ବ୍ୟୁରୋ ରିପୋର୍ଟ: ଭାରତର ଷ୍ଟାର ଖେଳାଳି ମହମ୍ମଦ ସାମୀ ନୂଆ ବଲ ସହିତ ଏବେ ମଧ୍ୟ ସୁନ୍ଦର ବୋଲର ବୋଲରଙ୍କ ମଧ୍ୟରେ ଜଣେ। ବଡ଼ ସିରିଜ,ବିଶ୍ୱକପ ଓ ଅନ୍ୟ ବଡ଼ ଟୁର୍ଣ୍ଣାମେଣ୍ଟରେ ସାମୀ ଟିମ ଇଣ୍ଡିଆର ପ୍ରମୁଖ ଅଂଶ ରହିଥାନ୍ତି ଓ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥାନ୍ତି। ଏହା ପରେ ମଧ୍ୟ ତାଙ୍କୁ ଭାରତର ଟି-୨୦ ଟିମରେ ସାମିଲ ନକରିବା ଉପରେ ବିଚାର କରାଯାଉଛି। ବିସିସିଆଇର ଚୟନ ସମିତି ଏହି ସିନିୟର ଖେଳାଳିଙ୍କୁ ଏହା ବିଷୟରେ ସୂଚନା ମଧ୍ୟ ଦେଇଦେଇଥିଲେ।

ମହମ୍ମଦ ସାମୀ ଟି-୨୦ ବିଶ୍ୱକପ ୨୦୨୧ ପରଠୁ ଭାରତ ପାଇଁ ଟି-୨୦ରେ ଭାଗ ନେଇଥିଲେ। ଇନସାଇଡ଼ ସ୍ପୋର୍ଟର ରିପୋର୍ଟ ଅନୁସାରେ ୫୦ ଓଭର ସହିତ ଟେଷ୍ଟ କ୍ରିକେଟରେ ମଧ୍ୟ ତାଙ୍କ ଉପଯୋଗ କରିବାର ଯୋଜନା କରିଛନ୍ତି। କିନ୍ତୁ ଟି-୨୦ କ୍ରିକେଟରେ ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ କରୁଛି।
ଟି-୨୦ରେ ଯୁବ ଖେଳାଳିଙ୍କ ଉପରେ ଫୋକସ କରୁଛି ଟିମ ମ୍ୟାନେଜମେଣ୍ଟ:

ୱେବସାଇଟର ଖବର ଅନୁସାରେ ବିସିସିଆଇ ସିଲେକ୍ସନ କମିଟିର ଜଣେ ସଦସ୍ୟ କହିଛନ୍ତି,”ସାମୀଙ୍କ ବୟସ କମ ହେଉନାହିଁ ଓ ଆମକୁ ଟେଷ୍ଟ ପାଇଁ ତାଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଏଥିପାଇଁ ତାଙ୍କ ନାମରେ ଟି-୨୦ ଉପରେ ବିଚାର କରାଯାଉନାହିଁ। ଆମେ ତାଙ୍କର କାର୍ଯ୍ୟଭାର ପ୍ରବନ୍ଧନ ଉପରେ ଟି-୨୦ ବିଶ୍ୱକପ ପରେ ତାଙ୍କ ସହ କଥାହୋଇଥିଲୁ। ବର୍ତ୍ତମାନ ଟି-୨୦ରେ ତାଙ୍କୁ ସାମିଲ କରିବାର ଯୋଜନା ନାହିଁ। ଟି-୨୦ରେ ଆମର ଧ୍ୟାନ ଯୁବ ଖେଳାଳିଙ୍କ ଉପରେ ଅଟେ”।
ଶିଖର ଧାୱନ ବି କେବଳ ଏକଦିବସିୟରେ ଖେଳୁଛନ୍ତି:

ମହମ୍ମଦ ସାମୀଙ୍କ ଅବସ୍ଥା ଶିଖର ଧାୱନଙ୍କ ଭଳି ଅଟେ। ଧାୱନଙ୍କୁ ଚୟନକର୍ତ୍ତା ଟି-୨୦ ଓ ଟେଷ୍ଟ ଟିମରୁ ବାହାର କରିଦେଇଛନ୍ତି। ଏବେ ସେ କେବଳ ଏକଦିବସିୟ ଟିମର ଅଂଶ ଅଟେ। କୁହାଯାଉଛିକି ଏହା ପଛରେ ଟିମ ମ୍ୟାନେଜମେଣ୍ଟର ଉଦେଶ୍ୟ ଖେଳାଳିଙ୍କ କାମ ପ୍ରେସର କମ କରିବା ଅଟେ। ଭାରତ ଲଗାତର ଏତେ ଅଧିକ ମ୍ୟାଚ ଖେଳୁଛି ଯାହା ଦ୍ୱାରା ସିନିୟର ଖେଳାଳିଙ୍କ ଉପରେ ପ୍ରେସର ଅଧିକ ରହିଛି। ତେଣୁ ଚୟନକର୍ତ୍ତା ଅନେକ ସିରିଜରେ ମୁଖ୍ୟ ଖେଳାଳିଙ୍କୁ ଆରାମ ଦେଇକି ଯୁବ ଖେଳାଳିଙ୍କୁ ମୌକା ଦେବାର ଫଇସଲା କରିଛନ୍ତି।
କହିରଖିବୁ ଟି-୨୦ ବିଶ୍ୱକପ ୨୦୨୧ ପରେ ଟିମ ମ୍ୟାନେଜମେଣ୍ଟ ଖେଳାଳିଙ୍କ କାମ ପ୍ରେସର ଉପରେ ଅଧିକ ଧ୍ୟାନ ଦେଇଛି। ସବୁ ଖେଳାଳିଙ୍କୁ କିଛି ସିରିଜରେ ବିଶ୍ରାମ ଦିଆଯାଉଛି। ଯାହା ଦ୍ୱାରା ସବୁ ଖେଳାଳି ଯେପରି ସୁସ୍ଥ ରହିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।