କଣ କେହି ଆପଣଙ୍କ ନମ୍ବରକୁ ବ୍ଲକ କରିଛି ବୋଲି ସନ୍ଦେହ ହେଉଛି? ଜାଣନ୍ତୁ ଏହି ୫ ଉପାୟରେ

ବ୍ୟୁରୋ ରିପୋର୍ଟ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅସୁବିଧା ହେଉଥିବାରୁ ବଡ଼ ବଡ଼ ପ୍ଲାଟ ଫର୍ମ ଅଧିକ ସିକ୍ୟୁରୀଟି ବଢ଼ାଉଛନ୍ତି। ସେହିପରି ଏକ ବଡ଼ ପ୍ଲାଟଫର୍ମ ହେଉଛି ହ୍ଵାର୍ଟସପ ଯେଉଁଥିରେ ପ୍ରତି ମାସରେ ନୂଆ ନୂଆ ଫିକ୍ଚର ଲଞ୍ଚ କରୁଛି ଯାହା ଦ୍ୱାରା ପ୍ରତ୍ୟେକ ୟୁଜର୍ସ ସୁରକ୍ଷିତ ଭାବେ ଯେପରି ଏହାର ବ୍ୟବହାର କରିପାରିବ। ସେହିପରି ହ୍ଵାର୍ଟସପର ଏକ ବଡ଼ ଫିକ୍ଚର ହେଉଛି ବ୍ଲକ ଅପ୍ସନ। ଯଦି କେହି ଆପଣଙ୍କ ମ୍ୟାସେଜ ତା ପାଖୁ ଯାଉ ଚାହୁଁନାହିଁ ସେ ଆରାମରେ ଆପଣଙ୍କ ନମ୍ବର ବ୍ଲକ କରିପାରିବ।

ତେବେ ଆପଣଙ୍କ ମନରେ କାହା ପ୍ରତି ଯଦି ସନ୍ଦେହ ହେଉଛିକି ସେ ଆପଣଙ୍କ ନମ୍ବର ବ୍ଲକ କରିଛିକି ନାହିଁ ଏହା ଆପଣଙ୍କ ପାଖୁ କୌଣସି ମ୍ୟାସେଜ ଆସିନଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ୫ ଉପାୟ କହିବୁ ଯାହା ଦ୍ୱାରା ଆପଣ ଅତି ସହଜରେ ଆପଣଙ୍କ ନମ୍ବର କିଏ ବ୍ଲକ କରିଛିକି ନାହିଁ ଜାଣିପାରିବେ।

ପ୍ରଥମ ଉପାୟ-ଉକ୍ତ ବ୍ୟକ୍ତିଙ୍କ ଷ୍ଟାଟସ ଦେଖନ୍ତୁ:

ଯଦି ଆପଣ କୌଣସି ବ୍ୟକ୍ତିର ପ୍ରୋଫାଇଲ ସେ ଦେଇଛି କିନ୍ତୁ ଆପଣଙ୍କର ସୋ ହେଉନି ତେବେ ସେ ଆପଣଙ୍କୁ ବ୍ଲକ କରିଛି। ଏହି ସୁବିଧାକୁ ହ୍ଵାର୍ଟସପ ବନ୍ଦ କରିବ କାରଣ ହ୍ଵାର୍ଟସପ ଷ୍ଟାଟସ ହାଇଡ଼ର ଏକ ନୂଆ ଡେଭଲବ ଅପ୍ସନ ଲଞ୍ଚ କରିବାକୁ ଯାଉଛି।

ଦ୍ୱିତୀୟ-ମ୍ୟାସେଜ ପଠାଇ ଜାଣିପାରିବେ:

ଆପଣ ଯଦି କାହା ଉପରେ ସନ୍ଦେହ କରୁଛନ୍ତି ସେ ଆପଣଙ୍କୁ ବ୍ଲକ କରିଛି ଵୋଲି ତେବେ ସେ ନମ୍ବରକୁ ମ୍ୟାସେଜ କରନ୍ତୁ ଯଦି ଅନେକ ସମୟ ପରେ ମଧ୍ୟ ଡ଼ବଲ କ୍ଲିନ ହେଇ ସିନ ନହୁଏ ତେବେ ଜାଣିବେ ସେ ଆପଣଙ୍କୁ ବ୍ଲକ କରିଛନ୍ତି।

ତୃତୀୟ ଉପାୟ-ଶେଷ ସିନ ଦେଖି :

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କୁ କୌଣସି ବ୍ୟକ୍ତି ହ୍ଵାର୍ଟସପରେ ବ୍ଲକ କରିଛନ୍ତିକି ନାହିଁ ତେବେ ତାଙ୍କର ଶେଷ ସିନ ବା ଷ୍ଟାଟସ ଦେଖନ୍ତୁ ଯଦି ନ ସୋ ହୁଏ ଜାଣିବେ ସେହି ବ୍ୟକ୍ତି ଆପଣଙ୍କ ନମ୍ବରକୁ ବ୍ଲକ କରିଛନ୍ତି

ଚତ୍ରୁର୍ଥ ଉପାୟ-ହ୍ଵାର୍ଟସପ ଗ୍ରୁପ ତିଆରି କରିବା ଦ୍ୱାରା ଜାଣିପାରିବେ:

କୌଣସି ଏକ ଗ୍ରୁପ ତିଆରି କରିବା ପାଇଁ ଯାଇ ସେହି ନମ୍ବରକୁ ଆଡ଼ ପାଇଁ ଚେଷ୍ଟା କରନ୍ତୁ ଯଦି ସେ ଆପଣଙ୍କୁ ବ୍ଲକ କରିଥିବ ଆପଣ ତାଙ୍କୁ ଜେଇ ଗ୍ରୁପ କରିପାରିବେ ନାହିଁ।

ପଞ୍ଚମ ଉପାୟ-ହ୍ଵାର୍ଟସପରେ କଲ କରନ୍ତୁ:

ଆପଣ ହ୍ଵାର୍ଟସପରେ କଲ କରି ମଧ୍ୟ ବ୍ଲକ ଆପଣଙ୍କ ନମ୍ବର ସେ କରିଛନ୍ତି କି ନାହିଁ ଜାଣିପାରିବେ। ଯଦି କଲ ରିଙ୍ଗ ନ ହୁଏ ଆରାମରେ ଜାଣିନେବେ ଆପଣଙ୍କ ନମ୍ବର ସେ ବ୍ଲକ କରିଛନ୍ତି।

Leave a Reply

Your email address will not be published.