ବ୍ୟୁରୋ ରିପୋର୍ଟ: ୟୁନାଇଟେଡ଼ କିଂଙ୍ଗଡ଼ମର ବର୍ମୀଂହମରେ କମନୱେଲଥ ଗେମ୍ସ ୨୦୨୨ରେ ଭାରତୀୟ ମହିଳା କ୍ରିକେର ଟିମ ଇଂଲଣ୍ଡ ମହିଳା କ୍ରିକେଟ ଟିମକୁ ହରାଇ ଫାଇନାଲରେ ପହଁଚିଯାଇଛି। ଭାରତୀୟ ମହିଳା କ୍ରିକେଟ ଟିମ କଡା ଟକର ମ୍ୟାଚରେ ଇଂଲଣ୍ଡ ମହିଳା କ୍ରିକେଟ ଟିମକୁ ହରାଇ କମନୱେଲଥ ଗେମ୍ସ ଇରିହାସର ପ୍ରଥମ ପଦକ ପକା କରିଛି। ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ୪ ରନରେ ହରାଇଛି।

ରୋମାଞ୍ଚକ ମ୍ୟାଚରେ ଭାରତର ଦବଦବା:
ସେମିଫାଇନାଲରେ ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୫ ଟି ୱିକେଟ ହରାଇ ୧୬୪ ରନ କରିଥିଲା। ଟିମ ଇଣ୍ଡିଆ ତରଫରୁ ସ୍ମୃତି ମଂଧାନା ୩୨ ବଲରେ ୬୧ ରନ କରିଥିଲେ ଓ ଜେମାଇମା ୩୧ ବଲରେ ୪୪ ରନର ଜବରଦସ୍ତ ପାରି ଖେଳିଥିଲେ। ଜବାବରେ ଇଂଲଣ୍ଡ ଟିମ ୨୦ ଓଭରରେ ୬ ୱିକେଟ ହରାଇ ୧୬୦ ରନ କରିପାରିଲା।ଭାରତ ତରଫରୁ ସ୍ନେହା ରାଣା ସବୁଠୁ ଅଧିକ ୨ ଟି ୱିକେଟ ନେଇଥିଲେ।

କମନୱେଲଥ ଗେମ୍ସ ୨୦୨୨ରେ ଟିମ ଇଣ୍ଡିଆ:
କମନୱେଲଥ ଗେମ୍ସ ୨୦୨୨ରେ ଭାରତୀୟ ଟିମ ନିଜର ଅଭିଯାନ ୨୯ ଜୁଲାଇରୁ ଆରମ୍ଭ କରିଥିଲା। ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ୨୯ ଜୁଲାଇକୁ ଅଷ୍ଟ୍ରେଲିଆ ସହ ହୋଇଥିଲା। ଏହି ମ୍ୟାଚ ଟିମ ଇଣ୍ଡିଆ ୩ ୱିକେଟରେ ହାରିଥିଲା। ଦ୍ୱିତୀୟ ମ୍ୟାଚରେ ଭାରତ ପାକିସ୍ତାନ ଓ ତୃତୀୟ ମ୍ୟାଚରେ ବାରବାଡୋସକୁ ହରାଇଥିଲା ଓ ଏବେ ସେମିଫାଇନାଲରେ ଇଂଲଣ୍ଡକୁ ହରାଇଛି।
#TeamIndia 🇮🇳🇮🇳#CWG2022 pic.twitter.com/Briamw15Ms
— BCCI Women (@BCCIWomen) August 6, 2022
ଦୁଇ ଟିମର ଚୂଡାନ୍ତ ଏକାଦଶ:
ଇଣ୍ଡିଆ ଟିମ: ସେଫାଳି ବର୍ମା, ସ୍ମୃତି ମଂଧାନା, ଜେମାଇମା ରୋଡ୍ରେଗେଜ, ହରମନପ୍ରିତ କୌର (ଅଧିନାୟକ), ତାନିଆ ଭାଟିଆ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର,ରାଧା ଯାଦବ, ସ୍ନେହା ରାଣା,ମେଘନା ସିଂ, ରେଣୁଆ ସିଂ।
ଇଂଲଣ୍ଡ ଟିମ:ଡେଲିୟଲ ହ୍ଵାଇଟ, ସୋଫିଆ ଡଙ୍କଲେ, ଏଲିସେ କେପ୍ସସେ, ତନାଲି ସ୍କିବର(ଅଧିନାୟକ),ଏମି ଜୋନ୍ସ, ମଇୟା ବାଉଚିଅର, କୈଥରିନ ବେଂଟ, ସୋଫି ଏକ୍ଲେଷ୍ଟନ, ଫ୍ରେୟା କେଂପ, ଇଜି ବୋନଂଙ୍ଗ, ସାରା ଗ୍ଲେନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।