ଟିମ ଇଣ୍ଡିଆକୁ ମିଳିଲା ଜବରଦସ୍ତ ବାମହାତୀ ପେସର! ଏସିଆ କପରେ ହେବେ ମ୍ୟାଚ ୱିନର, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ପୂର୍ଵ କିଛି ସମୟରୁ ଏକ ବାମହାତୀ ପେସରଙ୍କ ତଲାସ କରୁଥିଲା। ଏହା ପୂର୍ବରୁ କିଛି ବାମହାତୀ ପେସରଙ୍କୁ ପରୀକ୍ଷା କରାଯାଇଥିଲା କିନ୍ତୁ ସେମାନେ ଖରାପ ଫର୍ମ ଓ ଖରାପ ଫିଟନେସ ପାଇଁ ଜାଗା ପୂରଣ କରିପାରିଲେ ନାହିଁ। ଭାରତ ପାଖରେ ଯଶପ୍ରୀତ ବୁମରା,ସାମୀ, ମହମ୍ମଦ ସିରାଜଙ୍କ ଭଳି ଡାହାଣୀହାତୀ ପେସର ଅଛନ୍ତି। କିନ୍ତୁ ବାମହାତୀ ପେସର ରହିବା ଦ୍ଵାରା ଏକ ଦମଦାର ଭଳି କାମ କରିଥାଏ।

Google

ଭାରତର ପୂର୍ଵ କ୍ରିକେରର ଚୟନକର୍ତ୍ତାଙ୍କ ଅଧ୍ୟକ୍ଷ କିରଣ ମରେ ବାମହାତୀ ପେସର ରୂପରେ ଅର୍ସଦୀପ ସିଂଙ୍କୁ ମାନିଛନ୍ତି। ସେ କହିଛନ୍ତି କି ମୁଁ ଅର୍ସଦୀପ ଏସିଆ କପରେ ଚୟନ ହୋଇଥିବା ଦେଖି ଖୁସି ଅଛି। ଆମ ଏକ ବାମହାତୀ ପେସରଙ୍କ ତଲାସରେ ଥିଲୁ ଯାହା ଆମକୁ ଅର୍ସଦୀପଙ୍କ ରୂପରେ ମିଳିଲା।

ପ୍ଲେୟାର ଅଫ ଦି ସିରିଜ ରହିଥିଲେ ଅର୍ସଦୀପ ସିଂ:

ଅର୍ସଦୀପ ସିଂ ଆଇପିଏଲରେ ନିଜର ସୁନ୍ଦର ବୋଲିଙ୍ଗ ପାଇଁ ଜଣାଯାଇଥାନ୍ତି। ଏବେ ଏସିଆ କପ ୨୦୨୨ରେ ଭାରତୀୟ ଟିମରେ ତାଙ୍କର ଚୟନ ହୋଇଛି। ସେ ପୂର୍ଵ ମାସରେ ହିଁ ଟି-୨୦ରେ ଡେବ୍ୟୁ କରିଥିଲେ। ଏବେ ପର୍ଯ୍ୟନ୍ତ ସେ ୬ ଟି-୨୦ ମ୍ୟାଚରେ ୨୦ ୱିକେଟ ଅକ୍ତିଆର କରିସାରିଛନ୍ତି। ଯେଉଁଥିରୁ ୫ ଟି ୱିକେଟ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳାଯାଇଥିବା ୫ଟି ଟି-୨୦ ମ୍ୟାଚରେ ଆସିଥିଲା। ଏହି ସିରିଜରେ ତାଙ୍କୁ ପ୍ଲେୟାର ଅଫ ଦି ସିରିଜ ଚୟନ କରାଯାଇଥିଲା।

Google

ଏସିଆକପ ବିରାଟ କୋହଲିଙ୍କ ପାଇଁ ଖାସ କରିହେବ:

କିରଣ ମାରେ କହିଛନ୍ତି କି ଏସିଆ କପ ବିରାଟ କୋହଲିଙ୍କ ପାଇଁ ଖାସ ହେବ। ଏଥିରେ ତାଙ୍କ ପାଖରେ ଭଲ ପାରି ଖେଳିବାର ମୌକା ଅଛି। ଭଲ ପ୍ରଦର୍ଶନ ପାଇଁ ତାଙ୍କ ପାଖରେ ସମୟ ଅଛି। ଅନ୍ୟ ଖେଳାଳି ମଧ୍ୟ ଭଲ ଖେଳ ଦେଖାଉଛନ୍ତି ଓ ସେ ରବି ବିସ୍ନୋଇଙ୍କ ଚୟନକୁ ନେଇ ଖୁସି ଅଛନ୍ତି।

ଏସିଆକପ ପାଇଁ ଭାରତୀୟ ଟିମ:

ରୋହିତ ଶର୍ମା(ଅଧିନାୟକ),କେ ଏଲ ରାହୁଲ(ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା,ରିଷଭ ପନ୍ତ,ଦିନେସ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚାହଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ, ଆଭେଶ ଖାନ।

୨୭ ଅଗଷ୍ଟରୁ ହେବାର ଅଛି ଆରମ୍ଭ:

ଏସିଆକପ ୨୦୨୨ ର ଆରମ୍ଭ ୨୭ ଅଗଷ୍ଟରୁ ହେବାର ଅଛି।ଏଥିରେ ମୋଟ ୬ ଟିମ ଅଂଶଗ୍ରହଣ କରିବାର ଅଛି। ଗ୍ରୁପ ଏରେ ଭାରତ ଓ ପାକିସ୍ତାନ ସହ କ୍ବାଲିଫାୟର ଟିମ ରହିବ। ଗ୍ରୁପ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବଙ୍ଗଳାଦେଶ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.