ସୂର୍ଯ୍ୟ କୁମାର ଯାଦବ ଟି-୨୦ ବିଶ୍ୱକପରେ କରିବେ ଓପନିଙ୍ଗ? ରାହୁଲଙ୍କ ବିକଳ୍ପ ରୂପରେ ୬ ଖେଳାଳି ପ୍ରସ୍ତୁତ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: କେ ଏଲ ରାହୁଲ ଆଘାତ ଓ ଖରାପ ଫିଟନେସ କାରଣ ଟିମ ଇଣ୍ଡିଆ ପାଇଁ ୨୦୨୨ରେ ଗୋଟେ ମଧ୍ୟ ଟି-୨୦ ମ୍ୟାଚ ଖେଳିପାରିନାହଁନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରୁ ମଧ୍ୟ ସେ ବାହାର ହୋଇଯାଇଛନ୍ତି। ସିରିଜର ପ୍ରଥମ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଓପନିଙ୍ଗ କରିବା ପାଇଁ ଓହ୍ଲାଇଥିଲେ।

Google

ପ୍ରଥମ ଟି-୨୦ ମ୍ୟାଚରେ ସୂର୍ଯ୍ୟ କୁମାର ୧୬ ବଲରେ ୨୪ ରନ କରିଥିଲେ ଯେଉଁଥିରେ ୩ ଟି ଚୌକା ଓ ଗୋଟେ ଛକା ସାମିଲ ଅଛି। ଏହି ମ୍ୟାଚ ଟିମ ଇଣ୍ଡିଆ ୬୮ ରନରେ ଜିତିଥିଲା। ରୋହିତଙ୍କ ଅର୍ଦ୍ଧଶତକ ଓ ଦିନେସ କାର୍ତ୍ତିକଙ୍କ ଜବରଦସ୍ତ ୪୧ ରନର ପାରି ଦ୍ଵାରା ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ୧୯୦ ରନ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୧୨୨ ରନ ହିଁ କରିପାରିଲା।

ଟି-୨୦ ବିଶ୍ୱକପ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବ। ତେଣୁ ଟିମ ମ୍ୟାନେଜମେଣ୍ଟ କେଏଲ ରାହୁଲଙ୍କ ବିକଳ୍ପ ଓପନିଙ୍ଗ ବ୍ୟାଟ୍ସମ୍ୟାନଙ୍କ ଖୋଜ କରୁଛି। ଏବେ ପର୍ଯ୍ୟନ୍ତ ୭ ଜଣ ଖେଳାଳିଙ୍କ ଓପନିଙ୍ଗରେ ମୌକା ମିଳିସାରିଲାଣି। ଏଥିରେ ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି ଓ ତାଙ୍କର ଟପ ଅର୍ଡରରେ ଖେଳିବା ପ୍ରାୟ ନିଶ୍ଚିତ।

Google

କେ ଏଲ ରାହୁଲଙ୍କ ବିକଳ୍ପ ରୂପରେ ୨୦୨୨ରେ ଏବେ ପର୍ଯ୍ୟନ୍ତ ସୂର୍ଯ୍ୟ କୁମାର ଯାଦବ,ଇସାନ କିସନ,ଋତୁରାଜ ଗାୟକୱାଡ଼,ସଞ୍ଜୁ ସାମସନ, ଦୀପକ ହୁଡ୍ଡା ଓ ରିଷଭ ପନ୍ତଙ୍କୁ ମୌକା ଦିଆଯାଇଛି। ମାନେ ଏହି ୬ ଖେଳାଳି ରାହୁଲଙ୍କ ବିକଳ୍ପ ହୋଇପାରନ୍ତି।

ଇସାନ କିସାନ ଏହି ସମୟରେ ୧୩ ଟି-୨୦ରେ ୩ ଟି ଅର୍ଦ୍ଧଶତକ ଲଗାଇଛନ୍ତି,ଋତୁରାଜ ଗାୟକୱାଡ଼ ୬ ଟି ମ୍ୟାଚରେ ୧ ଓ ସଞ୍ଜୁ ସାମସନ ୨ ଟି ମ୍ୟାଚରୁ ଗୋଟେ ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ଦୀପକ ହୁଡ୍ଡା ଗୋଟେ ମ୍ୟାଚରେ ୪୭ ନଟ ଆଉଟ,ପନ୍ତ ଦୁଇଟି ମ୍ୟାଚରେ ୨୭ ଓ ସୂର୍ଯ୍ୟକୁମାର ଗୋଟେ ମ୍ୟାଚରେ ୨୪ ମାନେ ଇସାନ ଓ ହୁଡ୍ଡାଙ୍କ ଛଡା ଅନ୍ୟ କେହି ପ୍ରଭାବିତ କରିପାରିନାହଁନ୍ତି।

Google

ଅଧିନାୟକ ରୋହିତ ବର୍ଷ ୨୦୨୨ରେ ଟି-୨୦ରେ ଖାସ ପ୍ରଦର୍ଶନ କରିପାରିନାହାନ୍ତି। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେପ୍ରଥମ ଟି-୨୦ରେ ବର୍ଷର ପ୍ରଥମ ଟି-୨୦ ଇଣ୍ଟରନେସନାଲ ଅର୍ଦ୍ଧଶତକ ଲଗାଇଛନ୍ତି। ୨୦୨୨ରେ ସେ ୯ ଟି ଟି-୨୦ ମ୍ୟାଚରେ ୨୭ ଔସତରେ ୧୪୧ ଷ୍ଟାଇକ ରେଟରେ ୨୩୯ ରନ କରିଛନ୍ତି।

ରାହୁଲଙ୍କର ମୋଟ ଟି-୨୦ ରେକର୍ଡ ବହୁତ ଭଲଅଟେ। ସେ ଆଇପିଏଲ ୨୦୨୨ରେ ୨ ଟି ଶତକ ସହ ୬୦୦ ରୁ ଅଧିକ ରନ କରିଥିଲେ। ସେ ଟି-୨୦ ବିଶ୍ୱକପ ପୂର୍ବରୁ ଏସିଆ କପ ଓ ଦ୍ୱିପକ୍ଷ ସିରିଜରେ ନିଜକୁ ସାବ୍ୟସ୍ତ କରିବାକୁ ଚାହିଁବେ।ଟିମ ମ୍ୟାନେଜମେଣ୍ଟ ମଧ୍ୟ ଏହା ଆଶା କରିଥିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *