ଭାରତୀୟ ଟିମର ପୁଣି ଥରେ ଅଧିନାୟକ ବଦଳି ଯାଇଛି।ଆପଣ ଭାବୁଥିବେ ଏସିଆ କପରେ ଏମିତି ହେଉଥିବ ବୋଧେ।ମାତ୍ର ଏସିଆ କପରେ ଏମିତି କିଛି ହେଉନାହିଁ।ଏସିଆ କପରେ ରୋହିତ ଶର୍ମା ହିଁ ଅଧିନାୟକ ରହିବେ। କିନ୍ତୁ ତା ପୂର୍ବରୁ ଯେଉଁ ଜିମ୍ବାୱେ ଗସ୍ତ ହେବ ତାର ଅଧିନାୟକ ବଦଳି ଯାଇଛନ୍ତି।

ସୂଚନା ମିଳୁଛି କି ରାହୁଲ ଏବେ ପୁରା ଠିକ ହୋଇ ଗଲେଣି ଆଉ ତାଙ୍କୁ ଭାରତୀୟ ଟିମ ର ଅଧିନାୟକ ବନେଇ ଦିଆ ଯାଇଛି ଆଉ ଶିଖର ଧାୱନ ସେହି ସିରିଜ ରେ ଉପ ଅଧିନାୟକ ରହିବେ। ମାତ୍ର ପୂର୍ବରୁ ଏହି ସିରିଜ ପାଇଁ ରାହୁଲଙ୍କ ନାମ ଟିମ ରେ ବି ନ ଥିଲା। ଏବେ ସିଧା ତାଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଛି।
ପୂର୍ବରୁ ଶୁଣା ଯାଉଥିଲା କି ରାହୁଲ ସିଧା ଯାଇ ଏସିଆ କପରେ ଖେଳିବେ ମାତ୍ର ତାଙ୍କୁ ଏହି ସିରିଜ ପାଇଁ ଅଧିନାୟକ କରିବା ପରେ ସୋସିଆଲ ମିଡିଆରେ ଏହି କଥା କୁ କେହି ବିଶ୍ୱାସ କରି ପାରୁନାହାନ୍ତି। କିନ୍ତୁ ଏବେ ଲୋକମାନେ ଶିଖରଙ୍କୁ ସହଯୋଗ କରୁଛନ୍ତି। ଆଉ ଭାରତୀୟ ଚୟନକର୍ତାଙ୍କୁ କଡା ସମାଲୋଚନା କରିଛନ୍ତି ଆଉ କହିଛନ୍ତି ସିନିଅର ଖେଳାଳି ମାନଙ୍କୁ ଆଉ ସେମାନଙ୍କ ସମ୍ମାନ ମିଳୁନାହିଁ। ତାଙ୍କୁ କାହିଁକି ଭାରତୀୟ ଦଳର ଅଧିନାୟକ ପଦରୁ ହଟାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଯେତେବେଳେ ଭାରତୀୟ ଟିମ ର ଘୋଷଣା କରାଯାଇଥିଲା ସେହି ସମୟରେ ରାହୁଲଙ୍କ ନାମ ସେଥିରେ ନ ଥିଲା। ସେହି ଟିମର ଅଧିନାୟକ ଥିଲେ ଧାୱନ। ଆଉ ସେହି ଟିମରେ ଥିବା ଅନ୍ୟ ଖେଳାଳି ମାନଙ୍କର ନାମ ହେଉଛି ଋତୁରାଜ ଗାଏକୱାଡ଼,ଶୁଭମାନ ଗିଲ,ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ,ଇଶାନ କିଶନ,ସଞ୍ଜୁ ସାମସନ,ସାରଦୁଲ ଠାକୁର,ସୁନ୍ଦର,ଚହଲ,ଆଭେସ ଖାନ,ମହମ୍ମଦ ସିରାଜ,ଦୀପକ ଚାହର। ଏହି ଟିମରେ କୋଣସି ସ୍ଥାନରେ ମଧ୍ୟ ଲୋକେଶ ରାହୁଲଙ୍କ ନାମ ନାହିଁ।
ପୂର୍ବରୁ ଆସିଥିଲା ଟୁଇଟରେ ରାହୁଲଙ୍କ ନାମ ନ ଥିଲା। ମାତ୍ର ୧୧ ଅଗଷ୍ଟରେ ବିସିସିଆଇ କରିଥିଲା ଟୁଇଟରେ ଏହା ସଫା ହୋଇଯାଇଛି କି ରାହୁଲ ହିଁ ଭାରତୀୟ ଟିମର ଅଧିନାୟକ ହେବେ ଆଉ ଧାୱନ ଉପ ଅଧିନାୟକ ଭାବରେ କାର୍ଯ୍ୟ ସମ୍ଭାଳିବେ। ଯଦି ଅଧିନାୟକ ଶୈଳୀ ଦେଖାଯାଏ ତାହେଲେ ଧବନଙ୍କ ହାର ସବୁଠାରୁ ଭଲ ରହିଛି।
Shikhar Dhawan said, "my focus is on 2023 ODI World Cup. I want to play as many matches as possible for India and do well. I love ICC events". (To TOI).
— Mufaddal Vohra (@mufaddal_vohra) August 12, 2022
ସେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଖେଳା ଯାଇଥିବା ୩ ଟି ଦିନିକିଆ ମ୍ୟାଚରେ ସବୁ ମ୍ୟାଚକୁ ଜିତି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। କାରଣ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ୱେଷ୍ଟ ଇଣ୍ଡିଜରେ ସବୁ ମ୍ୟାଚ ଜିତି ନାହାନ୍ତି। ଯଦି ଆମେ ରାହୁଲଙ୍କ ଉପରେ ଧ୍ୟାନ ପକାଇବା ତାହେଲେ ତାଙ୍କୁ ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଅଧିନାୟକ କରା ଯାଇଥିଲା ଆଉ ଏହି ସିରିଜକୁ ଭାରତ ବହୁତ ଶୋଚନୀୟ ଭାବରେ ହରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।