ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ପ୍ରାୟ ଲଗାତର ଇଣ୍ଟରନେସନାଲ ସିରିଜ ଖେଳୁଛି। ଏହା ମଧ୍ୟରେ ବିସିସିଆଇ ଶନିବାରକୁ ଜିମ୍ବାୱେ ସହ ସିରିଜ ପାଇଁ ଦଳ ଘୋଷଣା କରିଦେଇଛି। ଏହି ସିରିଜ ପାଇଁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଅନେକ ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି। ଶିଖର ଧାୱନଙ୍କୁ ଏହି ସିରିଜରେ ଅଧିନାୟକ କରାଯାଇଛି। କେ ଏଲ ରାହୁଲ ମଧ୍ୟ ଏହି ସିରିଜରେ ଉପଲବ୍ଧ ନାହାଁନ୍ତି। ଅନେକ ସମୟରୁ ଆଘାତ ଦ୍ଵାରା ଟିମରୁ ବାହାରେ ଥିବା ଦୀପକ ଚାହାର ଏହି ସିରିଜ ଦ୍ଵାରା ଟିମକୁ ଫେରିପାରନ୍ତି।

କ୍ରିକବଜର ଖବର ଅନୁସାରେ ୨୭ ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୮ ଅଗଷ୍ଟ ଭିତରେ ଟିମର ନାମ ପଠାଇବା ପାଇଁ ପଡିବ। ଏସିଆ କପ ପାଇଁ ଚୟନ ହେବାକୁ ଥିବା ୧୫ ଜଣିଆ ଟିମ ଟି-୨୦ ବିଶ୍ୱକପରେ ଖେଳିବାର ସମ୍ଭାବନା ଅଧିକ। ମାନେ ଆଗାମୀ ଗୋଟେ ସପ୍ତାହରେ ଟି-୨୦ ବିଶ୍ୱକପ ପାଇଁ ଟିମ ପ୍ରାୟ ଫାଇନାଲ ହୋଇଯିବ। ଏହି ଟିମ ଏସିଆକପରେ ୫ ଟି ଓ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ ସହ ସିରିଜରେ ୬ ଟି ଟି-୨୦ ମ୍ୟାଚ ଖେଳିବେ। ମାନେ ଟି-୨୦ ବିଶ୍ୱକପ ପୂର୍ବରୁ କମସେ କମ ୧୦ ମ୍ୟାଚ ଖେଳିବାର ଅଛି।
କେଏଲ ରାହୁଲ ଦଳକୁ ଫେରିବା ପ୍ରାୟ ସୁନିଶ୍ଚିନ୍ତ:

ଟି-୨୦ ଏସିଆ କପ ପାଇଁ ଦଳକୁ ବିରାଟ କୋହଲି,ଯଶପ୍ରୀତ ବୁମରା ଓ କେ ଏଲ ରାହୁଲ ଫେରିବା ପ୍ରାୟ ସୁନିଶ୍ଚିତ। ଏହି ତିନି ଖେଳାଳି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ ବାହାରେ ଅଛନ୍ତି। ରୋହିତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚରେ ଅର୍ଦ୍ଧଶତକ ଲଗାଇ ଥିଲେ।ଏହା ରୋହିତଙ୍କର ୨୦୨୨ରେ ଟି-୨୦ ଇଣ୍ଟରନେସନାଲରେ ପ୍ରଥମ ଅର୍ଦ୍ଧଶତକ ଅଟେ। ସେ ଆଗାମୀ ୪ ଟି ମ୍ୟାଚରେ ଲୟ ହାସଲ କରିବା ପାଇଁ ଚାହିଁବେ।
ଦିନେସ କାର୍ତ୍ତିକ ଜବରଦସ୍ତ ପାରି ଦ୍ଵାରା ଟି-୨୦ ବିଶ୍ୱକପ ପାଇଁ ନିଜ ଜାଗା ସୁଦୃଢ଼ କରିଛନ୍ତି।ଟିମରେ ରିଷଭ ପନ୍ତଙ୍କୁ ଫିଟ କରିବା ପାଇଁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଓପନିଙ୍ଗରେ ମଧ୍ୟ ମୌକା ଦେଇଛନ୍ତି। ବିରାଟ କୋହଲି ଓ କେ ଏଲ ରାହୁଲ ଟିମକୁ ଫେରିବା ପରେ ଶ୍ରେୟସ ଅୟର, ଦୀପକ ହୁଡା , ଓ ସଞ୍ଜୁ ସାମସନ କିପରି ଜାଗା ପାଇବେ ଏହା ଟିମ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।