ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ୨୯ ଜୁଲାଇକୁ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବାର ଅଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅନେକ ଷ୍ଟାର ଖେଳାଳି ଦଳକୁ ଫେରିଛନ୍ତି। କେ ଏଲ ରାହୁଲ ନଖେଳିପାରିବା କାରଣ ରୋହିତ ଶର୍ମାଙ୍କ ସହ ଆଲୋଚନାକିଏ ଓପନିଙ୍ଗ କରିବ ଏହା ସବୁଠୁ ବଡ଼ ପ୍ରଶ୍ନ। ଓପନିଙ୍ଗ ପାଇଁ ଟିମ ଇଣ୍ଡିଆରେ ଇସାନ କିସନ ଓ ରିଷଭ ପନ୍ତ ଦୁହେଁ ବିକଳ୍ପ ଅଛନ୍ତି। ଓପନିଙ୍ଗକୁ ନେଇ ଭାରତୀୟ ପୂର୍ଵ ମହାନ ଖେଳାଳି ୱାସିମ ଜାଫର ବଡ଼ ଅନୁମାନ କରିଛନ୍ତି।

ଇଂଲଣ୍ଡ ଗ୍ରସ୍ତରେ ପନ୍ତ କରିଥିଲେ ଓପନିଙ୍ଗ:
ଇଂଲଣ୍ଡ ସହ ତିନୋଟି ମ୍ୟାଚର ଟି-୨୦ ସିରିଜରେ ରୋହିତ ଶର୍ମାଙ୍କ ସହ ରିଷଭ ପନ୍ତ ଓପନିଙ୍ଗ କରିଥିଲେ ଓ ଅସଫଳ ରହିଥିଲେ। କେଏଲ ରାହୁଲଙ୍କୁ ସ୍ପୋର୍ଟସ ହର୍ନିଆ ପାଇଁ ଅଭ୍ୟାସ ପାଇଁ ଏନସିଏରେ ରହିଥିବା ସମୟରେ କରୋନା ହୋଇଯାଇଥିଲା। ଏବେ ସେ ପୁରା ଠିକ ନହୋଇଥିବା କାରଣରୁ ଟି-୨୦ ସିରିଜରେ ତାଙ୍କର ଖେଳିବାର ସମ୍ଭାବନା କମ। ତେଣୁ ରାହୁଲଙ୍କ ଅନୁପସ୍ଥିତରେ ପନ୍ତ ପୁଣିଥରେ ଓପନିଙ୍ଗ କରିପାରନ୍ତି।
ଜାଫର କରିଛନ୍ତି ଏହି ଅନୁମାନ:

ପୂର୍ଵ ଭାରତୀୟ ଖେଳାଳି ବସିମ ଜାଫର ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋପୋଷ୍ଟ କରିଛନ୍ତି,ଯେଉଁଥିରେ ସେ ତିନିଜଣ ଖେଳାଳିଙ୍କ ନାମ କହିଛନ୍ତି। ଏଥିରେ ରୋହିତ ଶର୍ମା, ରିଷଭ ପନ୍ତ ଓ ସୂର୍ଯ୍ୟ କୁମାର ଯାଦବ ନଜର ଆସିଛନ୍ତି।ବସିମଙ୍କ ଅନୁସାରେ ରୋହିତଙ୍କ ସହ ରିଷଭ ପନ୍ତ ଓପନିଙ୍ଗ କରିପାରନ୍ତି ଓ ସୂର୍ଯ୍ୟକୁମାର ଯାଦବ ତିନି ନମ୍ବରରେ ବ୍ୟାଟିଙ୍ଗ କରିପାରନ୍ତି। ସେହି ଫଟୋରେ ପୂର୍ଵ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ନଜରଆସିଛନ୍ତି।
ଇସାନ କିସନ ମଧ୍ୟ ବଡ଼ ଦାବିଦାର:

ଅନେକ ମୌକାରେ ରୋହିତ ଶର୍ମାଙ୍କ ଅନୁପସ୍ଥିତରେ ଇସାନ କିସନ ଓପନିଙ୍ଗ କରିଛନ୍ତି। ତାଙ୍କ ପାଖରେ ମଧ୍ୟ ଓପନିଙ୍ଗର ଅନୁଭବ ଅଛି,ଯାହା ଟିମ ଇଣ୍ଡିଆର କାମରେ ଆସିପାରେ।ଇସାନ କିସନ ପିଚରେ ଦୌଡ଼ ମଧ୍ୟ ଭଲ କରିଥାନ୍ତି। ଯେବେ ଇସାନ କିସନ ଲୟରେ ଥାନ୍ତି ବୋଲରଙ୍କ ଲାଇନ ଲେଣ୍ଥ ଖରାପ କରିଦେଇଥାନ୍ତି। କିଛି ବଲରେ ମ୍ୟାଚର ରୂପ ବଦଳାଇପାରିବାର କ୍ଷମତା ତାଙ୍କ ପାଖରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।