ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ଆଇସିସି ଚମ୍ପିୟାନ ଟ୍ରଫି ଆୟୋଜନ ଛଡା ବ୍ୟସ୍ତ କ୍ରିକେଟ କାର୍ଯ୍ୟକ୍ରମ ହେତୁ ୨୦୨୫ରେ ପାକିସ୍ତାନ ସୁପର ଲିଗ ଓ ଆଇପିଏଲ ଏକା ସମୟରେ ଆୟୋଜନ ହେବାର ସମ୍ଭାବନା ଅଛି।ଆଇପିଏଲର ପ୍ରାୟତଃ ଅଢେ଼ଇ ମାସ ମାର୍ଚ୍ଚରୁ ନେଇ ଜୁନ ପର୍ଯ୍ୟନ୍ତ ଚାଲିଥାଏ। ପାକିସ୍ତାନ ସୁପର ଲିଗର ୧୦ମ ସିଜନକୁ ଜାନୁଆରୀ-ଫେବୃଆରୀ ନିୟମିତ ସମୟ ପରେ ମାର୍ଚ୍ଚ ଓ ମଇ ମଧ୍ୟରେ ଆୟୋଜନ କରିବାକୁ ବାଧ୍ୟ ହେବାକୁ ପଡୁଛି। କାରଣ ଏହା ପୂର୍ବରୁ ପାକିସ୍ତାନ ୨୦୨୫ ରେ ଫେବୃୟାରୀରେ ଚମ୍ପିୟନ ଟ୍ରଫିର ଆୟୋଜନ କରିବାକୁ ହେବ।

ଏହା ପ୍ରଥମ ଥର ହେବ ଯେବେ ଆଇପିଏଲ ସମୟରେ କୌଣସି ଅନ୍ୟ ଟି-୨୦ ଲିଗର ଆୟୋଜନ ହେବ। ଏହା ଦେଖିବାକୁ ହେବକି ଦୁଇଟି ଯାକ ଲିଗ ଖେଳୁଥିବା କ୍ରିକେଟର କାହାକୁ ବାଛିବେ। ଚାମ୍ପିୟନ ଟ୍ରଫି ପାଖାପାଖି ୩୦ ବର୍ଷରେ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ଆଇସିସିର ପ୍ରଥମ ଟ୍ରଫି ହେବ।
ଭାରତ ଅନେକ ଆଇସିସି ଟ୍ରଫିର ଆୟୋଜନ କରିବ:
ଭାରତ ଆଗାମୀ କିଛି ବର୍ଷରେ ଅନେକ ଆଇସିସି ଟ୍ରଫିର ଆୟୋଜନ କରିବାର ଅଛି। ୨୦୨୩ ପୁରୁଷ ଏକଦିବସିୟ ବିଶ୍ୱକପର ଆୟୋଜନ କରିବ। ୨୦୨୫ ମହିଳା ଏକଦିବସିୟ ବିଶ୍ୱକପର ଆୟୋଜନ କରିବାର ଅଛି। ୨୦୨୯ ଚମ୍ପିୟାନ ଟ୍ରଫିର ଆୟୋଜନ କରିବାର ଅଛି।

ଭାରତ ୩୮ ଟେଷ୍ଟ,୪୨ ଏକଦିବସିୟ ଓ ୬୧ ଟି-୨୦ ମ୍ୟାଚ ଖେଳିବ,ପାକିସ୍ତାନ ସହ କୌଣସି ସିରିଜ ଖେଳିବ ନାହିଁ:
ଭାରତ ଆଗାମୀ ୫ ବର୍ଷରେ ମାନେ ମଇ ୨୦୨୩ ରୁ ଏପ୍ରିଲ ୨୦୨୭ ମଧ୍ୟରେ ୧୪୧ ଦୁଇ ପକ୍ଷ ଇଣ୍ଟରନେସନାଲ ସିରିଜ ଖେଳିବ। ଭାରତ ଆଗାମୀ ପାଞ୍ଚ ବର୍ଷରେ ଭାରତ ୩୮ ଟେଷ୍ଟ,୪୨ ଏକଦିବସିୟ ଓ ୬୧ ଟି-୨୦ ମ୍ୟାଚ ଖେଳିବ,କିନ୍ତୁ ପାକିସ୍ତାନ ସହ କୌଣସି ସିରିଜ ଖେଳିବ ନାହିଁ। ଏହି ସମୟରେ ୧୨ ସଦସ୍ୟ ଦେଶ ୭୭୭ ଇଣ୍ଟରନେସନାଲ ମ୍ୟାଚ ଖେଳିବେ ଯେଉଁଥିରେ ୧୭୩ ଟେଷ୍ଟ,୨୮୧ ଏକଶିବସିୟ ୩୨୩ ଟି-୨୦ ମ୍ୟାଚ ସାମିଲ ଅଛି।ଏହି ସିଜନରେ ଟିମ ୬୯୪ ମ୍ୟାଚ ଖେଳିଛନ୍ତି।
ପୁରୁଷ ଦୁଇ ଟେଷ୍ଟ ଚମ୍ପିୟାନସିପ, ଆଇସିସି ଟୁର୍ଣ୍ଣାମେଣ୍ଟ, ଦୁଇ ପକ୍ଷ, ତିନି ପକ୍ଷ ସିରିଜ ସାମିଲ ଅଛି। ଭାରତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦୁହିଙ୍କ ସହ ପାଞ୍ଚଟି ମ୍ୟାଚର ସିରିଜ ଖେଳିବ। ଭାରତକୁ ଜୁଲାଇ ଅଗଷ୍ଟ ୨୦୨୩ରେ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଦୁଇ ଟେଷ୍ଟ, ତିନି ଏକଦିବସିୟ ଓ ତିନି ଟି-୨୦ ମ୍ୟାଚ ଖେଳିବାର ଅଛି।

ଇଂଲଣ୍ଡ ସହ ୫ ଟି ମ୍ୟାଚର ଘରୋଇ ସିରିଜ ଜାନୁଆରୀରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ହେବାର ଅଛି। ଭାରତ ଅଷ୍ଟ୍ରେଲିଆ ସହ ଆଗାମୀ ବର୍ଷ ଆରମ୍ଭରେ ଚାରିଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବ। ୨୦୨୪-୨୫ ରେ ଅଷ୍ଟ୍ରେଲିଆରେ ୫ ଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଏହା ୧୯୯୧ ପରେ ପ୍ରଥମ ଥର ହେବେ। ସେପ୍ଟେମ୍ବର ୨୦୨୪ରେ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଟିମ ବଙ୍ଗଳାଦେଶ ଯିବାର ଅଛି। ଭାରତୀୟ ଟିମ ୨୦୨୩ ବିଶ୍ୱକପ ପୂର୍ଵରୁ ୨୭ ଏକଦିବସିୟ ଖେଳିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।