ATM କୁ ନେଇ ଆସିଲା ବଡ଼ ଅପଡେଟ! ଯଦି ଏଟିଏମରେ ପଇସା ନଥିବ ବ୍ୟାଙ୍କକୁ ଦେବାକୁ ପଡିବ ଫାଇନ

ଆଜିକାଲି ଲୋକମାନଙ୍କୁ ରାତିରେ ମଧ୍ୟ ପଇସା ଆବଶ୍ୟକ ପଡ଼ିଲେ ଆଉ ହଇରାଣ ହେବାକୁ ପଡୁନି କାରଣ ଏଟିଏମ ଦ୍ଵାରା ଲୋକ ଅତି ସହଜରେ କେଉଁ ସମୟରେ ମଧ୍ୟ ପଇସା ଉଠାଇପାରୁଛନ୍ତି କିନ୍ତୁ ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏକି ଲୋକଙ୍କ ଆବଶ୍ୟକ ସମୟରେ ଏଟିଏମରେ ଟଙ୍କା ନଥାଏ କିନ୍ତୁ ଏଭଳି ଅସୁବିଧା ଅନେକ ସମୟ ଦେଖାଯିବାରୁ ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ଏପରି ନିସ୍ପତି ନେଇଛି ଯାହା ଦ୍ୱାରା ଏବେ ସବୁ ସମୟରେ ଏଟିଏମରେ ପଇସା ଉପଲବ୍ଧ ରହିବ ନଚେତ ବ୍ୟାଙ୍କକୁ ଏହା ଦ୍ଵାରା ଫାଇନ ଦେବାକୁ ପଡିବ। ଆରବିଆଇ କହିଛି ଯଦି କୌଣସି ବ୍ୟାଙ୍କର ଏଟିଏମ ୧୦ ଘଣ୍ଟା ଭିତରେ ଟଙ୍କା ଏଟିଏମରେ ଉପଲବ୍ଧ ନକରାଏ ତେବେ ବ୍ୟାଙ୍କକୁ ୧୦ ହଜାର ଟଙ୍କା ଜୋରିମାନା ସ୍ୱରୂପ ଦେବାକୁ ପଡିବ।ଆରବୀଆଇ କହିଛି ଏହି ନୂଆ ନିୟମ ୧ ଅକ୍ଟୋବର ୨୦୨୧ରୁ ଲାଗୁହୋଇଯିବ।

Google

କେନ୍ଦ୍ରୀୟ ବ୍ୟାଙ୍କର କହିବା ଅଟେକି ଏପରି କରିବା ବ୍ୟାଙ୍କ ଠୁ ଜୋରିମାନା ଆଦାୟ ପାଇଁ ନୁହେଁ ଏହା ଏଥିପାଇଁ କରାଯାଇଛି ଯାହା ଦ୍ୱାରା ବ୍ୟାଙ୍କମାନେ ସବୁ ସମୟରେ ଏଟିଏମରେ ଟଙ୍କା ଉପଲବ୍ଧ କରିବେ ଯାହା ଦ୍ୱାରା ଲୋକ ଏହାର ଲାଭ ପାଇପାରିବେ। ଏହା ଦ୍ଵାରା ଏବେ ବ୍ୟାଙ୍କ ମାନେ ମଧ୍ୟ ସଜାଗ ହୋଇଯିବେ।

ଆଗରୁ ଅନେକ ଏଟିଏମରେ ଦେଖାଯାଇଛି ଅଧିକ ସମୟ ପର୍ଯ୍ୟନ୍ତ ସେଥିରେ ଟଙ୍କା ଉପଲବ୍ଧ ରହୁନି ଯାହା ଦ୍ୱାରା ଲୋକ ଏହାର ଅସୁବିଧାର ସାମ୍ନା କରୁଥିଲେ ଏବେ କିନ୍ତୁ ଏହି ନିୟମ ଆରବିଆଇ କରିବା ଦ୍ୱାରା ଏଟିଏମ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀ ଟଙ୍କା ସରିବା ପରେ ଜୋରିମାନା ଭୟରେ ଜଲ୍ଦି ଟଙ୍କା ଉପଲବ୍ଧ କରାଇବେ।

Google

ଆରବିଆଇ ଏହା ମଧ୍ୟ ସମସ୍ତ ବ୍ୟାଙ୍କଙ୍କୁ ସତର୍କ କରାଇଦେଇଛିକି ଏହାକୁ ଠିକସେ ପାଳନ କର ନଚେତ କଡା କାର୍ଯ୍ୟନୁଷ୍ଠାନ ନିଆଯିବ। ସେଥିପାଇଁ ସବୁ ଏଟିଏମରେ ଏବେ ଯଦି ଟଙ୍କା ସରିଯାଏ ତେବେ ବ୍ୟାଙ୍କକୁ ୧୦ ଘଣ୍ଟା ଭିତରେ ଟଙ୍କା ଉପଲବ୍ଧ କରାଇବାକୁ ପଡିବ ନଚେତ ଫାଇନ ୧୦ ହଜାର ଦେବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *