ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ଅଧିନାୟକ ଓ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବିଶ୍ୱ କ୍ରିକେଟରେ ଏକ ଏପରି ରେକର୍ଡ କରିବାର ଅଛନ୍ତି ଯାହା ପାଇଁ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ହାର ମାନିଯାଇଛନ୍ତି। ରୋହିତ ପାକିସ୍ତାନର ସାହିଦ ଆଫରିଦିଙ୍କ ବଡ଼ ରେକର୍ଡ ଭାଙ୍ଗିବାର ପାଖାପାଖି ଅଛନ୍ତି।

ରୋହିତ ଶର୍ମା ଇତିହାସ ରଚିବାର ନିକଟରେ:
ରୋହିତ ଶର୍ମା ଯଦି ଆଜି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ୪ ଟି ଛକା ଲଗାଇବେ ତେବେ ସେ ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇବା ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ପହଁଚିଯିବେ। ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ଛକା ବର୍ତ୍ତମାନ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ନାମରେ ଅଛି। ସେ ଇଣ୍ଟରନେସନାଲ କ୍ରିକେଟରେ ୫୫୩ ଛକା ଲଗାଇଛନ୍ତି।

ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ପାକିସ୍ତାନର ପୂର୍ଵ ଅଧିନାୟକ ସାହିଦ ଆଫରିଦ ଅଛନ୍ତି। ତାଙ୍କ ନାମରେ ଇଣ୍ଟରନେସନାଲ କ୍ରିକେଟରେ ୪୭୬ ଛକା ଅଛି। ଏହି ଲିଷ୍ଟରେ ରୋହିତଙ୍କ ନାମରେ ୪୭୩ ଛକା ଅଛି। ତାଙ୍କୁ ଆଫରିଦିଙ୍କ ରେକର୍ଡ ଭାଙ୍ଗିବା ଭାଙ୍ଗିବା ପାଇଁ ୪ ଟି ଛକାର ଆବଶ୍ୟକତା ଅଛି। ରୋହିତ ଏବେ ପର୍ଯ୍ୟନ୍ତ ଟେଷ୍ଟରେ ୬୪,ଏକଦିବସିୟରେ ୨୪୫ ଓ ଟି-୨୦ ଇଣ୍ଟରନେସନାଲରେ ୧୫୫ ଛକା ଲଗାଇଛନ୍ତି।
ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ଛକା:

୧-କ୍ରିସ ଗେଲ-୫୫୩
୨-ସାହିଦ ଅଫରିଦି-୪୭୬
୩-ରୋହିତ ଶର୍ମା-୪୭୩
୪-ବ୍ରେଣ୍ଡନ ମାକ୍ୟୁଲମ-୩୯୮
୫-ମାର୍ଟିନ ଗପଟିଲ-୩୭୧
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।