ଆସୁଛି ଭାରତ-ପାକିସ୍ତାନ ମୁକାବିଲା! ପାକିସ୍ତାନକୁ ହରାଇବା ପାଇଁ ରେଡ୍ଡୀ ଟିମ ଇଣ୍ଡିଆ, ଏହି ଖେଳାଳି କରିବେ କମାଲ?

ଆଗକୁ ଏସିଆ କପରେ ହେବାକୁ ଯାଉଛି। ଏହା ଏକ ବଡ଼ ମୁକାବିଲା ଭାରତ ଏବଂ ପାକିସ୍ତାନର କ୍ରିକେଟର ଲଢେ଼ଇ ହୋଇପାରେ ରୋମାଂଚକର। ଭାରତର ଜବରଦସ୍ତ ଖେଳାଳି ଅଛନ୍ତି। ତେବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଅନୁମାନ ରଖିପରେ। ୨୦୨୨ ର ଏସିଆ କପ ଆଶା ରଖି ଭାରତ ଏହାର ପ୍ରସ୍ତୁତି ଚଲାଇପାରେ। ସମାପ୍ତ ହୋଇସାରିଥିବା ଇଂଲଣ୍ଡ ବିପକ୍ଷ ସିରିଜ ଏବଂ ଧାୱନଙ୍କ କ୍ୟାପଟେନସିରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ODI ସିରିଜ ଜିତିବା ପରେ ଭାରତୀୟ ଦଳର ମନୋବଳ ଦୃଢ଼ ରହିପରେ। ତେଣୁ ଏହି ମ୍ୟାଚକୁ ଭାରତ ଜିତିବାର ଅଧିକ ସମ୍ଭାବନା ରହିପାରେ। ଭାରତୀୟ ଦଳର କିଛି ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାଚର ମୋଡ଼ ବଦଳେଇ ଦେଇ ପାରନ୍ତି।

Google

ଜଣାଶୁଣା ଜବରଦସ୍ତ ଓପନର ଖେଳାଳି ରୋହିତ ଶର୍ମା ଭାରତୀୟ ଦଳର ସିନିୟର ଅନୁଭବୀ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ଖେଳିବା ଶୈଳୀ ସମ୍ପୂର୍ଣ୍ଣ ନିଆରା। ନିଜ କ୍ୟାରିୟରରେ ତିନୋଟି ଦୁଇ ଶତକ ହାସଲ କରିଥିବା ଏହି ଖେଳାଳି ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସ ବିପକ୍ଷରେ ଅଧିନାୟକ ଦାୟିତ୍ବ ତୁଲାଇ ସାରିଛନ୍ତି। ଏବଂ ଏହା ସହିତ ତାଙ୍କ ଅଧିନାୟକତ୍ୱରେ ଭାରତ ଅନେକ ସିରିଜ ଜିତି ସାରିଲାଣି। ପ୍ରତ୍ୟେକ ମ୍ୟାଚରେ ସେ ମ୍ୟାଚ ଜିତିବା ଭଳି ପ୍ରଦର୍ଶନ କରିଥାନ୍ତି।

Google

ସାରା କ୍ରିକେଟ ବିଶ୍ୱର ଏକ ଜଣାଶୁଣା ନାଁ ବିରାଟ କୋହଲି ନିଜର ଦକ୍ଷ ବ୍ୟାଟିଂ ପାଇଁ ପ୍ରତିଷ୍ଠିତ। ଚାପରେ ରହି ଖେଳିବାର ଦକ୍ଷତା ମଧ୍ୟ ତାଙ୍କର ରହିଛି। ତାଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ପାଇଁ ଭାରତ ଅନେକ ମ୍ୟାଚରର ବିଜୟ ହାସଲ କରିଛି। ପୂର୍ବ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତର ୱିକେଟ ଶୀଘ୍ର ଯାଇ ମଧ୍ୟ ବିରାଟ କୋହଲିଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧ ଶତକ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲା। ସେଥିପାଇଁ ତାଙ୍କ ବ୍ୟାଟିଂରୁ ଭଲ ପ୍ରଦର୍ଶନର ଅନୁମାନ କରାଯାଉଛି।

Google

ଭାରତୀୟ ଦଳର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି। ଛକା ଏବଂ ଚୌକା ପାଇଁ ଜଣା ଯାଉଥିବା ଋଷଭ ପନ୍ତ ବର୍ତ୍ତମାନ ଭାରତୀୟ ଦଳର ଜଣେ ମଧ୍ୟ କ୍ରମର ବ୍ୟାଟ୍ସମାନ ଅଟନ୍ତି। ତାଙ୍କ ଦମଦାର ବ୍ୟାଟିଂ ବଲରେ ଭାରତ ଅନେକ କଷ୍ଟକର ମ୍ୟାଚକୁ ଅତି ସହଜରେ ଜିତି ନେଇଛି। ସେ ଗାବା ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ କରି ଟିମ ଇଣ୍ଡିଆକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ IPL ରେ ଦିଲ୍ଲୀର କ୍ୟାପଟେନ ଅଛନ୍ତି।

Google

ତାଙ୍କ ସହିତ ଜବରଦସ୍ତ ବ୍ୟାଟିଂ ପାଇଁ ଜଣାଶୁଣା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ପୂର୍ବରୁ ସେ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଦଳର ଅଧିନାୟକ ଦାୟିତ୍ବ ତୁଲାଇ ସାରିଛନ୍ତି। ସେଥିରେ ତାଙ୍କ ଅତି ଉଚ୍ଚକୋଟୀର ବ୍ୟାଟିଂ ସହିତ ଅତି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା। ଯାହାକି ଚୟନକର୍ତାମାନଙ୍କୁ ବହୁତ ଆକୃଷ୍ଟ କରିଥିଲା। ତାଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଗୁଜରାଟ ୨୦୨୨ ଆଇପିଏଲ ଟ୍ରଫି ମଧ୍ୟ ଜିତି ନେଇଥିଲା। ବର୍ତ୍ତମାନ ତାଙ୍କ ଉତ୍ତମ ବୋଲିଂ ବ୍ୟାଟିଂର ପ୍ରଦର୍ଶନ ପାକିସ୍ତାନ ବିପକ୍ଷରେ ହୋଇପାରେ।

ସେ ଜବରଦସ୍ତ ଫିଲଣ୍ଡିଙ୍ଗ ମଧ୍ୟ କରିଥାଆନ୍ତି। ଏହି ଚାରୋଟି ଖେଳାଳିଙ୍କ ଉନ୍ନତମାନର ବ୍ୟାଟିଂକୁ ଛାଡିଲେ ଯଶପ୍ରୀତ ବୁମରା , ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସ୍ୱାମୀଙ୍କ ବୋଲିଂ କଳା ମଧ୍ୟ ଦେଖିବାକୁ ମିଳିପାରେ। ସେମାନେ ଲଗାତାର ଭାବରେ ପ୍ରାୟ ନିଜର ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି। ତେବେ ଅପଣଙ୍କ ମତରେ ଭାରତ ପାକିସ୍ତାନ ମ୍ୟାଚ କେତେ ଜୋରଦାର ହେବ ତାହା ଆପଣ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *