ରାଜସ୍ଥାନ ରୟାଲସ ଆଇପିଏଲ ୨୦୨୨ ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଫାଇନାଲରେ ମଧ୍ୟ ନିଜ ସ୍ଥାନ ପକା କରିଥିଲେ। ତେଣୁ ବର୍ତ୍ତମାନ ଏହି ରୟାଲସ ଗ୍ରୁପ ସାଉଥ ଆଫ୍ରିକାରେ ହେବାକୁ ଯାଉ ଥିବା ସିଏସଏ ଟି-ଟ୍ୱେଣ୍ଟି ଲିଗରେ ଖେଳିବାକୁ ଯାଉଛି। ଲିଗ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି। ଦଳର ନାମ ପାର୍ଲ ରୟାଲସ ରଖା ଯାଇଛି ଏବଂ ପ୍ରଥମ ଚାରୋଟି ଖେଳାଳିଙ୍କ ନାଁ ଘୋଷଣା କରି ଦେଇଛି। ଏଥିରେ ଡେଭିଡ ମିଲରଙ୍କ ନାମ ମଧ୍ୟ ସାମିଲ ରହିଛି। ଡେଭିଡ ମିଲର ଆଇପିଏଲ ୨୦୨୨ ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ୪୮୦ ରନ କରିବା ସହିତ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ପାର୍ଲ ରୟାଲସ ଦଳର ସୂଚନା ଅନୁସାରେ ଇଂଲଣ୍ଡର ଅଧିନାୟକ ଜସ ବଟଲର , ୱେଷ୍ଟ ଇଣ୍ଡିଜର ବାମହାତୀ ବୋଲର ଓବେଡ଼ ମ୍ୟାକୱେ ଏବଂ ନୂତନ ଯୁବା ଖେଳାଳି କେଭିନ ବସଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରିଛି। ବର୍ତ୍ତମାନ ବଟଲର ଏବଂ ମିଲରଙ୍କ ଯୋଡି ଦେଖିବାକୁ ମିଳିବ। ବଟଲର ୨୦୨୨ ଆଇପିଏଲ ସିଯିନର ସର୍ବାଧିକ ରନ କରିଥିବା ଏକ ମାତ୍ର ରାଜସ୍ଥାନ ଖେଳାଳି ଅଟନ୍ତି। ୨୦୨୨ ଆଇପିଏଲ ସିଜିନରେ ଜସ ବଟଲର ୧୭ ଟି ମ୍ୟାଚରେ ୫୮ ରନର ଔସତରେ ୮୬୩ ରନ କରିଥିଲେ। ଏଥିରେ ୪ ଟି ଶତକ ଏବଂ ୪ ଟି ଅର୍ଦ୍ଧ ଶତକ ସାମିଲ ରହିଥିଲା ଏବଂ ତାଙ୍କ ଷ୍ଟ୍ରାଇକ ରେଟ ୧୪୯ ରହିଥିଲା।

ସେ ବିରାଟ କୋହଲିଙ୍କ ପରେ ଦ୍ଵିତୀୟ ଖେଳାଳି ଭାବରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ସେହିପରି ଡେଭିଡ ମିଲର ମଧ୍ୟ ୧୬ ଟି ମ୍ୟାଚରେ ୬୯ ରନର ଅଉସତରେ ୪୮୧ ରନ କରିଥିଲେ। ଏଥିରେ ୨ ଟି ଅର୍ଦ୍ଧ ଶତକ ସାମିଲ ରହିଥିଲା ଏବଂ ତାଙ୍କ ଷ୍ଟ୍ରାଇକ ରେଟ ୧୪୩ ରହିଥିଲା। ତାଙ୍କର ସର୍ବାଧିକ ସ୍କୋର ୯୪ ରନ ରହିଥିଲା।
Delivered! They are all yours, #RoyalsFamily. ? pic.twitter.com/BC31g75QZ9
— Paarl Royals (@paarlroyals) August 12, 2022
ୱେଷ୍ଟ ଇଣ୍ଡିଜର ବାମହାତୀ ବୋଲର ଓବେଡ଼ ମ୍ୟାକୱେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। କିଛି ଦିନ ତଳେ ଚାଲିଥିବା ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସେ ଗୋଟିଏ ମ୍ୟାଚରେ ୬ ଟି ୱିକେଟ ନେଇ ଏହି ରେକର୍ଡ କରିବାରେ ପ୍ରଥମ ଖେଳାଳି ହୋଇ ଯାଇଥିଲେ। ସେ ୨୩ ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ୧୯ ର ଅଉସତରେ ୩୫ ଟି ୱିକେଟ ନେଇ ସାରିଛନ୍ତି। ମାତ୍ର ୧୭ ରନରେ ୬ ଟି ୱିକେଟ ତାଙ୍କ କ୍ୟାରିୟରର ସବୁଠାରୁ ବେଷ୍ଟ ଥିଲା। ସମୁଦାୟ ଟି-ଟ୍ୱେଣ୍ଟି ମ୍ୟାଚ ଦେଖିଲେ ସେ ୫୭ ମ୍ୟାଚରୁ ୮୬ ଟି ୱିକେଟ ନେଇଛନ୍ତି। ସେ ଦୁଇ ଥର ୫ ଟି ଲେଖାଁଏ ୱିକେଟ ନେଇଛନ୍ତି।
500 RTs and we'll change it to this https://t.co/qPUGp0HocC pic.twitter.com/RbFSMe9XgW
— Paarl Royals (@paarlroyals) August 13, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।