ଏସିଆ କପ ୨୦୨୨ ର ଆରମ୍ଭ ଅଗଷ୍ଟ ୨୭ ତାରିଖରେ ହେବାକୁ ଯାଉଛି।ଯେବେ ବି ଭାରତ ଏବଂ ପାକିସ୍ତାନର ମ୍ୟାଚ ହୋଇଥାଏ, ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଗମ୍ଭୀର ରହିଥାଏ। ଏଥିମଧ୍ୟରେ ଭାରତର ତିନୋଟି ଖେଳାଳିଙ୍କ ଉପରେ ଵିଶେଷ ନଜର ରହିବ ଏବଂ ଏହି ତିନୋଟି ଖେଳାଳି ପାକିସ୍ତାନ ଦଳ ପାଇଁ ବହୁତ ଅସୁବିଧା ସୃଷ୍ଟି କରିପାରନ୍ତି।

ବିରାଟ କୋହଲି ଏକ ଲମ୍ବା ସମୟ ଅନ୍ତରାଳରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ଏହା ତାଙ୍କର ୧୦୦ତମ ଟି-ଟ୍ୱେଣ୍ଟି ମ୍ୟାଚ ହେବାର ଅଛି। ଏହା ବ୍ୟତୀତ ପାକିସ୍ତାନ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଅତି ଆକର୍ଷକ ରହିଛି। ପାକିସ୍ତାନ ବିପକ୍ଷରେ ତାଙ୍କ ରେକର୍ଡ ଦର୍ଶନୀୟ ରହିଥିବା ବେଳେ ସେ ପାକିସ୍ତାନ ବୋଲରଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଏହି ଏସିଆ କପଟି ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳା ଯିବାକୁ ଥିବା ବେଳେ, ବିରାଟଙ୍କ ରନ ହାର ଏଥିରେ ବହୁତ ଭଲ ରହିଛି। ସେ ଟି-ଟ୍ୱେଣ୍ଟି ଫର୍ମାଟର ଏସିଆ କପରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଟି ମ୍ୟାଚରେ ୭୬.୫୦ ଅଉସତରେ ୧୫୩ ରନ କରି ସାରିଛନ୍ତି।

ଟିମ ଇଣ୍ଡିଆର ଜବରଦସ୍ତ ହାର୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଅତି ସାଂଘାତିକ ଫର୍ମରେ ଅଛନ୍ତି, ତେବେ ସେ ପାକିସ୍ତାନ ଦଳ ପାଇଁ ଅନେକ କ୍ଷତି ଘଟାଇ ଭାରତକୁ ଏସିଆ କପ ୨୦୨୨ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ତାଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ତେବେ ଗତ ୨୦୨୧ ବିଶ୍ୱକପରେ ତାଙ୍କର ସେ ଫର୍ମ ଦେଖିବାକୁ ମିଳି ନଥିଲା।

ଏସିଆ କପରେ ଭାରତ ଦ୍ରୁତ ବୋଲର ହିସାବରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରିଛି। ତାଙ୍କର ଟି-ଟ୍ୱେଣ୍ଟି କ୍ରିକେଟରେ ବହୁତ ଅଭିଜ୍ଞତା ରହିଛି ଯାହାକି ଭାରତ ପାଇଁ ବହୁତ ସହାୟକ ହେବ। ନୂଆ ବଲରେ ସେ ବହୁତ ସହଜରେ ୱିକେଟ ନେଇ ପାରନ୍ତି। ପାକିସ୍ତାନ ବିପକ୍ଷରେ ୪ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୭.୨୧ ଇକୋନୋମିରେ ୫ ଟି ୱିକେଟ ହାସଲ କରି ସାରିଛନ୍ତି। ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି କାରଣରୁ ସେ ଭାରତର ମୁଖ୍ୟ ବୋଲର ଭାବରେ ନିଜେ ଦାୟିତ୍ୱ ତୁଲାଇବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।