ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳ ଅଗଷ୍ଟ ମାସ ୧୮ ତାରିଖରୁ ଜିମ୍ବାୱେ ବିପକ୍ଷରେ ୩ ଟି ଏକଦିବସିୟ ମ୍ୟାଚ ଖେଳିବାକୁ ଯାଉଛି। ଏହି ସିରିଜରେ କେ ଏଲ ରାହୁଲ ଦଳର ଅଧିନାୟକ ଭାର ସମ୍ଭାଳି ଥିବା ବେଳେ ଶିଖର ଧାୱନ ଉପ ଅଧିନାୟକ ଅଛନ୍ତି। ଏହି ଦଳ କେତେକ ନୂଆ ଯୁବ ଖେଳାଳିଙ୍କୁ ନେଇ ଗଠିତ। ତେବେ ସେମାନଙ୍କ ମଧ୍ୟରେ ଅନେକ ଖେଳାଳି ନିଜ କ୍ୟାରିଅର ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି।

ଜିମ୍ବାୱେ ବିପକ୍ଷରେ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀ ନିଜର ପ୍ରଥମ ମ୍ୟାଚ ଖେଳିବା ସହିତ ଦିନିକିଆରେ ଡେବ୍ୟୁ କରି ପାରନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କୁ ଦେଖିଲେ ଲାଗୁଛି ସେ ଏହି ମ୍ୟାଚରେ ଡେବ୍ୟୁ କରି ପାରନ୍ତି। ସେ ଆଇପିଏଲରେ ଲଗାତାର ଭଲ ପ୍ରଦର୍ଶନ କରିବା ସହିତ ବହୁତ ଦିନ ହେବ ଅନ୍ତର୍ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି।
ଗତ ଇଂଲଣ୍ଡ ଏବଂ ଆୟର୍ଲ୍ୟାଣ୍ଡ ସିରିଜରେ ସେ ଦଳରେ ସ୍ଥାନ ପାଇ ଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ। ଅନ୍ୟ ଖେଳାଳିଙ୍କ ପାଇଁ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା। କିନ୍ତୁ ଏବେ ସେ ଯଦି ମଧ୍ୟ ଭାଗରେ ଖେଳିବେ, ତେବେ ଦଳ ଅଧିକ ଦୃଢ଼ ହୋଇଯିବ। ସେ ଦୀପକ ହୁଡ୍ଡା ଏବଂ ଇଶାନ କିଷାନଙ୍କ ସହିତ ମିଶି ଉତ୍ତମ ପ୍ରଦର୍ଶନ କରିବା ବୋଲି ଆଶା କରାଯାଉଛି।

ଆଇପିଏଲରେ ସେ ଉଭୟ ଓପନର ଏବଂ ମିଡ଼ିଲ ଅର୍ଡର ଭାବରେ ଖେଳି ନିଜ କମାଲ ଦେଖାଇଛନ୍ତି। ସେ ଆଇପିଏଲ ୨୦୨୨ ସିଜିନରେ ମଧ୍ୟ ଅତି ଚମତ୍କାର ଖେଳିଥିଲେ। ସେ ସମୁଦାୟ ୧୪ ଟି ମ୍ୟାଚ ଖେଳି ୪୧୪ ରନ କରିଥିଲେ। ସେଥିପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମୁଦାୟ ଆଇପିଏଲରେ ୭୬ ଟି ମ୍ୟାଚ ଖେଳି ୧୭୯୮ ରନ କରିଛନ୍ତି। ସେ ପ୍ରଥମେ ଟି-ଟ୍ୱେଣ୍ଟିରେ ଦଳରେ ବ୍ୟାଟିଂ ନ ପାଇ ଦିନିକିଆ ଦଳରେ ଡେବ୍ୟୁ କରିପାରନ୍ତି। ତେବେ ଭାରତୀୟ ଦଳ କିଛି ସିରିଜ ହେବ ଜବରଦସ୍ତ ଫର୍ମରେ ଅଛି, ଅନୁମାନ କି ଦଳ ଜିମ୍ବାୱେ ବିରୁଦ୍ଧରେ ଦଳ ଭଲ ଖେଳର ପ୍ରଦର୍ଶନ କରିବ।
ସମ୍ଭାବ୍ୟ ଏକାଦଶ :- କେ ଏଲ ରାହୁଲ (ଅଧିନାୟକ), ଶିଖର ଧାୱାନ(ଉପ ଅଧିନାୟକ), ଋତୁରାଜ ଗାଏକୱାଡ଼, ଦୀପକ ହୁଡ୍ଡା, ଇଶାନ କିଶାନ, ସଂଜୁ ସାମସନ, ୱାସିଙ୍ଗଟନ ସୁନ୍ଦର, ସାର୍ଦୁଲ ଠାକୁର, କୁଲଦୀପ ୟାଦବ, ଅକ୍ସର ପଟେଲ,ଅଭେସ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର, ଶୁଭମନ ଗିଲ
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।