ଏସିଆ କପ ୨୦୨୨: ଏସିଆ କପରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଏହାର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ହେବାକୁ ଯାଉଛି। ତେବେ ଦୁଇଜଣ ହିଁ ଟିମ ଟି ଟ୍ୱେଣ୍ଟି କ୍ରିକେଟରେ ବହୁତ ଉନ୍ନତ ମାନର ବଡ଼ ଟିମ ମାନା ଯାଇଥାନ୍ତି। ଏହି ସବୁ ଭିତରେ ମ୍ୟାଚ କାଫି ଟକର ଦେଖିବାକୁ ମିଳିପାରେ। ମାତ୍ର ଭାରତୀୟ ଟିମରେ ଜଣେ ଏପରି ବ୍ୟାଟ୍ସମ୍ୟାନ ଅଛି ଯିଏ କି ପାକିସ୍ତାନ ଟିମ ବିପକ୍ଷରେ ସର୍ବଦା ବହୁତ ଉନ୍ନତ ମାନର ପ୍ରଦର୍ଶନ କରିଥାଏ। ଏହି ବ୍ୟାଟ୍ସମ୍ୟାନ ମ୍ୟାଚ ଏକ ତରଫା କରିପାରେ।

ପାକିସ୍ତାନ ବିପକ୍ଷରେ ରନ ବନାଉଥିବା ବ୍ୟାଟ୍ସମ୍ୟାନ ଆଉ କେହି ନୁହନ୍ତି ବରଂ ବିରାଟ କୋହଲି ଅଟନ୍ତି। ତାଙ୍କୁ ପାକିସ୍ତାନ ବିପକ୍ଷରେ ରନ କରିବା ବହୁତ ପସନ୍ଦ ଅଟେ ଆଉ ସେ ଲମ୍ବା ବ୍ରେକ ପରେ ଭାରତୀୟ ଟିମକୁ ଫେରିବାକୁ ଯାଉଛନ୍ତି। ସେ ଏଯାଏ ପାକିସ୍ତାନ ବିପକ୍ଷରେ ୭ଟି ଟି ଟ୍ୱେଣ୍ଟି ମ୍ୟାଚରେ ୩୧୧ରନ କରିଛନ୍ତି ଆଉ ଦିନିକିଆ ମୁକାବିଲା ମାନଙ୍କରେ ବି ୧୩ଟି ମ୍ୟାଚରେ ୫୩୬ ରନ କରିଛନ୍ତି।

କେବଳ ପାକିସ୍ତାନ ବିପକ୍ଷରେ ହି ନୁହଁ ବରଂ ସାରା ଏସିଆ କପରେ ହି କୋହଲିଙ୍କର ଆକାଶ ଛୁଆଁ ରେକର୍ଡ ଅଛି। ସେ ଦିନିକିଆ ଫର୍ମାଟର ଏସିଆ କପରେ ପ୍ରାୟ ୧୬ଟି ମ୍ୟାଚରେ ୬୩.୮୩ ହାରରେ ୭୬୬ ରନ କରିଛନ୍ତି। ଏହା ସହ ହିଁ ଟି-ଟ୍ୱେଣ୍ଟି ଫର୍ମାଟରେ ମଧ୍ୟ ସେ ୫ଟି ମ୍ୟାଚରେ ୭୬ ହାରରେ ୧୫୩ ରନ କରିଛନ୍ତି। ତାଙ୍କର ଦିନିକିଆର ସର୍ବାଧିକ ସ୍କୋର ୧୮୩ରନ ମଧ୍ୟ ଏସିଆ କପରେ ହିଁ ପାକିସ୍ତାନ ବିପକ୍ଷରେ ଆସିଥିଲା।

ମୈଦାନ ଉପରେ ପାଦ ରଖିବା କ୍ଷଣି ହିଁ ଇତିହାସ ସୃଷ୍ଟି ହେବ: ବିରାଟ କୋହଲି ଯେପରି ହିଁ ଏସିଆ କପର ମ୍ୟାଚରେ ଖେଳିବେ ତାହା ସହ ହି ସେ ଇତିହାସ ସୃଷ୍ଟି କରିବେ। ସେ ଭାରତର ପ୍ରଥମ ଆଉ ଦୁନିଆର ଦ୍ୱିତୀୟ ପ୍ଲେୟର ହେଇଯିବେ ଯିଏ କି କ୍ରିକେଟର ତିନୋଟି ଫର୍ମାଟରେ ୧୦୦ରୁ ଅଧିକ ମ୍ୟାଚ ଖେଳିବେ।ଏହା ଆଗରୁ କେବଳ ରସ ଟେଲର ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ କି ଏପରି କାରିନାମା କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ହିଁ କେବଳ ୧୦୦ରୁ ଅଧିକ ଟି ଟ୍ୱେଣ୍ଟି ଖେଳି ସାରିଛନ୍ତି। ସେ ଏହା ଆଗରୁ ପ୍ରାୟ ୧୩୨ଟି ମ୍ୟାଚ ଖେଳିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।