୍ଟେମ୍ବରରେ ସରିଥାନ୍ତା କିନ୍ତୁ ଏହାକୁ ପରିବର୍ତ୍ତନ କରାଯାଇ ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ କରା ଯାଇଛି। ଆଗକୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି ୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହାକୁ ୪ ଦିନ ଆଗରୁ କରିବାର ନିଷ୍ପତି ନିଆ ଯାଇଛି। ତେବେ ଟି-୨୦ ବିଶ୍ଵକପକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏସିଆ କପ ମ୍ୟାଚ ଗୁଡ଼ିକ ଏକ ଦିନିକିଆ ନହୋଇ ୨୦ ଓଭର ବିଶିଷ୍ଟ ହେବେ।

ଏହି କପରେ ଭାରତ,ଶ୍ରୀଲଙ୍କା,ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶ ସହ ଆଉ ଏକ କ୍ୱାଲିଫାୟର ଦଳ ସାମିଲ ହେବେ। ଏହି ଦଳ ଗୁଡ଼ିକ ଏସିଆ କପ ନିଜ ନିଜ ଭିତରେ ଖେଳିବାର ଅଛି। ତେବେ କରୋନା ପରିସ୍ଥିତି କାରଣରୁ ଗତ ୨ ବର୍ଷ ହେଲା ଏହି କପକୁ ସ୍ଥଗିତ କରା ଯାଇଥିଲା। ଅନ୍ତିମ ଥର ଏସିଆ କପ ୨୦୧୮ ରେ ଖେଳ ହୋଇଥିଲା ଯାହାର ବିଜେତା ଭାରତ ଥିଲା।

Google

ତେବେ IPL 2022 ଶେଷ ହୋଇଯାଇଛି। ଚମ୍ପିୟନ ହୋଇଛି ଗୁଜରାଟ ଟାଇଟନ୍ସ। ହାର୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଦଳ ଚମ୍ପିୟନ ହୋଇଥିଲା। ରନର୍ସ ଅପ ହୋଇଥିଲା ରାଜସ୍ଥାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *