ପୁଣିଥରେ ଭାରତର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିବାକୁ ଯାଉଛନ୍ତି।ଆଉ ତାଙ୍କ ତଳେ ଭିରୁ,ହରଭଜନ ପାରି ଖେଳାଳି ଖେଳୁ ଥିବାର ଦେଖିବାକୁ ମିଳିବ। ଏଥିରେ ଆମେ କହୁଛୁ ଲିଜେଣ୍ଡ ଲିଗର ସିଜନ ୨ ଉପରେ। ୧୫ ତାରିଖ ଦିନ ବହୁତ ବଡ଼ ମ୍ୟାଚ ଅଛି। ଏହି ଖେଳ ୧୫ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ୧୫ ତାରିଖ ଦିନ ଭାରତ ମହାରାଜାର ମ୍ୟାଚ ଅଛି ଆଉ ଅନ୍ୟ ଦେଶ ମାନଙ୍କୁ ନେଇ ଗଠିତ ହୋଇଥିବା ଟିମ ସହିତ। ଏଥିରେ ଭାରତୀୟ ଦଳର ଅଧିନାୟକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୁଛନ୍ତି।

ଆଉ ଅନ୍ୟ ଦେଶ ମାନଙ୍କୁ ନେଇ ଗଠିତ ହୋଇଥିବା ଦଳର ଅଧିନାୟକ କରିବେ ୨୦୧୯ ରେ ଇଂଲଣ୍ଡକୁ ବିଶ୍ୱ ବିଜେତା କରାଇଥିବା ଅଧିନାୟକ ଇୟୋନ ମୋରଗାନ। ଏହି ମ୍ୟାଚ ଟି ୧୫ ସେପ୍ଟେମ୍ବରକୁ ଇଡେନ ଗାର୍ଡେନରେ ଖଳାଯିବାର ଅଛି।ଏଥିରେ ୧୦ ଟି ବିଦେଶ ଦେଶର ଖେଳାଳି ଭାଗ ନେବେ।
ଏହି ମ୍ୟାଚ ପାଇଁ ଭାରତର ପୂର୍ବ ଖେଳାଳି ଆଉ ଭାରତୀୟ ଦଳର ପୂର୍ବ କୋଚ ରବି ଶାସ୍ତ୍ରୀ କହିଛି କି ଏହା ଆମ ପାଇଁ ଏକ ଗୌରବର ବିଷୟ କି ଆମେ ଆମ ସ୍ୱାଧୀନତାର ୭୫ ତମ ଦିବସ ପାଳନ କରୁଛୁ। ଏହା ଜଣାଇ ମୋତେ ଖୁସି ଲାଗୁଛି କି ଏହି ଟୁର୍ଣ୍ଣାମେଣ୍ଟକୁ ଆମେ ଆମ ଦେଶର ୭୫ ତମ ସ୍ୱାଧୀନତା ଦିବସକୁ ସମର୍ପିତ କରୁଛୁ।

ଏହି ଟୁର୍ଣ୍ଣାମେଣ୍ଟ ୧୬ ତାରିଖ ଠାରୁ ଆରମ୍ଭ ହୋଇଯିବ। ଆଉ ଏଥିରେ ୪ ଟି ଦଳ ଭାଗ ନେବେ। ୮ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସବୁ ମିସେଇକି ୧୫ ଟି ମ୍ୟାଚ ଖେଳାଯିବ। ଆଉ ସମସ୍ତ ଦଳ ୬ ଟି ସହରରେ ମ୍ୟାଚ ଖେଳିବେ। ମହାରାଜା ଟିମ ରେ ବହୁତ ବଡ଼ ଖେଳାଳି ଅଛନ୍ତି ଏଥିରେ ବିରେନ୍ଦ୍ର ସେହେବଗ ପରି ଖେଳାଳି ଅଛନ୍ତି। ୱାର୍ଲଡ଼ ଜିଆଣ୍ଟ ଟିମ ରେ ଯାକ କାଲିସ,ଜଣ୍ଟି ରୋଡ଼ସ ପରି ଖେଳାଳି ଅଛନ୍ତି।
ଭାରତ ମହାରାଜା ଟିମରେ ଏହି ଖେଳାଳି ମାନେ ଅଛନ୍ତି ଯେପରିକି ସୌରଭ ଗାଙ୍ଗୁଲି ଅଧିନାୟକ ପଦ ସମ୍ଭାଳିବେ,ବିରେନ୍ଦ୍ର ସେହେବାଗ,ମହମ୍ମଦ କେଫ,ୟୁସୁଫ ପଠାନ,ବଦ୍ରିନାଥ,ଇରଫାନ ପଠାନ,ପାର୍ଥିବ ପଟେଲ,ବିନ୍ନି,ହରବଜନ ସିଂ,ନମନ ଓଝା,ଅଶୋକ ଦିଣ୍ଡା,ପ୍ରଜ୍ଞାନ ଓଝା,ଅଜୟ ଜାଡେଜା,ଆର.ପି ସିଂ,ଯୋଗୀନ୍ଦର ଶର୍ମା ଇତ୍ୟାଦି ଖେଳାଳି ଅଛନ୍ତି।
#LegendsLeagueCricket #SouravGanguly #EoinMorgan Sourav Ganguly-Led India Maharajas to Play 'Special Match' Against World Giants | CHECK SQUADS @llct20
READ: https://t.co/ed7Pv97RZZ pic.twitter.com/49a1YSKxbQ— India.com (@indiacom) August 12, 2022
ୱାର୍ଲଡ଼ ଜାଏଣ୍ଟସ ଦଳରେ ଇୟୋନ ମୋରଗାନ (ଅଧିନାୟକ),ହର୍ଷଲ ଗିବ୍ସ,ସନଥ ଜୟସୁରିୟା,ଲେଡଲ ସିମନ୍ସ, ମେଟ ପ୍ରାୟର,ନାଥନ ମାକ୍ୟୁଲମ,ଜୋନ୍ତି ରୋଡ୍ସ,ଡେଲ ଷ୍ଟେନ,ଅଶଗର ଆଫଗାନ,ବ୍ରେଟ ଲି,କେବିନ ଓ ବ୍ରାୟନ,ଦିନେଶ୍ ରାମଦିନ।ଯେଉଁ ଲୋକମାନେ ନବେ ଦଶକରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ନିଶ୍ଚୟ ଏହି ଖେଳାଳି ମାନଙ୍କୁ ପ୍ରାୟ ଜାଣିଥାଇପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।