ସିଙ୍ଗାପୁର ଓପନରେ ପିଭି ସିନ୍ଧୁଙ୍କ କ୍ରେଜ। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଆକର୍ଷଣୀୟ ଖେଳ ଖେଳି ଟ୍ରଫି ନିଜ ନାମରେ ନାମିତ କରିଛନ୍ତି। ଚୀନର ୱାଙ୍ଗ ହରାଇ ହାସଲ କରିଛନ୍ତି ଟ୍ରଫି। ପିଭି ସିନ୍ଧୁ ଫାଇନାଲରେ ଚୀନର ୱାଙ୍ଗଙ୍କୁ ୨୨-୯, ୧୧-୨୧, ୨୧-୨୫ ରେ ହରାଇଛନ୍ତି।

ତେବେ ଏହା ପୂର୍ବରୁ ପିଭି ସିନ୍ଧୁ ସେମି ଫାଇନାଲ ମ୍ୟାଚରେ ଜାପାନର ସାଇନା କବାକାମୀଙ୍କୁ ହରାଇଥିଲେ। ସେମି ଫାଇନାଲ ମ୍ୟାଚରେ ପିଭି ସିନ୍ଧୁ ୨୧-୧୫,୨୧-୭ ରେ ଜିତିଥିଲେ।
ରୋମାଂଚକର ମ୍ୟାଚ: ୧୧ ତମ ଖେଳାଳି ୱାଙ୍ଗ ଙ୍କୁ ପରାସ୍ତ କରିବା ସିନ୍ଧୁଙ୍କ ପାଇଁ ନଥିଲା ସହଜ ହେଲେ ପିଭି ସିନ୍ଧୁ ସୁନ୍ଦର ଖେଳର ପ୍ରଦର୍ଶନ କରି ହାସଲ କରିଥିଲେ ବିଜୟ। ଫାଷ୍ଟ ସେଟରେ ୨୧-୯ ରେ ହରେଇଥିଲେ, ଦ୍ୱିତୀୟ ସେଟରେ ୱାଙ୍ଗ ହୋଇଯାଇଥିଲେ ବିଜୟ। ଏହି ଦ୍ୱିତୀୟ ସେଟରେ ୱାଙ୍ଗ ୨୧-୧୧ ରେ ଜିତିଥିଲେ। ହେଲେ ୩ୟ ସେଟରେ ଆକର୍ଷଣୀୟ ଖେଳର ପ୍ରଦର୍ଶନ କରି ସିନ୍ଧୁ ଜିତିଯାଇଥିଲେ। ୨୧-୧୧ ରେ ଆଗୁଆ ରହି ଜିତିଥିଲେ ପିଭି ସିନ୍ଧୁ ଟାଇଟଲ। ତେବେ ପିଭି ସିନ୍ଧୁ ଏହି ଫାଇନାଲ ଜିତି ଭାରତର ଗୌରବ ପ୍ରଚାରିତ କରିଛନ୍ତି।
ନିୟମିତ ଭାବରେ ପିଭି ସିନ୍ଧୁ କରୁଛନ୍ତି ଆକର୍ଷଣୀୟ ପ୍ରଦର୍ଶନ। ସ୍ୱିସ ଓପନରେ ସେ ଫାଷ୍ଟ ଥର କୌଣସି ଫାଇନାଲରେ କରିଥିଲେ ସ୍ଥାନ ପକ୍କା। ସେ ସ୍ୱିସ ଓପନ ଜିତିଥିବା ବେଳେ ସିଙ୍ଗାପୁର ଓପନ ଜିତିଛନ୍ତି।
Singapore Open 2022
WS – Final
21 11 21 ??V. Sindhu PUSARLA?
9 21 15 ??Zhi Yi WANG? in 58 minutes
https://t.co/U9Hn8vDzdv— BWFScore (@BWFScore) July 17, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।