ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ୱେଷ୍ଟଇଣ୍ଡିଜ ଗ୍ରସ୍ତ ବହୁତ ଭଲ ରହିଲା। ଏହି ଗ୍ରସ୍ତରେ ଟିମ ଇଣ୍ଡିଆ ପ୍ରଥମେ ଧାୱନଙ୍କ ଅଧିନାୟକତ୍ୱରେ ଏକଦିବସିୟ ସିରିଜ ୩-୦ରେ ଜିତିଥିଲା।ଏହା ପରେ ୫ ଟି ମ୍ୟାଚର ଟି-୨୦ ସିରିଜ ୪-୧ରେ ଜିତିଥିଲା। ଏହା ପରେ ଆଗକୁ ଟିମ ଇଣ୍ଡିଆ ଜିମ୍ବାୱେ ସହ ଘରୋଇ ସିରିଜ ଖେଳିବାର ଅଛି। ଟିମ ଇଣ୍ଡିଆ ଜିମ୍ବାୱେ ସହ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିବାର ଅଛି। ତେବେ ଟିମ ଇଣ୍ଡିଆ ଜବରଦସ୍ତ ଫର୍ମରେ ଅଛି। ଦଳ ଇଂଲଣ୍ଡକୁ ହରାଇବା ପରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମଧ୍ୟ ODI ୱେବ T-20 ରେ ହାସଲ କରିଥିଲା ବିଜୟ।

ରିପୋର୍ଟ ଅନୁସାରେ ଜିମ୍ବାୱେ ସହ ସିରିଜ ପାଇଁ ଭାରତୀୟ ଟିମ ୧୫ ଅଗଷ୍ଟକୁ ହରାରେ ପହଂଚିପାରେ। ସିରିଜର ଆରମ୍ଭ ୧୮ ଅଗଷ୍ଟରୁ ହେବାର ଅଛି। ଏକଦିବସିୟ ସିରିଜର ସବୁ ମ୍ୟାଚ ହରାରେ ଷ୍ଟାଡିୟମରେ ଖେଳାଯିବାର ଅଛି। କହିରଖିବୁ ଏହା ଭାରତର ୬ ବର୍ଷରେ ପ୍ରଥମ ଜିମ୍ବାୱେ ଗ୍ରସ୍ତ ଅଟେ। ଶେଷ ଥର ଯେବେ ଟିମ ଇଣ୍ଡିଆ ଜିମ୍ବାୱେ ଯାଇଥିଲେ ସେବେ ମହେନ୍ଦ୍ର ସିଂହ ଅଧିନାୟକ ଥିଲେ। ସେବେ ଭାରତୀୟ ଟିମ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଓ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳାଯାଇଥିଲା।
ଭାରତ ସହିତ ଜିମ୍ବାୱେ ପ୍ରଥମ ଏକଦିବସିୟ-୧୮ ଅଗଷ୍ଟ:୧୨.୪୫ ପିଏମ ହରାରେ ସ୍ପୋର୍ଟ କ୍ଳବ, ହରାରେ

ଭାରତ ସହିତ ଜିମ୍ବାୱେ ଦ୍ୱିତୀୟ ଏକଦିବସିୟ-୨0 ଅଗଷ୍ଟ:୧୨.୪୫ ପିଏମ ହରାରେ ସ୍ପୋର୍ଟ କ୍ଳବ, ହରାରେ
ଭାରତ ସହିତ ଜିମ୍ବାୱେ ତୃତୀୟ ଏକଦିବସିୟ-୨୨ ଅଗଷ୍ଟ:୧୨.୪୫ ପିଏମ ହରାରେ ସ୍ପୋର୍ଟ କ୍ଳବ, ହରାରେ
ଜିମ୍ବାୱେ ଗ୍ରସ୍ତ ପାଇଁ ଭାରତୀୟ ଖେଳାଳି:

ଶିଖର ଧାୱନ (ଅଧିନାୟକ),ଋତୁରାଜ ଗାୟକୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ,ଇସାନ କିସନ,ସଞ୍ଜୁ ସାମସନ,ୱାସିଙ୍ଗଟନ ସୁନ୍ଦର,ସାରଦୁଲ ଠାକୁର,କୁଲଦୀପ ଯାଦବ, ଅକ୍ସର ପଟେଲ,ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା,ମହମ୍ମଦ ସିରାଜ, ଦୀପକ ଚାହାର।
ଜିମ୍ବାୱେ ବିରୁଦ୍ଧରେ ଏକଦିବସିୟ ସିରିଜରେ ଭାରତୀୟ ଟିମର ରେକର୍ଡ:
ପୂର୍ଵ ଥର ଜିମ୍ବାୱେ ଗ୍ରସ୍ତରେ ଟିମ ଇଣ୍ଡିଆକୁ ୨୦୧୬ରେ ୩-୦ରେ ବିଜୟ ମିଳିଥିଲା। ଜିମ୍ବାୱେ ବିରୁଦ୍ଧରେ ଟିମ ଇଣ୍ଡିଆ ୧୭ ମ୍ୟାଚ ଖେଳିଛି ଯେଉଁଥିରୁ ୧୫ ଟି ମ୍ୟାଚ ଜିତିଥିବା ବେଳେ ୨ ଟି ମ୍ୟାଚ ହାରିଛି। ଜିମ୍ବାୱେ ୧୯୯୭ରେ ଭାରତକୁ ୮ ୱିକେଟରେ ହରାଇଥିଲା। ଜିମ୍ବାୱେ ଦ୍ୱିତୀୟ ବିଜୟ ୩୦ ସେପ୍ଟେମ୍ବର ୧୯୯୮ରେ ପାଇଥିଲା। ଟିମ ଇଣ୍ଡିଆ ଲଗାତର ୧୧ ମ୍ୟାଚ ଜିମ୍ବାୱେ ବିରୁଦ୍ଧରେ ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।