ଏସିଆ କପରେ ଖେଳିବାର ଚାନ୍ସ ପାଇବେନି ଶ୍ରେୟସ ଅୟର? ଜୋର ଧରିଲା ଖବର

ଭାରତୀୟ ଦଳର ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ତଥା ଆଇପିଏଲ ରେ କୋଲକତା ପକ୍ଷରୁ ଅଧିନାୟକ ଭାର ସମ୍ଭାଳୁ ଥିବା ଶ୍ରେୟସ ଅୟର ଏସିଆ କପ ଖେଳିବା ହୋଇପାରେ କଷ୍ଟକର। ୨୦୨୨ ଆରମ୍ଭ ହେବା ବେଳକୁ ଶ୍ରେୟସ ଆୟର ଭଲ ଫର୍ମରେ ଥିଲେ। ଆଉ ଏମିତି ଆକଳନ କରାଯାଉଥିଲା କି ଆଗକୁ ଆସୁଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଟିମ ପାଇଁ ସବୁଠାରୁ ବଡ ଖେଳାଳି ସାବ୍ୟସ୍ତ ହୋଇ ପାରନ୍ତି।

Google

କିଛି ଦିନ ହେବ ତାଙ୍କର ଖରାପ ଫର୍ମ ଫଳରେ ତାଙ୍କର ସ୍ଥାନ ଭାରତୀୟ ଦଳରୁ ହଟିବାରେ ଲାଗିଛି। ଏମିତି ଶୁଣାଯାଉଛି ଆଗାମୀ ଟି-୨୦ ବିଶ୍ୱକପ କଣ ଆଗକୁ ଥିବା ଏସିଆ କପ୍ ରେ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିବା ମଧ୍ୟ କଷ୍ଟକର। କଣ ତାଙ୍କର ଖରାପ ଫର୍ମ ହିଁ ଏକମାତ୍ର କାରଣ କି ସେ ଏସିଆ କପରେ ଖେଳିବାର ବଞ୍ଚିତ ହେଉଛନ୍ତି କିମ୍ବା ଚୟନକର୍ତ୍ତା ଅନ୍ୟ କାହାକୁ ତାଙ୍କ ସ୍ଥାନରେ ଖେଳାଇବାକୁ ଭାବି ସାରିଛନ୍ତି।

Google

ଭାରତୀୟ ଦଳର ମଧ୍ୟ କ୍ରମର ଖେଳାଳି ଶ୍ରେୟସ ଆୟର ଦିନିକିଆରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଟି-୨୦ ରେ ତାଙ୍କ ପ୍ରଦର୍ଶନ ଏତେ ଭଲ ନୁହଁ। ଆଗାମୀ ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯିବାର ଅଛି। ଏମିତି କୁହା ଯାଇପାରେ କି ଭାରତୀୟ ଦଳରେ ଏମିତି ବହୁତ ଯୁବ ଖେଳାଳି ଅଛନ୍ତି ଯେଉଁମାନେ ନିଜର ପ୍ରଦର୍ଶନ ଫଳରେ ଶ୍ରେୟସଙ୍କ ଖେଳିବା କଷ୍ଟକର ହୋଇପାରେ। ଏହି ଦୌଡରେ ଦୀପକ ହୁଡ୍ଡା ସବୁଠାରୁ ଆଗରେ ଚାଲୁଛନ୍ତି। ତେଣୁ ଶ୍ରେୟସ ଅୟର ପାଇଁ ଏବେ କେବଳ ଏସିଆ କପ ନୁହଁ ଆଗାମୀ ଟି-୨୦ ବିଶ୍ୱକପରେ ମଧ୍ୟ ନିଜର ସ୍ଥାନ ପକ୍କା କରିବା କଠିନ ହୋଇପାରେ।

Google

ଟି-୨୦ ଖେଳି ଶ୍ରେୟସ ନିଜର ଶେଷ ଅର୍ଦ୍ଧ ଶତକ ଶ୍ରୀଲଂକା ବିପକ୍ଷରେ ଲଗାଇଥିଲେ। ଧର୍ମଶାଳାରେ ଖେଳା ଯାଇଥିବା ଏହି ଟି-୨୦ ମ୍ୟାଚରେ ଶ୍ରେୟସ ଭଲ ପ୍ରଦର୍ଶନ କରିଥିଲେ।ସେ ଶ୍ରୀଲଙ୍କା ବିପକ୍ଷରେ ଲଗାତାର ୩ଟି ଅର୍ଦ୍ଧ ଶତକ ଲଗାଇଥିଲେ। ଏହା ପରେ ହୋଇଥିବା ଆଇପିଏଲ ଏବଂ ଅନ୍ତରାଷ୍ଟ୍ରୀୟ ଖେଳରେ ଭଲ ପ୍ରଦର୍ଶନ କରି ପାରିନଥିଲେ।

ରିପୋର୍ଟ୍ ରୁ ଜଣା ଯାଉଛି କି ଏସିଆ କପ ପାଇଁ ରୋହିତ ଶର୍ମା ଆଉ ରାହୁଲ ପାରି ଆରମ୍ଭ କରି ପାରନ୍ତି। ତା ପରେ କୋହଲି ଏବଂ ତାପରେ ସୂର୍ଯ୍ୟ କୁମାର ଯାଦବ ଖେଳିବେ ଆଉ ୬ ନମ୍ବର ସ୍ଥାନରେ ହାର୍ଦିକ ଖେଳିବା ପ୍ରାୟ ନିଶ୍ଚିତ। ତେଣୁ ଶ୍ରେୟସଙ୍କୁ ଏସିଆ କପରେ ବାହାରେ ବସିବାକୁ ପଡିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *